IND vs BAN: ରୋହିତ ଶର୍ମାଙ୍କ ଆଘାତ ପରେ ବିରାଟଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବିରାଟ ନିରାଶ କରିଥିଲେ। ବିରାଟ କୋହଲି ଆରମ୍ଭରୁ ଚାରିଟି ବଲ ସଫଳତାର ସହ ଖେଳିଥିଲେ। କିନ୍ତୁ ପଞ୍ଚମ ବଲରେ ତାଙ୍କ ଖେଳ ଷ୍ଟମ୍ପ୍ସ ଉଡ଼ିଯାଇଥିଲା। ପ୍ରାୟ ୮ ବର୍ଷ ପରେ ପାଳି ଆରମ୍ଭ କରିବାକୁ ମୈଦାନକୁ ଓହ୍ଲାଇଥିଲେ ବିରାଟ।
Trending Photos
IND vs BAN: ନୂଆଦିଲ୍ଲୀ: ଆଜି ନଭେମ୍ବର ୧୨ ତାରିଖରେ ମିରପୁରରେ ଘରୋଇ ବାଂଲାଦେଶ (Bangladesh) ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳୁଛି ଭାରତ (Team India)। ଦ୍ୱିତୀୟ ଦିନିକିଆରେ ମଧ୍ୟ ନୈରାଶ୍ୟଜନକ ଆରମ୍ଭ କରିଛି। ବିରାଟ କୋହଲି (Virat Kohli) ଏବଂ ଶିଖର ଧଓ୍ୱନ (Sikhar Dhawan) ପାଳି ଆରମ୍ଭ କରିଥିବା ବେଳେ ବିରାଟ (Virat Kohli) ପୁଣି ଥରେ ବିଫଳ ହୋଇଛନ୍ତି। ବାଂଲାଦେଶ (Bangladesh) ବିପକ୍ଷ ପ୍ରଥମ ଦିନିକିଆରେ ବିଫଳ ହୋଇଥିବା ବିରାଟ (Virat Kohli) ମଧ୍ୟ ଦ୍ୱିତୀୟ ମ୍ୟାଚ୍ରେ (2nd ODI) କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଦ୍ୱିତୀୟ ଦିନିକିଆରେ ବିରାଟ କୋହଲି (Virat Kohli) ମାତ୍ର ୫ ରନ୍ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲିଙ୍କୁ ଏବଦତ ହୁସେନ୍ ବୋଲିଂ କରିଥିଲେ। ହୁସେନ୍ଙ୍କ ସର୍ଟ ବଲ୍ରେ ବିରାଟ ଏକ ପଲ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ବଲ୍ ତାଙ୍କ ବ୍ୟାଟ୍ର ଭିତର ଧାରକୁ ନେଇ ଷ୍ଟମ୍ପରେ ଯାଇଥିଲା। ଏଠାରେ କହି ରଖୁ କି ଦ୍ୱିତୀୟ ଦିନିକିଆରେ ବିରାଟ କୋହଲି ଓପନିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ।
ରୋହିତ ଶର୍ମାଙ୍କ ଆଘାତ ପରେ ବିରାଟଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବିରାଟ ନିରାଶ କରିଥିଲେ। ବିରାଟ କୋହଲି ଆରମ୍ଭରୁ ଚାରିଟି ବଲ ସଫଳତାର ସହ ଖେଳିଥିଲେ। କିନ୍ତୁ ପଞ୍ଚମ ବଲରେ ତାଙ୍କ ଖେଳ ଷ୍ଟମ୍ପ୍ସ ଉଡ଼ିଯାଇଥିଲା। ପ୍ରାୟ ୮ ବର୍ଷ ପରେ ପାଳି ଆରମ୍ଭ କରିବାକୁ ମୈଦାନକୁ ଓହ୍ଲାଇଥିଲେ ବିରାଟ। ମାତ୍ର ୮ ମିନିଟ ମୈଦାନରେ ରହିପାରିନଥିଲେ। ଯଦିଓ ବିରାଟ କୋହଲି ଏସିଆ କମ ଓ ବିଶ୍ୱକପରେ ଆଖିଦୃଶିଆ ପ୍ରଦର୍ଶନ କରିଥିଲେ ମାତ୍ର ଦିନିକିଆ ଫର୍ମାଟରେ ସେ ଲଗାତାର ଭାବେ ସପ୍ତମ ଥର ପାଇଁ ବିଫଳ ହୋଇଛନ୍ତି। ବିରାଟ ବିଗତ ୭ଟି ଦିନିକିଆରେ ୧୦.୪୨ ପ୍ରତିଶତରେ ମାତ୍ର ୭୩ ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି କୌଣସି ପାଳିରେ ୨୦ ରନ ସଂଗ୍ରହ କରିପାରିନାହାନ୍ତି। ଏପରିକି ୪ଟି ପାଳିରେ ଦୁଇଅଙ୍କ ମଧ୍ୟ କରିନାହାନ୍ତି। ବିଗତ ୭ଟି ଦିନିକିଆ ମ୍ୟାଚରେ ସେ ୫, ୯, ୧୭, ୧୬, ୦, ୧୮, ୮ ରନ କରିଛନ୍ତି। ବିରାଟ କୋହଲିଙ୍କର ଏହି ଫର୍ମ ଟିମ ଇଣ୍ଡିଆ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି।
ସେପଟେ ଆଜି ଶିଖର ଧଓ୍ୱନ ମଧ୍ୟ ବିଫଳ ହୋଇଥିବା ଜଣାପଡ଼ିଛି। ବିରାଟ ଆଉଟ ହେବାର ପରବର୍ତ୍ତୀ ଓଭରରେ ଧଓ୍ୱନ ଆଉଟ ହୋଇଥିଲେ। ମୁସ୍ତିଫିଜୁର ରେହମାନଙ୍କର ଶିକାର ହୋଇଥିଲେ ଧଓ୍ୱନ। ରେହମାନଙ୍କ ଜବରଦସ୍ତ ବାଉସର ଧଓ୍ୱନଙ୍କୁ ଝଟକା ଦେଇଥିଲା ଓ ସେ କ୍ୟାଚ ଆଉଟ ହୋଇଥିଲେ। ଧଓ୍ୱନ ୧୦ ବଲରେ ମାତ୍ର ୮ ରନ କରି ପାଭିଲିୟନ ଫେରିଥିଲେ। ଏଠାରେ କହି ରଖୁକି ଧଓ୍ୱନ ବିଗତ ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ବିଫଳ ହୋଇଛନ୍ତି। ୨୦୨୨-୨3 ସିଜନରେ ୮ଟି ଦିନିକିଆରେ ୧୭.୮୭ ଆଭରେଜରେ ୧୪୩ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ ରେଟ ୬୮ ପ୍ରତିଶତ ରହିଛି।