Wahab Riaz: ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ 'ଶତ୍ରୁ'ଙ୍କ ହଠାତ୍ ଖୋଲିଲା ଭାଗ୍ୟ, ମିଳିଲା କ୍ରୀଡା ମନ୍ତ୍ରୀ ପଦ
Advertisement

Wahab Riaz: ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ 'ଶତ୍ରୁ'ଙ୍କ ହଠାତ୍ ଖୋଲିଲା ଭାଗ୍ୟ, ମିଳିଲା କ୍ରୀଡା ମନ୍ତ୍ରୀ ପଦ

Wahab Riaz: ୨୦୧୧ ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିବା ପାକିସ୍ତାନର ଦ୍ରୁତ ବୋଲର ୱାହାବ ରିଆଜ ପାକିସ୍ତାନର ପଞ୍ଜାବ ପ୍ରଦେଶର କାର୍ଯ୍ୟକାରୀ କ୍ରୀଡ଼ା ମନ୍ତ୍ରୀ ହୋଇଛନ୍ତି । ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ୍ ଦଳରୁ ଦୂରେଇ ରହିଥିବା ଦ୍ରୁତ ବୋଲର ୱାହାବ ରିଆଜ କ୍ରୀଡ଼ାରେ ସକ୍ରିୟ ଥିବାବେଳେ ରାଜନୀତିରେ ଯୋଗ ଦେଇଛନ୍ତି । 

Wahab Riaz: ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ 'ଶତ୍ରୁ'ଙ୍କ ହଠାତ୍ ଖୋଲିଲା ଭାଗ୍ୟ, ମିଳିଲା କ୍ରୀଡା ମନ୍ତ୍ରୀ ପଦ

Wahab Riaz: ଟିମ୍ ଇଣ୍ଡିଆ (Team India) ର ସବୁଠୁ ବଡ 'ଶତ୍ରୁ'ର ହଠାତ୍ ଭାଗ୍ୟ ଖୋଲି ଯାଇଛି । ଟିମ୍ ଇଣ୍ଡିଆର ଏହି ସବୁଠାରୁ ବଡ 'ଶତ୍ରୁ' ହଠାତ୍ କ୍ରୀଡା ମନ୍ତ୍ରୀ ହୋଇଛନ୍ତି । ପ୍ରକୃତରେ, ୨୦୧୧ ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଦଳ (Indian Cricket Team) ପାଇଁ ସମସ୍ୟା ସୃଷ୍ଟି କରିଥିବା ପାକିସ୍ତାନର ଦ୍ରୁତ ବୋଲର (Pakistan Fast Bowler) ୱାହାବ ରିଆଜ (Wahab Riaz) ପାକିସ୍ତାନର ପଞ୍ଜାବ ପ୍ରଦେଶ (Pakistan Punjab) ର କାର୍ଯ୍ୟକାରୀ କ୍ରୀଡ଼ା ମନ୍ତ୍ରୀ ହୋଇଛନ୍ତି । ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ୍ ଦଳରୁ ଦୂରେଇ ରହିଥିବା ଦ୍ରୁତ ବୋଲର ୱାହାବ ରିଆଜ କ୍ରୀଡ଼ାରେ ସକ୍ରିୟ ଥିବାବେଳେ ରାଜନୀତିରେ ଯୋଗ ଦେଇଛନ୍ତି । 

ୱାହାବ ରିଆଜ (Wahab Riaz) ଶୁକ୍ରବାର ଦିନ ଦେଶର ପଞ୍ଜାବ ପ୍ରଦେଶର କାର୍ଯ୍ୟନିର୍ବାହୀ କ୍ରୀଡ଼ା ମନ୍ତ୍ରୀ (Punjab Sports Minister) ହୋଇଛନ୍ତି । ୱାହାବ ରିଆଜ ପାକିସ୍ତାନ କ୍ରିକେଟ୍ ଦଳର ସେହି ଦ୍ରୁତ ବୋଲର, ଯିଏ ଭାରତ ବିପକ୍ଷ ୨୦୧୧ ବିଶ୍ୱକପ୍‌ର ସେମିଫାଇନାଲରେ ୪୬ ରନ୍ ଦେଇ ଟିମ୍ ଇଣ୍ଡିଆର ୫ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । ୱାହାବ ରିଆଜ ଏହି ମ୍ୟାଚରେ ବିରେନ୍ଦର ସେହୱାଗ (୩୮ ରନ), ବିରାଟ କୋହଲି (୯ ରନ), ଯୁବରାଜ ସିଂ (୦ ରନ), ମହେନ୍ଦ୍ର ସିଂ ଧୋନି (୨୫ ରନ) ଏବଂ ଜହିର ଖାନ (୯ ରନ) ଙ୍କୁ ଆଉଟ କରିଥିଲେ । ୱାହାବ ରିଆଜ ବର୍ତ୍ତମାନ ବାଂଲାଦେଶ ପ୍ରିମିୟର ଲିଗରେ ଖେଳୁଛନ୍ତି । ସେ ଘରକୁ ଫେରିବା ପରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ:-ଶେଷ ହୋଇଯିବ ସ୍ମାର୍ଟଫୋନ୍, ଏଣିକି ଶରୀରରେ ଲାଗିବ ସିମ୍ କାର୍ଡ ଓ ଚିପ୍!

ଅଧିକ ପଢ଼ନ୍ତୁ:-ପ୍ରଥମ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିନେଲେ ଶେଷ ମ୍ୟାଚ୍

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ଆପଣଙ୍କର ପେନସନ ରାଶି, ସରକାର ନେଲେ ଏହି ପଦକ୍ଷେପ!

ଏହି ୩୭ ବର୍ଷୀୟ ୱାହାବ ରିଆଜ (Wahab Riaz) ଙ୍କୁ ପେଶୱାର ଜାଲ୍ମି ଚଳିତ ବର୍ଷର ପାକିସ୍ତାନ ସୁପର ଲିଗ ପାଇଁ ଦଳରେ ରଖିଛନ୍ତି । ସେପଟେ କ୍ରୀଡ଼ା ମନ୍ତ୍ରୀ ଭାବରେ ଦାୟିତ୍ୱ ମିଳିବା ସତ୍ତ୍ୱ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ଆଶା କରାଯାଉଛି । ୱାହାବ ରିଆଜ ଶେଷ ଥର ପାଇଁ ୨୦୨୦ରେ ପାକିସ୍ତାନର ପ୍ରତିନିଧିତ୍ୱ କରିଥିଲେ । ୱାହାବ ରିଆଜ ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୨୭ଟି ଟେଷ୍ଟ, ୯୨ଟି ODI ଏବଂ ୩୬ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ସେ PSLରେ ସର୍ବାଧିକ ୧୦୩ ୱିକେଇ ନେଇ ବୋଲର । ପଞ୍ଜାବର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ମୋହସିନ୍ ନାକଭି ଶୁକ୍ରବାର ଦିନ  ୱାହାବ ରିଆଜ (Wahab Riaz) ଙ୍କ ନିଯୁକ୍ତିକୁ ନିଶ୍ଚିତ କରିଛନ୍ତି । ଏଠାରେ କହି ରଖୁଛୁ ଯେ, ଆସନ୍ତା ୩ରୁ ୪ ମାସ ମଧ୍ୟରେ ପଞ୍ଜାବ ବିଧାନସଭା ନିର୍ବାଚନ ନହେବା ପର୍ଯ୍ୟନ୍ତ ୱାହାବ ରିଆଜ (Wahab Riaz) ବୋଧହୁଏ ଏହି ପଦବୀରେ ରହିବେ ।