T20 World Cup Semi Final: କେବଳ ଦକ୍ଷିଣ ଆଫ୍ରିକା ନୁହେଁ, ଏହି ଦଳ ବି ଅଟକାଇପାରେ ଟିମ୍ ଇଣ୍ଡିଆର ରାସ୍ତା; ସେମିଫାଇନାଲ ରେସର ଏପରି ରହିଛି ସମୀକରଣ
Advertisement

T20 World Cup Semi Final: କେବଳ ଦକ୍ଷିଣ ଆଫ୍ରିକା ନୁହେଁ, ଏହି ଦଳ ବି ଅଟକାଇପାରେ ଟିମ୍ ଇଣ୍ଡିଆର ରାସ୍ତା; ସେମିଫାଇନାଲ ରେସର ଏପରି ରହିଛି ସମୀକରଣ

T20 World Cup Semi Final: ଭାରତୀୟ ଦଳ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ନିଜର ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଭାରତୀୟ ଦଳ ନେଦରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲର ରାସ୍ତାକୁ ସହଜ କରିଛି । ତଥାପି ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତୀୟ ଦଳର ଖେଳାଳିଙ୍କୁ ନିଜର ଦମଦାର୍ ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ । 

T20 World Cup Semi Final: କେବଳ ଦକ୍ଷିଣ ଆଫ୍ରିକା ନୁହେଁ, ଏହି ଦଳ ବି ଅଟକାଇପାରେ ଟିମ୍ ଇଣ୍ଡିଆର ରାସ୍ତା; ସେମିଫାଇନାଲ ରେସର ଏପରି ରହିଛି ସମୀକରଣ

Team India T20 World Cup 2022: ଟି-20 ବିଶ୍ୱକପ ୨୦୨୨ରେ ଟିମର ପ୍ରଦର୍ଶନ ବର୍ତ୍ତମାନ ପର୍ଯ୍ୟନ୍ତ ଦମଦାର୍ ରହିଛି । ଭାରତୀୟ ଦଳ ଚଳିତ ବିଶ୍ୱକପ ୨୦୨୨ରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଲଗାତର ୨ଟି ମ୍ୟାଚ୍ ଜିତିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରି ନାହିଁ । ଭାରତୀୟ ଦଳ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ନିଜର ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଭାରତୀୟ ଦଳ ନେଦରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲର ରାସ୍ତାକୁ ସହଜ କରିଛି । ତଥାପି ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତୀୟ ଦଳର ଖେଳାଳିଙ୍କୁ ନିଜର ଦମଦାର୍ ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ । 

ଏଠାରେ କହି ରଖୁଛୁ ଯେ, ଚଳିତ ଥର ଅଷ୍ଟ୍ରେଲିଆରେ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ଆୟୋଜିତ ହେଉଛି । ଆଉ ଭାରତୀୟ ଦଳର ଆରମ୍ଭ ମଧ୍ୟ ବହୁତ ଦମଦାର୍ ରହିଛି । ମେଲବୋର୍ଣ୍ଣରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିଲା । ସିଡନୀରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କରିଥିଲା । ବର୍ତ୍ତମାନ ଭାରତୀୟ ଦଳର ତୃତୀୟ ମ୍ୟାଚ୍ ଆଜି ଅର୍ଥାତ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପର୍ଥରେ ଅନୁଷ୍ଠିତ ହେବ । ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଦମଦାର୍ ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ । କାରଣ ଟେମ୍ୱା ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକାର ଦଳ ମଧ୍ୟ ଭାରତୀୟ ଦଳକୁ ପରାଜିତ କରି ସେମିଫାଇନାଲ ପାଇଁ ନିଜର ଦାବିଦାରକୁ ମଜବୁତ କରିବାକୁ ଚାହିଁବ । 

ଭାରତୀୟ ଦଳ ବର୍ତ୍ତମାନ ଉଭୟ ମ୍ୟାଚ୍ ଜିତିଛି କିନ୍ତୁ ସେମିଫାଇନାଲ ପାଇଁ କୌଣସି ଦଳର ସ୍ଥାନ ପକ୍କା ହୋଇପାରିନାହିଁ । ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ପରେ ବାଂଲାଦେଶ ଓ ଜିମ୍ବାୱେର ମଧ୍ୟ ସାମ୍ନା କରିବାକୁ ପଡ଼ିବ । ଏହା ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଓ କୌଣସି ଦଳକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଜିମ୍ବାୱେ ଯେପରି ପାକିସ୍ତାନ ପରି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି, ଏହା ନିଶ୍ଚିତ ଭାବରେ ଅନ୍ୟ ଦଳ ପାଇଁ ଚିନ୍ତା ବଢ଼ାଇଦେଇଛି । ଭାରତୀୟ ଦଳକୁ ମଧ୍ୟ ଏହି ଦଳର ସାମ୍ନା କରିବାକୁ ପଡ଼ିବ । ଜିମ୍ବାୱେ ବୋଲରମାନେ ପାକିସ୍ତାନର ବ୍ୟାଟ୍ସମ୍ୟାନଙ୍କୁ କିପରି ଅସୁବିଧାରେ ପକାଉଥିଲେ, ତାହା ଦେଖି ରୋହିତ ସେନା ଏହାକୁ ହାଲୁକା ଭାବେ ଗ୍ରହଣ କରିବେ ନାହିଁ । ଭାରତୀୟ ଦଳ ପାଇଁ ଭଲ କଥା ହେଉଛି ଯଦି ସେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରନ୍ତି । ତେବେ ଦଳର ପ୍ରାୟ ଅଧା କାମ ପୂରା ହୋଇଯିବ । 

ଅଧିକ ପଢ଼ନ୍ତୁ:-ଏଥର ଅଲଗା ସମୟରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ଏଠାରେ ଦେଖନ୍ତୁ ସମୟ

ଅଧିକ ପଢ଼ନ୍ତୁ:-ଶନିବାର ଦିନ କେବଳ ଏହି ଦୁଇଟି କାର୍ଯ୍ୟ ଆପଣଙ୍କୁ କରିପାରେ କୋଟିପତି, ଶନି ଦେବଙ୍କ ବର୍ଷିବ କୃପା

ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱ ଛାଡ଼ିବାକୁ ପରାମର୍ଶ ଦେଲେ ବାବର ଆଜମଙ୍କ ଭାଇ, କହିଲେ-ବିରାଟ କୋହଲିଙ୍କ ପରି...​

 

ତା’ପରେ ଟିମ୍ ଇଣ୍ଡିଆକୁ ନଭେମ୍ବର ୨ରେ ଆଡିଲେଡରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ୍ ଖେଳିବାର ଅଛି । ଏହି ଦୁଇଟି ମ୍ୟାଚ୍ ଜିତିବା ମାତ୍ରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିନେବ । ଫଳରେ ଟିମ୍ ଇଣ୍ଡିଆକୁ ନିଜର ଶେଷ ଲିଗ୍ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ପଡ଼ିବ ନାହିଁ । ଭାରତୀୟ ଦଳ ବର୍ତ୍ତମାନ ସୁପର-12ର ଗ୍ରୁପ୍-୨ର ପଏଣ୍ଟ ଟେବୁଲର ଶୀର୍ଷରେ ଅଛି । ଦୁଇଟି ମ୍ୟାଚରୁ ଦଳକୁ ୪ ପଏଣ୍ଟ ମିଳିଛି । ଦଳର ନେଟ ରନ୍ ରେଟ୍ +1.425 ରହିଛି । ଏହାପରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେର ତିନୋଟି ପଏଣ୍ଟ ରହିଛି । ଉଭୟ ଦଳ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକାର ନେଟ୍ ରନ୍ ରେଟ୍ ବହୁତ ଭଲ ଅଛି । ଜିମ୍ବାୱେ ତିନି ନମ୍ବରରେ ଅଛି ଓ ସେମିଫାଇନାଲ ପାଇଁ ରେସରେ ଅଛ । ଦୁଇଟି ପଏଣ୍ଟ ସହ ବାଂଲାଦେଶ ଦଳ ଚତୁର୍ଥ ସ୍ଥାନରେ ରହିଛି । ପାକିସ୍ତାନ ଓ ନେଦରଲ୍ୟାଣ୍ଡର ଖାତା ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ ।