Rishabh Pant Car Accident: ଏହି କ୍ରିକେଟରଙ୍କ କଥା ମାନିଥାନ୍ତେ ତ ଋଷଭ ପନ୍ତଙ୍କ ସହ ହୋଇ ନଥାନ୍ତା ଦୁର୍ଘଟଣା, ବର୍ତ୍ତମାନ ନିଶ୍ଚିତ ଭାବରେ କରୁଥିବେ ଅନୁତାପ
Advertisement
Article Detail0/zeeodisha/odisha1508116

Rishabh Pant Car Accident: ଏହି କ୍ରିକେଟରଙ୍କ କଥା ମାନିଥାନ୍ତେ ତ ଋଷଭ ପନ୍ତଙ୍କ ସହ ହୋଇ ନଥାନ୍ତା ଦୁର୍ଘଟଣା, ବର୍ତ୍ତମାନ ନିଶ୍ଚିତ ଭାବରେ କରୁଥିବେ ଅନୁତାପ

Rishabh Pant Car Accident: ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।

Rishabh Pant Car Accident: ଏହି କ୍ରିକେଟରଙ୍କ କଥା ମାନିଥାନ୍ତେ ତ ଋଷଭ ପନ୍ତଙ୍କ ସହ ହୋଇ ନଥାନ୍ତା ଦୁର୍ଘଟଣା, ବର୍ତ୍ତମାନ ନିଶ୍ଚିତ ଭାବରେ କରୁଥିବେ ଅନୁତାପ

Rishabh Pant Car Accident: ଏକ କାର ଦୁର୍ଘଟଣାରେ ଆଜି (ଶୁକ୍ରବାର) ସକାଳେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ (Rishabh Pant Injured) ହୋଇଛନ୍ତି । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ (Rishabh Pant) କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।

କିନ୍ତୁ ଯଦି ୨୫ ବର୍ଷିୟ ଋଷଭ ପନ୍ତ (Rishabh Pant) ତାଙ୍କର ଜଣେ ସିନିୟର ଖେଳାଳି ବ୍ୟକ୍ତିଙ୍କ କଥା ଶୁଣିଥାନ୍ତେ, ତେବେ ତାଙ୍କୁ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ି ନଥାନ୍ତା । ଋଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (Shikhar Dhawan) ଧୀରେ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଥିଲେ । ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଶିଖର ଧାୱନ ଓ ଋଷଭ ପନ୍ତଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ଲୋକମାନେ କହୁଛନ୍ତି ଯେ ସିନିୟରଙ୍କ ପରାମର୍ଶକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ।

https://twitter.com/shivchaudhary0/status/1608745109016948737?ref_src=tw...

ଏହି ଭିଡିଓଟି ୧୧ ସେକେଣ୍ଡର ରହିଛି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଋଷଭ ପନ୍ତ ଓ ଶିଖର ଧାୱନ ଏକାଠି ଖେଳିସାରିଛନ୍ତି । ଭିଡିଓରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଜର୍ସିରେ ନଜରକୁ ଆସିଛନ୍ତି ଓ ଏକ ଗେମ୍ ଖେଳୁଥିବାର ଦେଖିବାକୁ ମିଳୁଛି । କ୍ୟାମେରା ଆଗରେ ଋଷଭ ପନ୍ତ ଶିଖର ଧାୱନଙ୍କୁ କୁହନ୍ତି ଯେ ଗୋଟିଏ ଉପଦେଶ, ଯାହା ଆପଣ ମୋତେ ଦେବାକୁ ଚାହୁଁଛନ୍ତି । ଶିଖର ଧାୱନ ଜବାବରେ କହିଛନ୍ତି ଯେ, 'ଗାଡ଼ି ଆରାମରେ ଚଲାନ୍ତୁ...' ଏହା ପରେ ଦୁହେଁ ହସିବାକୁ ଲାଗିଲେ । ତା’ପରେ ପନ୍ତ କୁହନ୍ତି, 'ଠିକ ଅଛି, ମୁଁ ଆପଣଙ୍କର ପରାମର୍ଶ ଗ୍ରହଣ କଲି ଓ ବର୍ତ୍ତମାନ ମୁଁ ଆରାମରେ କାର ଚଳାଇବି ।'

ଅଧିକ ପଢ଼ନ୍ତୁ:-ରୋହିତ-ବିରାଟ ସବୁଦିନ ପାଇଁ ଭାରତୀୟ ଟି-20 ଦଳରୁ ହେଲେ ବାହାର! ଏହି ୪ ଖେଳାଳିଙ୍କ ପାଇଁ ବି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ବସ୍ ଡ୍ରାଇଭର, ପଢ଼ନ୍ତୁ ପୂରା ଖବର

ଏଠାରେ କହି ରଖୁଛୁ ଯେ, ହରିଦ୍ୱାର ଏସଏସପି ଅଜୟ କୁମାରଙ୍କ ଅନୁଯାୟୀ କାରରେ ଦୁର୍ଘଟଣା ଘଟିଥିବା ବେଳେ ହରିୟାଣା ରୋଡୱେ ବସ୍ ଋଷଭ ପନ୍ତଙ୍କ ପଛରେ ଥିଲା । ଡ୍ରାଇଭର ସୁଶୀଲ କୁମାର କାର ଦୁର୍ଘଟଣା ଦେଖିବା ପରେ ବସକୁ ଅଟକାଇ ୧୧୨ ନମ୍ବରକୁ କଲ କରି ସୂଚନା ଦେଇଥିଲେ । ଏହା ପରେ ଋଷଭ ପନ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା ।