Team India: କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି
Advertisement

Team India: କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି

Team India: ନୂଆ ଚୟନ ସମିତିରେ ସାମିଲ ହେବା ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ରେ ଶେଷ ହୋଇଯାଇଛି । ବର୍ତ୍ତମାନ କିଛି ବଡ଼ ନାମ ସାମ୍ନାକୁ ଆସିଛି ଯେଉଁମାନେ ମୁଖ୍ୟ ଚୟନକର୍ତ୍ତା ହେବା ରେସରେ ସାମିଲ ଅଛନ୍ତି । ନୂତନ ଚୟନ କମିଟି ପାଇଁ ଆବେଦନ କରିବାର ଶେଷ ତାରିଖ ସୋମବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା । ୫୦ରୁ ଅଧିକ ଲୋକ ଆବେଦନ କରିଛନ୍ତି ବୋଲି ଜଣାପଡ଼ିଛି ।

Team India: କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି

Chief Selector Of Team India: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ତାହା ବର୍ତ୍ତମାନ ସମୟରେ ସବୁଠାରୁ ପ୍ରଶ୍ନ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ପରେ ଚେତନ ଶର୍ମା (Chetan Sharma) ଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ହଟାଇ ଦେଇଥିଲା । ଯାହା ପରଠାରୁ ଏହି ପ୍ରଶ୍ନ ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକଙ୍କ ମନରେ ରହିଆସିଛି । ନୂଆ ଚୟନ ସମିତିରେ ସାମିଲ ହେବା ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ରେ ଶେଷ ହୋଇଯାଇଛି । ବର୍ତ୍ତମାନ କିଛି ବଡ଼ ନାମ ସାମ୍ନାକୁ ଆସିଛି ଯେଉଁମାନେ ମୁଖ୍ୟ ଚୟନକର୍ତ୍ତା ହେବା ରେସରେ ସାମିଲ ଅଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଭାରତ ପାଇଁ ୨୦ରୁ ଅଧିକ ଟେଷ୍ଟ ଖେଳିବାର ଅଭିଜ୍ଞତା ଥିବା ଓପନର୍ ଶିବ ସୁନ୍ଦର ଦାସ (Shiv Sunder Das), ପୂର୍ବତନ ବାମହାତୀ ସ୍ପିନର ମନିନ୍ଦର ସିଂ (Maninder Singh) ଭାରତୀୟ କ୍ରିକେଟ୍ ବୋର୍ଡର ସିନିୟର ଚୟନକର୍ତ୍ତା (Chief Selector Of Team India) ପଦ ପାଇଁ ଆବେଦନ କରିଛନ୍ତି ।

ସେହିପରି ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର (Ajit Agarkar) ଆବେଦନ କରିଛନ୍ତି କି ନାହିଁ ତାହା ନିଶ୍ଚିତ ହୋଇପାରିବ ନାହିଁ । ମନେ କରାଯାଉଛି ଯେ ଯଦି ଅଜିତ ଅଗରକର ଆବେଦନ କରିଛନ୍ତି, ତେବେ ସେ ଚୟନ କମିଟିର ସଭାପତି ହେବା ନିଶ୍ଚିତ । ମୁମ୍ବାଇର ସିନିୟର ଦଳ ଚୟନ କମିଟିର ବର୍ତ୍ତମାନର ମୁଖ୍ୟ ସଲିଲ ଅଙ୍କୋଲା, ପୂର୍ବତନ ୱିକେଟ୍ କିପର ସମୀର ଡିଜି ଏବଂ ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି ମୁମ୍ବାଇ (Vinod Kambli) ରୁ ଆବେଦନ କରିଛନ୍ତି । ନୂତନ ଚୟନ କମିଟି ପାଇଁ ଆବେଦନ କରିବାର ଶେଷ ତାରିଖ ସୋମବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା । ୫୦ରୁ ଅଧିକ ଲୋକ ଆବେଦନ କରିଛନ୍ତି ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଟେଷ୍ଟ ମନିନ୍ଦର ସିଂ (୩୫ ଟେଷ୍ଟ) ଓ ଶିବ ସୁନ୍ଦର ଦାସ (୨୩ ଟେଷ୍ଟ) ଖେଳିଛନ୍ତି ।

ମନିନ୍ଦର ସିଂ ୨୦୨୧ରେ ମଧ୍ୟ ଆବେଦନ କରିଥିଲେ ଓ ସାକ୍ଷାତକାର ରାଉଣ୍ଡରେ କ୍ୱାଲିଫାଇ କରିବା ସତ୍ତ୍ୱେ ମନୋନୀତ ହୋଇନଥିଲେ । ଉତ୍ତର ଜୋନରୁ ମନିନ୍ଦର, ଅତୁଲ ଭାସାନ, ନିଖିଲ ଚୋପ୍ରା, ଅଜୟ ରତ୍ରା ଏବଂ ରିତିନ୍ଦର ସିଂ ସୋଡି ଆବେଦନ କରିଛନ୍ତି । ଶିବ ସୁନ୍ଦର ଦାସ, ପ୍ରଭାନ ମଲିକ, ରଶ୍ମୀ ରଂଜନ ପରିଡା (Rashmi Ranjan Parida), ଶୁଭମୟ ଦାସ ଏବଂ ସୌରାଶିଷ ଲାହିରି ପୂର୍ବ ଜୋନରୁ ଆବେଦନ କରିଛନ୍ତି । ଯଦି ଆମେ କେନ୍ଦ୍ରୀୟ ଜୋନ୍ ବିଷୟରେ କଥା ହେଉ, ତେବେ ଅମୟ ଖୁରାସିଆ ଓ ଜ୍ୟାନେନ୍ଦ୍ର ପାଣ୍ଡେ ଏଠାରୁ ଆବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟର ପ୍ରଚାର ଅଭିଯାନ, ବାଜିରେ ଲାଗିଛି ଏସବୁ ଦିଗ୍ଗଜଙ୍କ ଭାଗ୍ୟ

ଅଧିକ ପଢ଼ନ୍ତୁ:-କିଏ ସେ IPS ଲକ୍ଷ୍ମୀ ସିଂହ, ଯାହାଙ୍କୁ ଯୋଗୀ ସରକାର ଦେଇଛନ୍ତି ପୋଲିସ କମିଶନରଙ୍କ ଦାୟିତ୍ୱ

ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ କ’ଣ ଆବଶ୍ୟକ

୧. ଯେକୌଣସି ଖେଳାଳି ଯିଏ ୭ କିମ୍ବା ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି 

୨. ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବା ଆବଶ୍ୟକ 

୩. ୧୦ଟି ଦିନିକିଆ (ODI) କିମ୍ବା ୨୦ ଲିଷ୍ଟ-ଏ ମ୍ୟାଚ୍ ଖେଳିବା ଆବଶ୍ୟକ

୪. ୫ ବର୍ଷ ପୂର୍ବରୁ କ୍ରିକେଟରୁ ଅବସର ନେଇସାରିଛନ୍ତି ।

୫. ବିସିସିଆଇର କୌଣସି କମିଟିର ସଦସ୍ୟ ହେବା ଉଚିତ ନୁହେଁ ଓ ପରବର୍ତ୍ତୀ ୫ ବର୍ଷ ପାଇଁ ସେବା ପ୍ରଦାନ ଦେଇପାରିବେ ।