Shoaib Akhtar On Virat Kohli: ବିରାଟ କୋହଲିଙ୍କୁ ଚ୍ୟାଲେଞ୍ଜ ଖୋଲା କଲେ ଶୋଏବ ଅଖତର, କହିଲେ ଏହି ବଡ଼ କଥା
Advertisement

Shoaib Akhtar On Virat Kohli: ବିରାଟ କୋହଲିଙ୍କୁ ଚ୍ୟାଲେଞ୍ଜ ଖୋଲା କଲେ ଶୋଏବ ଅଖତର, କହିଲେ ଏହି ବଡ଼ କଥା

Shoaib Akhtar On Virat Kohli: ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, "ମୁଁ ଚାହୁଁଛି କି ବିରାଟ କୋହଲି ୧୦୦ ରୁ ଅଧିକ ଶତକ ଲଗାନ୍ତୁ, ଯେଉଁ ଅବଶିଷ୍ଟ ୨୯ ଶତକ ବାକି ଅଛି ଏହା ତାଙ୍କୁ ଶେଷ କରିଦେବ, କିନ୍ତୁ ତାଙ୍କୁ ଏଥିରେ ପଶ୍ଚାତାପ କରିବାକୁ ପଡିବ ନାହିଁ ।"

ସୌ: ସୋସିଆଲ ମିଡିଆ

Shoaib Akhtar On Virat Kohli: ଭାରତ ଏସିଆ କପ୍ ୨୦୨୨ (Asia Cup 2022)  ରୁ ବାଦ ପଡିଛି । କିନ୍ତୁ ଭାରତ ନିଜ ଶେଷ ମ୍ୟାଚ୍ ରେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ପରେ ବିରାଟ କୋହଲି (Virat Kohli) ନିଜ ଫର୍ମକୁ ଫେରିଥିବାର ନଜର ଆସିଛନ୍ତି । କୋହଲି ଦୀର୍ଘ ୧୦୧୯ ଦିନ ପରେ ଅନ୍ତର୍ଜାତୀୟ ସ୍ତରରେ ଏକ ଶତକ ହାସଲ କରିଛନ୍ତି । ଏହା ପରେ କ୍ରିକେଟ୍ କରିଡରରେ କୋହଲି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ (Sachin Tendulkar) ଶହେ ତମ ଶତକର ରେକର୍ଡ ଭାଙ୍ଗି ପାରିବେ କି ନାହିଁ, ତାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ (Shoaib Akhtar) ବୟାନ ଆସିଛି । ଅଖତର କହିଛନ୍ତି ଯେ ଏହି ଅବଶିଷ୍ଟ ୨୯ ଶତକ ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ବନାଇବ, କିନ୍ତୁ ଏହି ୨୯ ଶତକ ତାଙ୍କୁ ଚିପୁଡ଼ି ରଖିଦେବ ।

ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, "ମୁଁ ଚାହୁଁଛି କି ବିରାଟ କୋହଲି ୧୦୦ ରୁ ଅଧିକ ଶତକ ଲଗାନ୍ତୁ, ଯେଉଁ ଅବଶିଷ୍ଟ ୨୯ ଶତକ ବାକି ଅଛି ଏହା ତାଙ୍କୁ ଶେଷ କରିଦେବ, କିନ୍ତୁ ତାଙ୍କୁ ଏଥିରେ ପଶ୍ଚାତାପ ହେବ ନାହିଁ । ଏହି ଲକ୍ଷ୍ୟ ହାସଲ କରିବା ବେଳକୁ କୋହଲିଙ୍କ ହାଡ ଗୋଡ ଭାଙ୍ଗିଯିବ, କିନ୍ତୁ ଏହି ୨୯ ଶତକ ଲଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ହେଉଛି ସେହି ୨୯ ଶତକ ଯାହା ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ କରିବ ।"

ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲିଙ୍କ ଇନିଂସକୁ ବିଶ୍ଳେଷଣ କରି ସେ କହିଛନ୍ତି ଯେ ସେହି ଶତକ ସମୟରେ ବିରାଟ କୋହଲି ଯେଉଁ ପ୍ରଥମ ୫୦ ରନ୍ କରିଥିଲେ ତାହା ପ୍ରକୃତ ବିରାଟ କୋହଲି ନ ଥିଲେ, କିନ୍ତୁ ଦ୍ୱିତୀୟାର୍ଦ୍ଧରେ ତାଙ୍କର ପୁରୁଣା ଝଲକ ଦେଖିବାକୁ ମିଳିଥିଲା । ଏହି ସମୟରେ ବିରାଟ କୋହଲି ନିଜ ମନଇଚ୍ଛା ସଟ ଖେଳୁଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, "ବିରାଟ କୋହଲି, ଆପଣ ସବୁବେଳେ ସତ କହିଛ ଓ ଆପଣଙ୍କ ସହିତ ଭଲ ହେବ । ମନେରଖନ୍ତୁ ଏହି ୨୯ ଶତକ ଆପଣଙ୍କ ଜୀବନ ନେଇଯିବ, ଏହା ଆପଣଙ୍କୁ ଶୁଖାଇ ଦେବ । କିନ୍ତୁ ସାହସ ହାରିବେ ନାହିଁ, କାରଣ ଆପଣ ଶେଷରେ ସର୍ବଶ୍ରେଷ୍ଠ ହେବେ । ତେଣୁ ଆପଣ ନିଜେ ନିଜକୁ ବିଶ୍ୱାସ ଦିଅନ୍ତୁ । ମୁଁ ସବୁବେଳେ କହିଛି ଯେ ବିରାଟ ସବୁ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । କିନ୍ତୁ ପରବର୍ତ୍ତୀ ୨୯ ଶତକ ତାଙ୍କ ପାଇଁ କଠିନ ହେବ କାରଣ ତାଙ୍କୁ ୭୦ ରୁ ୭୧ ତମ ଶତକରେ ପହଞ୍ଚିବାକୁ ୯୦୦ ଦିନ ସମୟ ଲାଗିଥିଲା ।"

ଏହା ବି ପଢ଼ନ୍ତୁ: T20 WC 2022: ୱାର୍ମ ଅପ୍ ମ୍ୟାଚ୍ ପାଇଁ ଜାରି ହେଲା କାର୍ଯ୍ୟସୂଚୀ, ଏହି ଦୁଇ ଦଳ ବିପକ୍ଷରେ ଖେଳିବ