T20 WC 2022: ୱାର୍ମ ଅପ୍ ମ୍ୟାଚ୍ ପାଇଁ ଜାରି ହେଲା କାର୍ଯ୍ୟସୂଚୀ, ଏହି ଦୁଇ ଦଳ ବିପକ୍ଷରେ ଖେଳିବ ଭାରତ
Advertisement
Article Detail0/zeeodisha/odisha1342304

T20 WC 2022: ୱାର୍ମ ଅପ୍ ମ୍ୟାଚ୍ ପାଇଁ ଜାରି ହେଲା କାର୍ଯ୍ୟସୂଚୀ, ଏହି ଦୁଇ ଦଳ ବିପକ୍ଷରେ ଖେଳିବ ଭାରତ

T20 World Cup 2022 Schedule: ଟି-୨୦ ବିଶ୍ୱକପ ୨୦୨୨ ର ଆଇସିସି ୱାର୍ମ ଅପ୍ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଜାରି କରିଛି । କାର୍ଯ୍ୟସୂଚୀ ଅନୁଯାୟୀ ଭାରତକୁ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ପଡିବ । ଅକ୍ଟୋବର ୧୦ ରୁ ୧୯ ତାରିଖ ମଧ୍ୟରେ ଏହି ୱାର୍ମ ଅପ୍ ମ୍ୟାଚ୍ ଗୁଡିକ ଅନୁଷ୍ଠିତ ହେବ ।

ସୌ: ସୋସିଆଲ ମିଡିଆ

T20 World Cup 2022 Warm-up match Schedule: ଆଇସିସି ଟି-୨୦ ବିଶ୍ୱକପ୍‌ର (ICC T20 World Cup) ୱାର୍ମ ଅପ୍ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୧୦ ରୁ ୧୯ ମଧ୍ୟରେ ମୋଟ ୧୫ ଟି ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆକୁ (Team India) ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିବାକୁ ପଡିବ । ଭାରତର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ (Warm-up match) ୧୭ ଅକ୍ଟୋବରରେ ଅଷ୍ଟ୍ରେଲିଆ ସହ ଓ ପରେ ୧୯ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ । ସିଧାସଳଖ ସୁପର-୧୨ ରାଉଣ୍ଡରେ ପହଞ୍ଚୁଥିବା ଦଳଗୁଡିକ ଅକ୍ଟୋବର ୧୭ ରୁ ୧୯ ମଧ୍ୟରେ ସେମାନଙ୍କର ୱାର୍ମ ଅପ୍ ମ୍ୟାଚ୍ ଖେଳୁଥିବାବେଳେ, ପ୍ରଥମ ରାଉଣ୍ଡରେ ଥିବା ଦଳଗୁଡିକ ପାଇଁ ୱାର୍ମ ଅପ୍ ମ୍ୟାଚ୍ ଅକ୍ଟୋବର ୧୦ ରୁ ୧୩ ପର୍ଯ୍ୟନ୍ତ ଖେଳାଯିବ ।

କହିରଖୁଛୁ ଯେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଏସିଆ କପ୍‌ରେ ଖେଳୁଛି, ଯେଉଁଠାରେ ସେ ସୁପର -୪ ର ଦୁଇଟି ମ୍ୟାଚ୍ ହାରି ଫାଇନାଲ ରେସରୁ ବାଦ ପଡିଛି । ତେବେ ଟିମ ଇଣ୍ଡିଆକୁ  ଆଫଗାନିସ୍ତାନ ବିପକ୍ଷରେ ଏକ ଔପଚାରିକ ମ୍ୟାଚ୍ ଖେଳିବାକୁ ବାକି ଅଛି । ତେବେ ଏହାପରେ ଟିମ୍ ଇଣ୍ଡିଆକୁ ମଧ୍ୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବାକୁ ପଡିବ । ଟି-୨୦ ବିଶ୍ୱକପ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ ଆଉ ୭ ଟି ଟି-୨୦ ଅନ୍ତର୍ଜାତୀୟ ଖେଳିବାକୁ ବାକି ଅଛି । ଯେଉଁଥିରେ ଆଫଗାନିସ୍ତାନ ସହିତ ଏହାର ପ୍ରଥମ ଟକ୍କର ହେବ । ଏହା ପରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏହି ସିରିଜ୍ ୨୦ ସେପ୍ଟେମ୍ବରରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ଦଳରୁ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଖେଳାଯିବ । ଏହି ମ୍ୟାଚ୍ ୨୮ ସେପ୍ଟେମ୍ବରରୁ ଆରମ୍ଭ ହେବ ।

ଟି-୨୦ ବିଶ୍ୱକପ୍ ୨୦୨୨ ୱାର୍ମ ଅପ୍ ମ୍ୟାଚର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
୧୦ ଅକ୍ଟୋବର: ୱେଷ୍ଟଇଣ୍ଡିଜ୍ ବନାମ ୟୁଏଇ, ସ୍କଟଲ୍ୟାଣ୍ଡ ବନାମ ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ବନାମ ଜିମ୍ବାୱେ 
୧୧ ଅକ୍ଟୋବର: ନାମ୍ବିଆ ବନାମ ଆୟର୍ଲାଣ୍ଡ
୧୨ ଅକ୍ଟୋବର: ୱେଷ୍ଟଇଣ୍ଡିଜ୍ ବନାମ ନେଦରଲ୍ୟାଣ୍ଡ 
୧୩ ଅକ୍ଟୋବର: ଜିମ୍ବାୱେ ବନାମ ନାମ୍ବିଆ, ଶ୍ରୀଲଙ୍କା ବନାମ ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ବନାମ ୟୁଏଇ 
୧୭ ଅକ୍ଟୋବର: ଅଷ୍ଟ୍ରେଲିଆ ବନାମ ଭାରତ, ନ୍ୟୁଜିଲ୍ୟାଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ବନାମ ପାକିସ୍ଥାନ, ଆଫଗାନିସ୍ତାନ ବନାମ ବାଂଲାଦେଶ 
୧୯ ଅକ୍ଟୋବର: ଆଫଗାନିସ୍ତାନ ବନାମ ପାକିସ୍ଥାନ, ବାଂଲାଦେଶ ବନାମ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ

ଏହା ବି ପଢ଼ନ୍ତୁ: T20 WC Squad: ବୁମ୍ରା ଓ ହର୍ଷଲଙ୍କ ଫିଟନେସ୍ ରିପୋର୍ଟକୁ ଅପେକ୍ଷା, ଏହି ଦିନ ଘୋଷଣା କରାଯିବ ଦଳ

ଏହା ବି ପଢ଼ନ୍ତୁ: Suresh Raina Retirement: 'କ୍ରିକେଟ୍' ଖେଳିବା ପାଇଁ କ୍ରିକେଟରୁ ଅବସର ସୁରେଶ ରାଇନା