Joe Root: ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟ ମ୍ୟାଚରେ ଜୋ ରୁଟ ଏପରି ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଆଖପାଖରେ ବିରାଟ କୋହଲି ହୁଏତ କେବେ ପହଞ୍ଚି ପାରନ୍ତି । କେବଳ ବିରାଟ କୋହଲ କାହିଁକି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଟେଷ୍ଟ କ୍ୟାରିୟରରେ ଏପରି କରିପାରିବେ ନାହିଁ । ଜୋ ରୁଟ୍ ଦ୍ୱିତୀୟ ଇନିଂସରେ ପାକିସ୍ତାନର ଫାହିମ ଆଶ୍ରାଫଙ୍କୁ ୧୦ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ କରିଥିଲେ ।
Trending Photos
Pakistan Vs England 2nd Test Joe Root: ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ (Joe Root) ଙ୍କ ଯେତେବେଳେ ବି ଚର୍ଚ୍ଚା ହୋଇଥାଏ ତ ତାଙ୍କ ତୁଳନା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କ ସହ କରାଯାଏ । ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟ ମ୍ୟାଚରେ ଜୋ ରୁଟ ଏପରି ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଆଖପାଖରେ ବିରାଟ କୋହଲି ହୁଏତ କେବେ ପହଞ୍ଚି ପାରନ୍ତି । କେବଳ ବିରାଟ କୋହଲ କାହିଁକି ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ତାଙ୍କ ଟେଷ୍ଟ କ୍ୟାରିୟରରେ ଏପରି କରିପାରିବେ ନାହିଁ । ଜୋ ରୁଟ୍ ଦ୍ୱିତୀୟ ଇନିଂସରେ ପାକିସ୍ତାନର ଫାହିମ ଆଶ୍ରାଫ (Faheem Ashraf) ଙ୍କୁ ୧୦ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ କରିଥିଲେ ।
ଫାହିମ ଆଶ୍ରାଫ (Faheem Ashraf) ଙ୍କ ଆଉଟ ସହିତ ଜୋ ରୁଟ୍ (Joe Root) ତାଙ୍କର ଟେଷ୍ଟ କ୍ୟାରିୟରେ ୫୦ ତମ ୱିକେଟ୍ ନେଇଥିଲେ । ଏହିପରି ଭାବରେ ସେ ଟେଷ୍ଟ କ୍ରିକେଟରେ ୧୦,୦୦୦ ରନ୍ ଓ ୫୦ ୱିକେଟ୍ ହାସଲ କରିବାରେ ଇଂଲଣ୍ଡର ପ୍ରଥମ ତଥା ତୃତୀୟ କ୍ରିକେଟର ହୋଇଛନ୍ତି । ଜୋ ରୁଟ୍ (Joe Root) ଙ୍କ ପୂର୍ବରୁ କେବଳ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କଲିସ୍ (Jacques Kallis) ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ୱଗ୍ (Steve Waugh) ଏହି ରେକର୍ଡ କରିପାରିଛନ୍ତି । ଟେଷ୍ଟରେ ଜୋ ରୁଟ୍ ୧୦,୬୨୯ ରନ୍ କରିଛି, ଏଥିରେ ୨୮ ଶତକ ଓ ୫୫ ଅର୍ଦ୍ଧ ଶତକ ସାମିଲ ରହିଛି । ଏହାସହ ୫ଟି ଦ୍ୱିଶତକ ମଧ୍ୟ ସାମିଲ ରହିଛି ।
ମହାନ ଭାରତୀୟ ଖେଳାଳି ସଚିନ ତେନ୍ଦୁଲକର (Sachin Tendulkar) ବଲ୍ ସହିତ ଚମତ୍କାର ପ୍ରଦର୍ଶନ କରୁଥିଲେ । କୁହାଯାଏ ଯେ, ସଚିନ ତେନ୍ଦୁଲକର ବିଭିନ୍ନ ଉପାୟରେ ଗୋଟିଏ ଓଭରରେ ୬ଟି ବଲକୁ ଅଲଗା ଅଲଗା ଭାବେ ବୋଲିଂ କରିପାରୁଥିଲେ । ଏହି କାରଣରୁ ତାଙ୍କୁ ଗୋଲଡେନ୍ ହ୍ୟାଣ୍ଡ ମଧ୍ୟ କୁହାଯାଉଥିଲା । ସେ କଠିନ ସମୟରେ ଟିମ୍ ଇଣ୍ଡିଆ (Team India) ପାଇଁ ୱିକେଟ୍ ନେଉଥିଲେ । ଟେଷ୍ଟରେ ସଚିନ ତେନ୍ଦୁଲକରଙ୍କର ୪୬ ୱିକେଟ୍ ଥିବାବେଳେ ବିଶ୍ୱ ରେକର୍ଡ ୧୫,୯୨୧ ରନ୍ ରହିଛି । ଯଦି ସଚିନ ତେନ୍ଦୁଲକର ଆଉ ୪ଟି ୱିକେଟ୍ ନେଇଥାନ୍ତେ, ତେବେ ତାଙ୍କ ନାମ ଏହି ତାଲିକାରେ ସାମିଲ ହୋଇଯାଇଥାନ୍ତା ।
ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ରଚିଲା ଇତିହାସ, ୨୨ ବର୍ଷ ପରେ ପାକିସ୍ତାନରେ ଜିତିଲା ଟେଷ୍ଟ ସିରିଜ୍
ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି
ଏହା ବି ପଢ଼ନ୍ତୁ:-ଇଶାନ କିଶନଙ୍କ ଦ୍ୱିଶତକକୁ ନେଇ ଦୀନେଶ କାର୍ତ୍ତିକ ଦେଲେ ବଡ଼ ବୟାନ, କହିଲେ-ଏକ ଉଜ୍ଜ୍ୱଳ କ୍ୟାରିୟରର ହୋଇପାରେ ଦୁଃଖଦ ଅନ୍ତ
ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିରାଟ କୋହଲି (Virat Kohli) ବର୍ତ୍ତମାନର ଯୁଗର ରନ୍ ମେସିନ୍, କିନ୍ତୁ ସେ ନିଜ ନାମରେ ଏପର୍ଯ୍ୟନ୍ତ ୧୦ ହଜାର ରନ୍ ଯୋଡ଼ି ପାରି ନାହାଁନ୍ତି । ବର୍ତ୍ତମାନ ବିରାଟ କୋହଲିଙ୍କ ନାମରେ ଟେଷ୍ଟରେ ୮,୦୭୪ ରନ୍ ଅଛି । କେବଳ ଏତିକି ନୁହେଁ, ସେ ଏପର୍ଯ୍ୟନ୍ତ ଟେଷ୍ଟରେ ଗୋଟିଏ ୱିକେଟ୍ ନେଇପାରି ନାହାଁନ୍ତି । ଅନ୍ୟପକ୍ଷରେ ରୋହିତ ଶର୍ମା (Rohit Sharma) ଙ୍କ ନାମରେ କେବଳ ୨ ୱିକେଟ୍ ଅଛି । ଏହାସହ ରୋହିତ ଶର୍ମାଙ୍କ ନାମରେ ୫ ହଜାରରୁ କମ୍ ରନ୍ ମଧ୍ୟ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା ଟେଷ୍ଟରେ ୩,୧୩୭ ରନ୍ କରିଛନ୍ତି ।