T20 World Cup: ଟି-୨୦ ବିଶ୍ୱକପରେ ପୁଣି ଥରେ ହେବ ଭାରତ ବନାମ ପାକିସ୍ତାନ ମ୍ୟାଚ୍! ଜାଣନ୍ତୁ ସମୀକରଣ
Advertisement

T20 World Cup: ଟି-୨୦ ବିଶ୍ୱକପରେ ପୁଣି ଥରେ ହେବ ଭାରତ ବନାମ ପାକିସ୍ତାନ ମ୍ୟାଚ୍! ଜାଣନ୍ତୁ ସମୀକରଣ

India vs Pakistan Match Equations: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତ ଓ ପାକିସ୍ତାନ ଦଳ ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-୨ ମ୍ୟାଚରେ ଏହି ସଂଘର୍ଷ ହୋଇଥିଲା, ଯେଉଁ ମ୍ୟାଚରେ ରୋହିତ ବିଗ୍ରେଡ଼ ବାବର ଟିମକୁ ପରାସ୍ତ କରିଥିଲା ।

ସୌ: ସୋସିଆଲ ମିଡିଆ

T20 World Cup 2022: ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ କ୍ରିକେଟ୍ ମ୍ୟାଚକୁ ବିଶ୍ୱର ସର୍ବାଧିକ ଲୋକ ଦେଖିନ୍ତି ବୋଲି ମାନାଯାଏ । ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚ୍ ପାଇଁ ଅପେକ୍ଷା କରିଥାନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବାସ୍ତବରେ ଏହି ଟି-୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପୁଣି ଥରେ ଦେଖିବାକୁ ମିଳିପାରେ । ଯଦି ସମୀକରଣ କରାଯାଏ ତେବେ ଉଭୟ ଦଳ ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇପାରନ୍ତି ।

ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତ ଓ ପାକିସ୍ତାନ ଦଳ ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-୨ ମ୍ୟାଚ୍ ରେ ଏହି ସଂଘର୍ଷ ହୋଇଥିଲା, ଯେଉଁ ମ୍ୟାଚରେ ରୋହିତ ବିଗ୍ରେଡ଼ ପାକିସ୍ତାନକୁ ପରାସ୍ତ କରିଥିଲା । ସେହି ମ୍ୟାଚରେ ବିରାଟଙ୍କ ବ୍ୟାଟ୍ ଜୋରଦାର ଗର୍ଜି ଥିଲା । କିନ୍ତୁ ସେହି ମ୍ୟାଚ୍ ପରଠାରୁ ଗ୍ରୁପ୍-୨ ର ସମୀକରଣ ବଦଳି ଯାଇଛି । ଏକଦା ବିଶ୍ୱକପ ପାଇଁ ଦାବିଦାର ଦଳ ଭାବେ ବିବେଚିତ ହେଉଥିବା ପାକିସ୍ତାନ ବର୍ତ୍ତମାନ ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା କମ ରହିଛି । କିନ୍ତୁ, ସମସ୍ତ ଆଶା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ଟି-୨୦ ବିଶ୍ୱକପ ୨୦୨୨ ର ଫର୍ମାଟକୁ ଧ୍ୟାନରେ ରଖି ଭାରତ ବନାମ ପାକିସ୍ତାନ ଫାଇନାଲ ଏକ ସମ୍ଭାବନା ରହିଛି । ତେବେ ସେମିଫାଇନାଲରେ ଭାରତ ସମ୍ପୂର୍ଣ୍ଣ ଭାବେ ପହଞ୍ଚିବାକୁ ଆଶା କରାଯାଉଥିବାବେଳେ, ପାକିସ୍ତାନକୁ ଯିବା ପାଇଁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।

ଭାରତ ବନାମ ପାକିସ୍ତାନ ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବା ସମ୍ଭବ କି? ଏହାର ସରଳ ଉତ୍ତର ହଁ । ଭାରତ ବନାମ ପାକିସ୍ତାନ ଟି-୨୦ ବିଶ୍ୱକପ ଫାଇନାଲ ଏପର୍ଯ୍ୟନ୍ତ ସମ୍ଭବ । କିନ୍ତୁ ଗ୍ରୁପ୍-୨ ହେବାକୁ ଥିବା ଆଗାମୀ ମ୍ୟାଚ ଏହା ସ୍ଥିର କରିବ । ଦକ୍ଷିଣ ଆଫ୍ରିକା ରବିବାର ଦିନ ସେମାନଙ୍କର ଅନ୍ତିମ ସୁପର-୧୨ ମ୍ୟାଚରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଯଦି ସେମାନଙ୍କର ଶେଷ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ ଓ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରେ, ତେବେ ବାବର ଆଜାମଙ୍କ ଦଳ ସେମିଫାଇନାଲରେ ପ୍ରବେଶ କରି ପାରିବ । ଯେଉଁଠାରେ ଭାରତର ଶେଷ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଅଛି । ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ଭାରତ ମଧ୍ୟ ସେମାନଙ୍କର ଶେଷ ଗ୍ରୁପ୍ ମ୍ୟାଚ୍ ଜିତିବା ଆବଶ୍ୟକ ।

ଏହି ପରିସ୍ଥିତିରେ ଭାରତ ବନାମ ପାକିସ୍ତାନ ଟି-୨୦ ବିଶ୍ୱକପ ଫାଇନାଲ ହୋଇପାରେ । ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡ ମ୍ୟାଚରେ ଯଦି ନେଦରଲ୍ୟାଣ୍ଡ ଜିତେ, ଏହା ବ୍ୟତୀତ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚରେ ଯଦି ପାକିସ୍ତାନ ଓ ଏହାପରେ ହେବାକୁ ଥିବା ଭାରତ ବନାମ ଜିମ୍ବାୱେ ମ୍ୟାଚରେ ଯଦି ଭାରତ ଜିତେ ତେବେ ଏପରି ପରିସ୍ଥିତିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ସେମିଫାଇନାଲରେ ଯଦି ଭାରତ ଜିତେ ଓ ଏହି ସମୀକରଣକୁ ଧ୍ୟାନରେ ରଖି ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ । ଯଦି ଏହି ସେମିଫାଇନାଲରେ ଉଭୟ ଦଳ ବିଜୟୀ ହୁଅନ୍ତି ତେବେ ଟି-୨୦ ବିଶ୍ୱକପ ଫାଇନାଲ ଭାରତ ବନାମ ପାକିସ୍ତାନ ମଧ୍ୟରେ ହେବ ।

ଏହା ବି ପଢ଼ନ୍ତୁ: IND Vs ZIM Playing XI: ଜିମ୍ବାୱେ ବିପକ୍ଷରେ ଭାରତ ମୋର୍ଚ୍ଚା ସମ୍ଭାଳିବେ ଏହି ୧୧ ଖେଳାଳି!