BCCI କଲା ଘୋଷଣା, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ଖେଳିବେ ରିଙ୍କୁ ସିଂ
Advertisement
Article Detail0/zeeodisha/odisha2074077

BCCI କଲା ଘୋଷଣା, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ଖେଳିବେ ରିଙ୍କୁ ସିଂ

Rinku Singh: ଅଦ୍ୟାବଧି ରିଙ୍କୁ ସିଂ ସୀମିତ ଓଭରରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ରିଙ୍କୁ ସିଂଙ୍କୁ ଧଳା ଜର୍ସି ପିନ୍ଧି ରେଡ୍ ବଲ୍ କ୍ରିକେଟ୍ ଖେଳିବାର ସୁଯୋଗ ମିଳିବ।

 

Rinku Singh

India A squad vs England Lions: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ସାଧାରଣତଃ ଟି-୨୦ ରେ ରିଙ୍କୁ ସିଂ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ, କିନ୍ତୁ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ରେ ମଧ୍ୟ ରିଙ୍କୁ ସିଂ କମାଲ କରୁଥିବା ନଜର ଆସିବେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବିସିସିଆଇ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ରିଙ୍କୁ ସିଂଙ୍କ ନାମ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ରିଙ୍କୁ ସିଂଙ୍କ ରେଡ୍ ବଲ୍ ଫର୍ମାଟରେ ଦେଖିବାକୁ ବହୁତ ଆଗ୍ରହୀ। ଏବେ ଦେଖିବାକୁ ବାକି ରହିଲା କି ରିଙ୍କୁ ତାଙ୍କ ଶୌଳୀରେ କିଛି ପରିବର୍ତ୍ତନ କରୁଛନ୍ତି ନା କେବଳ ଟି-୨୦ ଶୈଳୀରେ ଟେଷ୍ଟ କ୍ରିକେଟ୍ ମଧ୍ୟ ଧମାକାଧର ବ୍ୟାଟିଂ ଦେଖାଇବେ।

କହିରଖୁଛୁ ଯେ ଇଣ୍ଡିଆ-ଏ ଓ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ୩ ଟି ଅନୈପଚାରିକ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ଡ୍ର ଥିଲା। ବର୍ତ୍ତମାନ ଏହାର ଦ୍ୱିତୀୟ ମ୍ୟାଚ୍ ୨୪ ଜାନୁଆରୀରୁ ଅହମ୍ମଦାବାଦରେ ଖେଳାଯିବ। ଏହି ମ୍ୟାଚ୍ କେବଳ ୪ ଦିନ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଭାରତର-ଏ ଦଳ ଇଂଲଣ୍ଡ ଲାୟନ୍ସ ସହିତ ଖେଳିବ। କହିରଖୁଛୁ ଯେ ସିରିଜର ପ୍ରଥମ ମ୍ୟାଚ୍ ଭାରତ ସହଜରେ ହାରିଯାଇଥାନ୍ତା, କିନ୍ତୁ ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏସ୍ ଭରତ ଓ ସାଇ ସୁଦର୍ଶନ ଭାରତୀୟ ଏ ଦଳ ପାଇଁ ଉଜ୍ଜ୍ୱଳ ଇନିଂସ ଖେଳି ହାରିଯାଉଥିବା ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲେ।

 

ବର୍ତ୍ତମାନ ଦ୍ୱିତୀୟ ଅନୌପଚାରିକ ଟେଷ୍ଟରେ ପୁଣି ଥରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ରିଙ୍କୁ ସିଂଙ୍କ ବ୍ୟାଟ୍ ଏହି ସିରିଜରେ କେତେ ରନ୍ ବର୍ଷା କରିବ। କହିରଖୁଛୁ ଯେ ଇଣ୍ଡିଆ-ଏ ରେ ଯୋଗ ଦେଇଥିବା ଖେଳାଳି କେ.ଏସ୍ ଭରତଙ୍କୁ ମଧ୍ୟ ଭାରତର ମୁଖ୍ୟ ଦଳରେ ସାମିଲ କରାଯାଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨୫ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଛି, କେ.ଏସ୍ ଭରତଙ୍କୁ ଏହି ସିରିଜର ପ୍ରଥମ ୨ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି। ଏଭଳି ପରିସ୍ଥିତିରେ, ଏହି ସିରିଜରେ ବାକି ଖେଳାଳିଙ୍କ ପ୍ରଦର୍ଶନ କିପରି ହେବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

ଦ୍ୱିତୀୟ ଚାରି ଦିନିଆ ମ୍ୟାଚ୍ ପାଇଁ ଭାରତ-ଏ ଦଳ: ଅଭିମନ୍ୟୁ ଇଶ୍ୱରନ୍ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପାଟିଦାର, ସରଫରାଜ ଖାନ୍, ତିଲକ ଭର୍ମା, କୁମାର କୁଶାଗ୍ରା, ୱାଶିଂଟନ୍ ସୁନ୍ଦର, ସୌବର କୁମାର, ଅର୍ଶଦୀପ କୁମାର, ତୁଷାର ଦେଶପାଣ୍ଡେ, ଉପେନ୍ଦ୍ର ଯାଦବ, ଆକାଶ ଦୀପ, ୟଶ ଦୟାଲ, ରିଙ୍କୁ ସିଂ।