Team India: ରୋହିତ ଶର୍ମାଙ୍କୁ ରବି ଶାସ୍ତ୍ରୀଙ୍କ ବୟାନରୁ ଲାଗିପାରେ ଝଟକା, ଟିମ୍ ଇଣ୍ଡିଆର ଅଧିନାୟକତ୍ୱକୁ ନେଇ କହିଲେ ଏପରି କିଛି
Advertisement

Team India: ରୋହିତ ଶର୍ମାଙ୍କୁ ରବି ଶାସ୍ତ୍ରୀଙ୍କ ବୟାନରୁ ଲାଗିପାରେ ଝଟକା, ଟିମ୍ ଇଣ୍ଡିଆର ଅଧିନାୟକତ୍ୱକୁ ନେଇ କହିଲେ ଏପରି କିଛି

Team India: ରବି ଶାସ୍ତ୍ରୀ ଏପରି ଏକ ବୟାନ ଦେଇଛନ୍ତି, ଯାହା ଟିମ୍ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କୁ ଜମା ପସନ୍ଦ ଆସିବ ନାହିଁ । ରବି ଶାସ୍ତ୍ରୀଙ୍କ ଏହି ବୟାନରୁ ରୋହିତ ଶର୍ମାଙ୍କୁ ବଡ଼ ଝଟକା ଲାଗିପାରେ । ରବି ଶାସ୍ତ୍ରୀଙ୍କ କହିବାନୁସାରେ, ଟିମ୍ ଇଣ୍ଡିଆର ନୂଆ ଟି-20 ଅଧିନାୟକ କରିବାରେ କୌଣସି କ୍ଷତି ନାହିଁ ।

Team India: ରୋହିତ ଶର୍ମାଙ୍କୁ ରବି ଶାସ୍ତ୍ରୀଙ୍କ ବୟାନରୁ ଲାଗିପାରେ ଝଟକା, ଟିମ୍ ଇଣ୍ଡିଆର ଅଧିନାୟକତ୍ୱକୁ ନେଇ କହିଲେ ଏପରି କିଛି

Ravi Shastri On Team India T20 Captain: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତୀୟ ଦଳ ସେମିଫାଇନାଲରେ ହିଁ ନିଜର ଅଭିଯାନ ଶେଷ କରିଥିଲା । ଟିମ୍ ଇଣ୍ଡିଆ (Team Indika) ସେମିଫାଇନାଲରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲା । ଯାହା ପରେ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଛି । ରୋହିତ ଶର୍ମାଙ୍କୁ ବହୁ ସମାଲୋଚନାର ସାମ୍ନା ମଧ୍ୟ କରିବାକୁ ପଡ଼ୁଛି । ଏଭଳି ସମୟରେ  ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ (Ravi Shastri) ଏପରି ଏକ ବୟାନ ଦେଇଛନ୍ତି, ଯାହା ଟିମ୍ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ (Indian Captain) ରୋହିତ ଶର୍ମାଙ୍କୁ ଜମା ପସନ୍ଦ ଆସିବ ନାହିଁ । ରବି ଶାସ୍ତ୍ରୀଙ୍କ ଏହି ବୟାନରୁ ରୋହିତ ଶର୍ମାଙ୍କୁ ବଡ଼ ଝଟକା ଲାଗିପାରେ । ରବି ଶାସ୍ତ୍ରୀଙ୍କ କହିବାନୁସାରେ, ଟିମ୍ ଇଣ୍ଡିଆର ନୂଆ ଟି-20 ଅଧିନାୟକ କରିବାରେ କୌଣସି କ୍ଷତି ନାହିଁ ।

ରବି ଶାସ୍ତ୍ରୀ (Ravi Shastri) କହିଛନ୍ତି ଯେ,  ଜଣେ ନୂଆ ଟି-20 ଅଧିନାୟକ (T20 Captain) ଚିହ୍ନଟ କରିବାରେ କୌଣସି କ୍ଷତି ନାହିଁ ଓ ଯଦି ତାଙ୍କ ନାମ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy), ତେବେ ଏପରି ହିଁ ହେଉ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଚଳିତ ବର୍ଷ ଜୁନରେ ଆୟର୍ଲାଣ୍ଡ ଗସ୍ତରେ ୨-୦ରେ ଟି-20 ସିରିଜ୍ ଜିତିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ୍ ୨୦୨୨ରେ ଟାଇଟଲ୍ ଜିତାଇଥିଲେ । 

ସେହିପରି ଅଗଷ୍ଟରେ ଆମେରିକାର ଲାଉଡେରହିଲରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଞ୍ଚମ ଟି-20ରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ । ଏହି ମ୍ୟାଚକୁ ଭାରତୀୟ ଦଳ ୮୮ ରନରେ ଜିତି ସିରିଜକୁ ୪-୧ ସିରିଜ୍ ଜିତି ନେଇଥିଲା । ରବି ଶାସ୍ତ୍ରୀ (Ravi Shastri) କହିଛନ୍ତି ଯେ, "ଟି-20 କ୍ରିକେଟ୍ ପାଇଁ ନୂଆ ଅଧିନାୟକ ହେବାର କୌଣସି କ୍ଷତି ନାହିଁ, କାରଣ କ୍ରିକେଟ୍ ପରିମାଣ ଏତେ ଯେ ଜଣେ ଖେଳାଳିଙ୍କ ପାଇଁ ତିନୋଟି ଫର୍ମାଟ୍ ଖେଳିବା ସହଜ ହେବ ନାହିଁ । ଯଦି ରୋହିତ ଶର୍ମା (Rohit Sharma) ପୂର୍ବରୁ ଟେଷ୍ଟ ଓ ଏକଦିବସୀୟ (ODI) ରେ ଖେଳୁଛନ୍ତି, ତେବେ ଜଣେ ନୂଆ ଟି-20 ଅଧିନାୟକ ଚିହ୍ନଟ କରିବାରେ କୌଣସି କ୍ଷତି ନାହିଁ । ଯଦି ତାଙ୍କ ନାମ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya), ତେବେ ଏପରି ହିଁ ହେଉ ।"

ଅଧିକ ପଢ଼ନ୍ତୁ:-ନାର୍କୋ ଟେଷ୍ଟ କ'ଣ, ଏହା କିପରି କରେ କାମ? ଜାଣନ୍ତୁ ଅପରାଧୀଙ୍କଠୁ ସତ ବାହାର କରିବାରେ କେତେ ସଫଳ

ଅଧିକ ପଢ଼ନ୍ତୁ:-ବ୍ଲେଡରେ ପତିଙ୍କ ଗୁପ୍ତାଙ୍ଗ କାଟିଲେ ପତ୍ନୀ, କାରଣ ଜାଣିଲେ ଉଡ଼ିଯିବ ହୋସ୍!

ଅଧିକ ପଢ଼ନ୍ତୁ:-ଭାରତୀୟ ଫ୍ୟାନ୍ସଙ୍କ ପାଇଁ ବହୁତ ଖରାପ ଖବର! ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ସଙ୍କଟର କଳା ବାଦଲ

 

 

ରବି ଶାସ୍ତ୍ରୀ (Ravi Shastri) ଅନୁଭବ କରିଛନ୍ତି ଯେ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଙ୍କ ନେତୃତ୍ୱରେ ଭାରତୀୟ କୋଚିଂ ଷ୍ଟାଫଙ୍କୁ ବାରମ୍ବାର ବ୍ରେକ୍ ଦେବା ଭଲ ନୁହେଁ, କାରଣ ଏହା ଦ୍ୱାରା ଖେଳାଳି-କୋଚ୍ ସମ୍ପର୍କ ଉପରେ ପ୍ରଭାବ ପକାଇବ । ରବି ଶାସ୍ତ୍ରୀ ଭାରତୀୟ ଦଳରେ ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକ (Umran Malik) ଙ୍କୁ ସୁଯୋଗ ଦେବା ସପକ୍ଷରେ ଅଛନ୍ତି । ଆଇପିଏଲ୍ (IPL) ୨୦୨୧ ଓ ୨୦୨୨ରେ ନିଜ ଦ୍ରୁତ ଗତି ଯୋଗୁଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଉମ୍ରାନ୍ ମଲିକ ଚଳିତ ବର୍ଷ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପାଇଁ ଟି-20 ଡେବ୍ୟୁ କରିଥିଲେ । ଉମ୍ରାନ ମଲିକ ଭାରତ ପାଇଁ ଏପର୍ଯ୍ୟନ୍ତ ତିନୋଟି ଟି-20 ମ୍ୟାଚ୍ ଖେଳିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ଓ ODI ଦଳରେ ତାଙ୍କୁ ସାମିଲ କରାଯାଇଛି ।