Rishabh Pant Car Accident: ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ, କାରରେ ନିଆଁ ଲାଗିବା ପରେ...
Advertisement
Article Detail0/zeeodisha/odisha1507159

Rishabh Pant Car Accident: ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ, କାରରେ ନିଆଁ ଲାଗିବା ପରେ...

Rishabh Pant Car Accident: ଯେଉଁ ସ୍ଥାନରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତାହା ଏକ ବ୍ଲାକସ୍ପଟ ସ୍ଥାନ । ଦୁର୍ଘଟଣାର କାରଣ ହଠାତ୍ ଆଖି ଲାଗିଯିବା ବୋଲି ଅନୁମାନ କରାଯାଉଛି । ଋଷଭ ପନ୍ତ କାରରେ ଏକୁଟିଆ ଥିଲେ, ସେ ନିଜେ ଗାଡି ଚଳାଉଥିଲେ । ତାଙ୍କୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲକୁ ଅଣାଯାଉଛି । ଖାନପୁର ବିଧାୟକ ଉମେଶ କୁମାର ତାଙ୍କ ଅବସ୍ଥା ବିଷୟରେ ଜାଣିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ।

Rishabh Pant Car Accident: ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ, କାରରେ ନିଆଁ ଲାଗିବା ପରେ...

Rishabh Pant Car Accident: ଏକ ସଡ଼କ ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ଋଡ଼କୀର ନାରସନ ସୀମାରେ ହାମଦପୁର ଝାଲ ନିକଟରେ ଋଷଭ ପନ୍ତଙ୍କ କାର ଧକ୍କା ହୋଇଥିଲା । ଗାଡିର ସ୍ଥିତିକୁ ଦେଖି ସ୍ପିଡକୁ ଆକଳନ କରାଯାଇପାରେ । ଋଷଭ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଗଭୀର ଆଘାତ ଲାଗିଛି । ଗୋଡ ଭାଙ୍ଗିବା ମଧ୍ୟ ଖବର ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ, ପ୍ରଶାସନ କିମ୍ବା ଡାକ୍ତରଖାନା ପରିଚାଳନା ପକ୍ଷରୁ କୌଣସି ଆଧିକାରୀକ ବୟାନ ସାମ୍ନାକୁ ଆସି ନାହିଁ । ସୂଚନା ଅନୁସାରେ, ଯେଉଁ ସ୍ଥାନରେ ଭାରତୀୟ କ୍ରିକେଟର ଋଷଭ ପନ୍ତ (Rishabh Pant) ଙ୍କ କାର ଦୁର୍ଘଟଣାଗ୍ରସ୍ତ (Rishabh Pant Car Accident) ହୋଇଥିଲା, ତାହା ଏକ ବ୍ଲାକସ୍ପଟ ସ୍ଥାନ । ଦୁର୍ଘଟଣାର କାରଣ ହଠାତ୍ ଆଖି ଲାଗିଯିବା ବୋଲି ଅନୁମାନ କରାଯାଉଛି । ଋଷଭ ପନ୍ତ କାରରେ ଏକୁଟିଆ ଥିଲେ, ସେ ନିଜେ ଗାଡି ଚଳାଉଥିଲେ । ତାଙ୍କୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲକୁ ଅଣାଯାଉଛି । ଖାନପୁର ବିଧାୟକ ଉମେଶ କୁମାର ତାଙ୍କ ଅବସ୍ଥା ବିଷୟରେ ଜାଣିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ।

ଡାକ୍ତରଙ୍କ କହିବାନୁସାରେ, ଋଷଭ ପନ୍ତ (Rishabh Pant) ଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି । ସୂଚନା ପାଇବା ପରେ ପୋଲିସ ଅଧୀକ୍ଷକ ଦେହତ ସ୍ୱପ୍ନ କିଶୋର ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସକ୍ଷମ ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ସୁଶୀଲ ନାଗର କହିଛନ୍ତି ଯେ,  ବର୍ତ୍ତମାନ ଋଷଭ ପନ୍ତଙ୍କ ଅବସ୍ଥା ସ୍ଥିର ଥିବାରୁ ତାଙ୍କୁ ଋଡ଼କୀରୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲକୁ ପଠାଯାଇଛି । ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଋଷଭ ପନ୍ତ (Rishabh Pant) ଙ୍କ କାର ରେଲିଂକୁ ଯାଇ ଧକ୍କା ଦେଇଥିଲା, ପରେ କାରରେ ନିଆଁ ଲାଗିଯାଇଥିଲା । ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି । ଏଥି ସହ ଏହି ଦୁର୍ଘଟଣାରେ ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ ସ୍ଥିତ ସକ୍ଷମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସକାଳେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ କାରରେ ଦିଲ୍ଲୀରୁ ଋଡ଼କୀ ଆଡକୁ ଆସୁଥିଲେ । ଏଠାରେ କହି ରଖୁଛୁ ଯେ, ଋଷଭ ପନ୍ତଙ୍କ ଘର ହେଉଛି ଋଡ଼କୀ । ଯେତେବେଳେ ତାଙ୍କ କାର ନାରସାନ ସହରରେ ପହଞ୍ଚିଲା, କାରଟି ନିୟନ୍ତ୍ରଣ ପଡି ରେଲିଂ ଓ ଖୁଣ୍ଟକୁ ଭାଙ୍ଗି ଓଲଟି ପଡ଼ିଥିଲା ।

ଅଧିକ ପଢ଼ନ୍ତୁ:-'ଲିଡର ହେବା ପାଇଁ ଅଧିନାୟକ ହେବା ଆବଶ୍ୟକ ନୁହେଁ', ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ଏହି କ'ଣ କହିଗଲେ ସାଙ୍ଗାକାରା

ଅଧିକ ପଢ଼ନ୍ତୁ:-ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ପୂର୍ବରୁ ହିଁ ଭବିଷ୍ୟବାଣୀ କରିଦେଇଥିଲେ ମା' ହୀରାବେନ

ଏହା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । ସେତେବେଳକୁ ଗ୍ରାମବାସୀ ଓ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର ନିଆଁକୁ ଆୟତ୍ତ କରିଥିଲା । ତରବରିଆ ଭାବେ କ୍ରିକେଟର ଋଷଭ ପନ୍ତଙ୍କୁ ଦିଲ୍ଲୀ ରାସ୍ତାରେ ଥିବା ସକ୍ଷମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରୁ ତାଙ୍କୁ ଦେହରାଡୁନ୍ ରେଫର୍ କରାଯାଇଛି ।