Emerging Asia Cup 2023: ଏସିଆ କପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ୟଶ ଧୁଲ ଅଧିନାୟକ ଓ ଏହି ଖେଳାଳିମାନଙ୍କୁ ମିଳିଲା ସ୍ଥାନ
Advertisement
Article Detail0/zeeodisha/odisha1766243

Emerging Asia Cup 2023: ଏସିଆ କପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ୟଶ ଧୁଲ ଅଧିନାୟକ ଓ ଏହି ଖେଳାଳିମାନଙ୍କୁ ମିଳିଲା ସ୍ଥାନ

ACC Men's Emerging Teams Asia Cup 2023: ଦଳର ଅଧିନାୟକତ୍ୱ ଅଣ୍ଡର ୧୯ ବିଶ୍ୱକପ୍ ବିଜେତା ଅଧିନାୟକ ୟଶ ଧୁଲଙ୍କୁ ହସ୍ତାନ୍ତର କରାଯାଇଛି । ଅଭିଷେକ ଶର୍ମା ଉପ-ଅଧିନାୟକ ହେବେ ।

ଫାଇଲ୍ ଫଟୋ

Emerging Asia Cup: India A Squad, ୧୩ ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବାକୁ ଥିବା ଆଗାମୀ ଏସିସି ପୁରୁଷ ଏମରଜିଙ୍ଗ ଦଳ ଏସିଆ କପ୍ ୨୦୨୩ (ACC Men's Emerging Teams Asia Cup 2023) ପାଇଁ ଜୁନିଅର କ୍ରିକେଟ୍ କମିଟି (Junior Cricket Committee) ଇଣ୍ଡିଆ ଏ ଦଳ ଚୟନ କରିଛି । ଆଠଟି ଏସୀୟ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୫୦ ଓଭର ଫର୍ମାଟରେ ଅନୁଷ୍ଠିତ ହେବ । ଦଳର ଅଧିନାୟକ ଅଣ୍ଡର ୧୯ ବିଶ୍ୱକପ ବିଜେତା ଅଧିନାୟକ ୟଶ ଧୁଲଙ୍କୁ (Yash Dhull) ହସ୍ତାନ୍ତର କରାଯାଇଛି । ଯେତେବେଳେ କି ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ରିୟାନ୍ ପାରାଗ (Riyan Parag) ଓ ଧ୍ରୁଭ ଜୁରେଲଙ୍କ (Dhruv Jurel) ଭଳି ଖେଳାଳି ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି । ଆଇପିଏଲରେ ଅତୁଳନୀୟ ଭଲ ପ୍ରଦର୍ଶନ କରିଥିବା ନେହଲ ୱାଡେରା ଷ୍ଟାଣ୍ଡବାଇରେ ଅଛନ୍ତି ।

ଗ୍ରୁପ୍ ବିରେ ଅଛନ୍ତି ଭାରତ- ପାକିସ୍ତାନ 
ଗ୍ରୁପ୍ ବିରେ ନେପାଳ, ୟୁଏଇ ଏ ଓ ପାକିସ୍ଥାନ ଏ ସହିତ ଇଣ୍ଡିଆ ଏ ସ୍ଥାନିତ ହୋଇଥିବାବେଳେ ଶ୍ରୀଲଙ୍କା ଏ, ବାଂଲାଦେଶ ଏ, ଆଫଗାନିସ୍ତାନ ଏ ଓ ଓମାନ ଏ ଗ୍ରୁପ୍ ଏରେ ଅଛନ୍ତି । ପ୍ରତ୍ୟେକଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । ପ୍ରଥମ ସେମିଫାଇନାଲ ଗ୍ରୁପ୍ A ର ଶୀର୍ଷରେ ଥିବା ଦଳ ଓ ଗ୍ରୁପ୍ B ର ଦ୍ୱିତୀୟ ସ୍ଥାନ ଥିବା ଦଳ ମଧ୍ୟରେ ହେବ ଓ ଦ୍ୱିତୀୟ ସେମିଫାଇନାଲ ଗ୍ରୁପ୍ B ର ଶୀର୍ଷରେ ଥିବା ଦଳ ଓ ଜୁଲାଇ 21 ରେ ଗ୍ରୁପ୍ A ର ଦ୍ୱିତୀୟ ସ୍ଥାନ ମଧ୍ୟରେ ହେବ । ଫାଇନାଲ ୨୩ ଜୁଲାଇରେ ଅନୁଷ୍ଠିତ ହେବ ।

ଭାରତ ଏ ଦଳ:
ସାଇ ସୁଦର୍ଶନ, ଅଭିଷେକ ଶର୍ମା (ଉପ-ଅଧିନାୟକ), ନିକିନ ଜୋସେ, ପ୍ରଦୋଶ ରଂଜନ ପାଲ, ୟଶ ଧୁଲ (ଅଧିନାୟକ), ରିୟାନ ପାରାଗ, ନିଶାନ୍ତ ସିନ୍ଧୁ, ପ୍ରଭାସମ୍ରନ ସିଂ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ୱିକେଟ୍ କିପର), ମନଭ ସୂତାର, ଯୁବରାଜ ସିଂ ଧୋଡିଆ, ହର୍ଷିତ ରାଣା, ଆକାଶ ସିଂ, ନୀତୀଶ କୁମାର ରେଡ୍ଡୀ, ରାଜବର୍ଦ୍ଧନ ହଙ୍ଗରଗେକର ।

ଷ୍ଟାଣ୍ଡବାଇ ଖେଳାଳି: ହର୍ଷ ଦୁବେ, ନେହଲ ୱାଡେରା, ସ୍ନେଲ ପଟେଲ, ମୋହିତ ରେଡକର 

କୋଚିଂ ଷ୍ଟାଫ୍: ସୀସୀତାଂଶୁ କୋଟାକ୍ (ହେଡ୍ କୋଚ୍), ସାଇରାଜ ବାହୁଟୁଲେ (ବୋଲିଂ କୋଚ୍), ମୁନିଶ ବାଲି (ଫିଲ୍ଡିଂ କୋଚ୍)

ଭାରତ ମ୍ୟାଚ୍ କାର୍ଯ୍ୟସୂଚୀ

୧୩ ଜୁଲାଇ ୨୦୨୩: ଭାରତ ଏ ବନାମ ୟୁଏଇ ଏ

୧୫ ଜୁଲାଇ ୨୦୨୩: ଭାରତ ଏ ବନାମ ପାକିସ୍ତାନ ଏ

୧୮ ଜୁଲାଇ ୨୦୨୩: ଭାରତ ଏ ବନାମ ନେପାଳ ଏ

୨୧ ଜୁଲାଇ - ପ୍ରଥମ ସେମିଫାଇନାଲ 
୨୧ ଜୁଲାଇ- ଦ୍ୱିତୀୟ ସେମିଫାଇନାଲ 
୨୩ ଜୁଲାଇ - ଫାଇନାଲ୍ 

ଏହା ବି ପଢନ୍ତୁ: India Vs Pakistan: 'ଭାରତୀୟ ବୋଲିଂ ଆଟାକ୍ ଦୁର୍ବଳ, ଆମେ ୨୦୨୩ ବିଶ୍ୱକପ୍ ଜତିବା ପାଇଁ ଦାବିଦାର'

ଏହା ବି ପଢନ୍ତୁ: Women's CPL 2023: ଶ୍ରେୟଙ୍କା ପାଟିଲ ରଚିଲେ ଇତିହାସ, WCPL ରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଖେଳିବେ

ଏହା ବି ପଢନ୍ତୁ: World Cup Golden Bat Winners List: ବିରାଟ କରିବେ ନୂଆ ରେକର୍ଡ ନା ସଚିନଙ୍କ ସମକକ୍ଷ ହେବେ ରୋହିତ; ଦେଖନ୍ତୁ ଗୋଲଡେନ୍ ବ୍ୟାଟ୍ ବିଜେତାଙ୍କ ପୂରା ଲିଷ୍ଟ