ECoRSA: ଶୀତକାଳୀନ ଖେଳ-୨୦୨୫: ଅନୁଷ୍ଠିତ ହେବ ଆନ୍ତଃ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ଣ୍ଣାମେଣ୍ଟ
Advertisement
Article Detail0/zeeodisha/odisha2616216

ECoRSA: ଶୀତକାଳୀନ ଖେଳ-୨୦୨୫: ଅନୁଷ୍ଠିତ ହେବ ଆନ୍ତଃ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ଣ୍ଣାମେଣ୍ଟ

ECoRSA: ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧା ରୋଡ୍  ଦ୍ଵାରା, ରେଳ କର୍ମଚାରୀଙ୍କ ଏଵଂ ତାଙ୍କ ପିଲାମାନଙ୍କ ପାଇଁ, ସ୍ପୋର୍ଟସ କମ୍ପ୍ଲେକ୍ସ ରେ, “ଶୀତକାଳୀନ ଖେଳ -2025” ଆରମ୍ଭ ହେଇଯାଇଛି । 

ECoRSA: ଶୀତକାଳୀନ ଖେଳ-୨୦୨୫: ଅନୁଷ୍ଠିତ ହେବ ଆନ୍ତଃ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ଣ୍ଣାମେଣ୍ଟ
ECoRSA: ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧା ରୋଡ୍  ଦ୍ଵାରା, ରେଳ କର୍ମଚାରୀଙ୍କ ଏଵଂ ତାଙ୍କ ପିଲାମାନଙ୍କ ପାଇଁ, ସ୍ପୋର୍ଟସ କମ୍ପ୍ଲେକ୍ସ ରେ, “ଶୀତକାଳୀନ ଖେଳ -2025” ଆରମ୍ଭ ହେଇଯାଇଛି । ଏହି ଶୀତକାଳୀନ ଖେଳ-2025” କୁ, ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ, ଶ୍ରୀ ହେଚ୍. ଏସ. ବାଜ୍ୱା ଏବଂ ପୂର୍ବତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର  ଉଦଘାଟନ କରିଥିଲେ । ଏହି ଅବସର ରେ ଶ୍ରୀ ହିମାଦ୍ରୀ ଭୂଷଣ ବିଶ୍ଵାଳ, କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଅନ୍ୟ ଶାଖା ଅଧିକାରୀ ଏଵଂ ମହିଳା କଲ୍ୟାଣ  ସଂଗଠନର ସଦସ୍ୟ ମାନେ ଉପସ୍ଥିତି ଥିଲେ ।
 
"ଶୀତକାଳୀନ ଖେଳ -2025" ରେ, ରେଳ କର୍ମଚାରୀ ଏଵଂ ତାଙ୍କର ବିଭିନ୍ନ ବୟସ ବର୍ଗର ପିଲାମାନଙ୍କ ପାଇଁ, ଲନ୍ ଟେନିସ୍, ବ୍ୟାଡମିଣ୍ଟନ୍, କାରୋମ୍, ଚେସ୍, ଟେବୁଲ ଟେନିସ୍ ଇତ୍ୟାଦି ପ୍ରକାର ଇନଡୋର ଏବଂ ଆଉଟଡୋର ଖେଳ ଅନୁଷ୍ଠିତ ହେବ । ଶୀତକାଳୀନ ଖେଳ ପାଇଁ 270 ରୁ ଅଧିକ ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନେ ପଞ୍ଜୀକୃତ କରିଛନ୍ତି। ଏହି "ଶୀତକାଳୀନ ଖେଳ ୩୦ ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ । ମଣ୍ଡଳ ର ବିଭିନ୍ନ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ନାମେଣ୍ଟ ମଧ୍ୟ ଆୟୋଜିତ ହେବ । ସମସ୍ତ ଖେଳ ଓ ଟୁର୍ନାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି।