Theunis De Bruyn Retirement: ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକଟରୁ ନେଲେ ଅବସର
Advertisement
Article Detail0/zeeodisha/odisha1574994

Theunis De Bruyn Retirement: ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକଟରୁ ନେଲେ ଅବସର

Theunis De Bruyn Retirement: ୪ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତୀୟ ଦଳ ୧-୦ରେ ଆଗୁଆ ରହିଛି । ନାଗପୁରରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଇନିଂସ ଓ ୧୩୨ ରନରେ ଜିତିଥିଲା । ବର୍ତ୍ତମାନ ଦିଲ୍ଲୀ ଟେଷ୍ଟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଗୁରୁବାର କ୍ରିକେଟ୍ ଜଗତ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

Theunis De Bruyn Retirement: ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକଟରୁ ନେଲେ ଅବସର

Theunis De Bruyn Retirement: ଭାରତୀୟ କ୍ରିକେଟ ଦଳ (Indian Cricket Team) ଆଜି (ଶୁକ୍ରବାର) ଅର୍ଥାତ ଫେବୃଆରୀ ୧୭ରୁ ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy) ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (India vs Australia 2nd Test) ଖେଳିବ । ଫିରୋଜ ଶାହ କୋଟଲା ଗ୍ରାଉଣ୍ଡ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ୪ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତୀୟ ଦଳ ୧-୦ରେ ଆଗୁଆ ରହିଛି । ନାଗପୁରରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ (IND vs AUS 1st Test) ରେ ଟିମ୍ ଇଣ୍ଡିଆ (Team India) ଇନିଂସ ଓ ୧୩୨ ରନରେ ଜିତିଥିଲା । ବର୍ତ୍ତମାନ ଦିଲ୍ଲୀ ଟେଷ୍ଟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଗୁରୁବାର କ୍ରିକେଟ୍ ଜଗତ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଦକ୍ଷିଣ ଆଫ୍ରିକାର ଷ୍ଟାର୍ କ୍ରିକେଟର ଥିଉନିସ ଡି ବ୍ରୁଇନ ୩୦ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା (Theunis De Bruyn Retirement) କରିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ (Theunis De Bruyn) ଜାନୁଆରୀ ୨୦୧୭ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ୧୩ଟି ଟେଷ୍ଟ ଓ ୨ଟି ଟି-20 ଅନ୍ତର୍ଜାତୀୟ ଖେଳିଥିଲେ । ସେ (Theunis De Bruyn) ଡିସେମ୍ବର ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

ଅଧିକ ପଢ଼ନ୍ତୁ:-କିଏ ସେ ସପ୍ନା ଗିଲ, ଯାହାଙ୍କ ସହ ହୋଇଛି ପୃଥ୍ୱୀ ଶ'ଙ୍କ ମାରପିଟ

ଅଧିକ ପଢ଼ନ୍ତୁ:-ପୃଥ୍ୱୀ ଶ'ଙ୍କ ପୂର୍ବରୁ ଇଶାନ କିଶନ ବି ଖାଇସାରିଛନ୍ତି ମାଡ଼, ଜେଲରେ ଏବେବି ଅଛନ୍ତି ଜଣେ ଭାରତୀୟ କ୍ରିକେଟର

ଥିଉନିସ ଡି ବ୍ରୁଇନ (Theunis De Bruyn) ଙ୍କ ଉଦ୍ଦେଶ୍ୟରେ ତାଙ୍କ ଘରୋଇ ଦଳ ଟାଇଟାନ୍ସ ଏକ ବୟାନ ଜାରି କରିଛି । ସେ ଲେଖିଛନ୍ତି କି, କ୍ରିକେଟର ସର୍ବୋଚ୍ଚ ସ୍ତରରେ ମୋ ଦେଶକୁ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ମୁଁ ପାଇଛି ଓ ଏହା ମୋର କ୍ୟାରିୟରର ଗର୍ବର ମୁହୂର୍ତ୍ତ । ମୁଁ ପିଲାଦିନରୁ ଏହା ବିଷୟରେ ସ୍ୱପ୍ନ ଦେଖିଥିଲି ଓ ମୋର ହିରୋମାନଙ୍କ ସହିତ ଡ୍ରେସିଂ ରୁମ୍ ସେୟାପ କରିଥିଲି । ଦୁନିଆର କେତେକ ପ୍ରତିଷ୍ଠିତ ସ୍ଥାନରେ କ୍ରିକେଟ୍ ଖେଳିଛି । ମୁଁ ଏହି ଖେଳ ମାଧ୍ୟମରେ ପାଇଥିବା ସୁଯୋଗ ପାଇଁ ଯଥେଷ୍ଟ ଧନ୍ୟବାଦ ମଧ୍ୟ କହି ପାରିବି ନାହିଁ । ମୁଁ ଯାହା କିଛି ହାସଲ କରିଛି, ତାହା ଦେଖି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସମୟ ଆସିଛି ।

 ଥିଉନିସ ଡି ବ୍ରୁଇନ (Theunis De Bruyn) ୨୦୧୮ରେ ଶ୍ରୀଲଙ୍କା ବିପକ୍ଷରେ ଏକ ମାତ୍ର ଶତକ ହାସଲ କରିଥିଲେ ।  ଥିଉନିସ ଡି ବ୍ରୁଇନ (Theunis De Bruyn) ୨୫ଟି ଟେଷ୍ଟ ଇନିଂସରେ ୪୬୮ ରନ୍ ସଂଗ୍ରହ କରିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ଦ୍ୱିଶତକ ହାସଲ କରିଥିଲେ ।  ଥିଉନିସ ଡି ବ୍ରୁଇନ (Theunis De Bruyn) ପ୍ରଥମ ସନ୍ତାନର ଜନ୍ମ ପାଇଁ ନୂଆ ବର୍ଷର ଟେଷ୍ଟ ପୂର୍ବରୁ ଗସ୍ତକୁ କମ୍ କରି ଘରକୁ ଫେରିଥିଲେ । ଥିଉନିସ ଡି ବ୍ରୁଇନ (Theunis De Bruyn) ମଧ୍ୟ ପ୍ରିଟୋରିଆ କ୍ୟାପିଟାଲର ସଦସ୍ୟ ଥିଲେ । ଉଦ୍ଘାଟନୀ SA20 ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇ ଶେଷ କରିଥିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୩୮ ରନ୍ ସ୍କୋର କରିଥିଲେ ଓ ସିଜିନର ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ ।