FIFA World Cup 2022: ARG vs AUS ମ୍ୟାଚ ବେଳେ ଷ୍ଟାଡିୟମରେ ଏମିତି କାଣ୍ଡ କଲେ ମେସିଙ୍କ ପୁଅ, ଭାଇରାଲ ହେଲା ଭିଡିଓ
Advertisement

FIFA World Cup 2022: ARG vs AUS ମ୍ୟାଚ ବେଳେ ଷ୍ଟାଡିୟମରେ ଏମିତି କାଣ୍ଡ କଲେ ମେସିଙ୍କ ପୁଅ, ଭାଇରାଲ ହେଲା ଭିଡିଓ

FIFA World Cup 2022: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ ୨୦୨୨ରେ ଲିଓନେଲ ମେସି ୩ଟି ଗୋଲ କରିଛନ୍ତି। ଆଉ ଏହି ମାଇଲଷ୍ଟୋନର ସମକକ୍ଷ ହେବାକୁ ରୋନାଲ୍ଡୋ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି। ଏହା ବ୍ୟତୀତ ମେଶି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୯ଟି ଗୋଲ କରିଛନ୍ତି, ଯେତେବେଳେ କି ରୋନାଲ୍ଡୋଙ୍କ ନାମରେ ଆଠଟି ଗୋଲ ରହିଛି। 

ସୋସିଆଲ ମିଡିଆ

FIFA World Cup 2022, ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପର କ୍ରେଜ୍ ଚାରିଆଡେ ଦେଖିବାକୁ ମିଳୁଛି। ଅଷ୍ଟ୍ରେଲିଆ ବନାମ ଆର୍ଜେଣ୍ଟିନା ମ୍ୟାଚ ପରେ ଲିଓନେଲ ମେସିଙ୍କୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ଆର୍ଜେଣ୍ଟିନା ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି କ୍ୱାଟର ଫାଇନାଲରେ ପହଞ୍ଚିଛି। ମ୍ୟାଚର ୩୫ ମିନିଟରେ ଆର୍ଜେଣ୍ଟିନା ଷ୍ଟାର ଖେଳାଳି ଲିଓନେଲ ମେସି ପ୍ରଥମ ଗୋଲ କରିଥିଲେ। ଯାହାପରେ ଷ୍ଟାଡିୟମରେ ଲୋକଙ୍କ ଚିତ୍କାର ଗୁଞ୍ଜରିତ ହୋଇଥିଲା। କିନ୍ତୁ ଏହି ସମୟରେ ଷ୍ଟାଡିୟମରେ ମେସିଙ୍କ ପୁଅ ଏପରି ଏକ କାଣ୍ଡ କରିଦେଲେ, ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ ହୋଇଗଲା।

ଭାରତୀୟ ସମୟ ଶନିବାର ମଧ୍ୟରାତ୍ରିରେ ଅଷ୍ଟ୍ରେଲିଆ ବନାମ ଆର୍ଜେଣ୍ଟିନା ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ବେଳେ ପ୍ରାୟତଃ ସମସ୍ତ କ୍ୟାମେରାର ଲେନ୍ସ ବାରମ୍ବାର ଲିଓନେଲ ମେସିଙ୍କ ପରିବାର ଉପରେ ପଡୁଥିଲା। ଆଉ ସେହି କ୍ୟାମେରାରେ ଫୁଟବଲ କିମ୍ବଦନ୍ତୀ ମେସିଙ୍କ ସାତ ବର୍ଷର ପୁଅ ମାଟେଓଙ୍କ ଅପ୍ରତ୍ୟାଶିତ ଆଚରଣ କଏଦ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ମାଟେଓ, ଚ୍ୟୁଙ୍ଗମ ଚୋବାଉ ଥିଲେ। ଆଉ ସେ ତାକୁ ପାଟିରୁ ବାହାର କରି ହାତରେ ଧରିଲେ ଓ ହଠାତ ଦର୍ଶକ ଭର୍ତ୍ତି ଥିବା ଷ୍ଟାଡିୟମରେ ଫିଙ୍ଗିଦେଲେ। ସର୍ବସାଧାରଣରେ ମାଟେଓଙ୍କ ଏପରି ହରକତ ପାଇଁ ତାଙ୍କ ମାଆ ଆଣ୍ଟୋନେଲା ରୋକୁଜୋ ତାଗିଦ କରିଥିଲେ। 

Also Read: ଗୋଲଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ Mbappe, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ରୋନାଲ୍ଡ ଓ ମେସି

ଶନିବାର ଫିଫା ବିଶ୍ୱକପର ରାଉଣ୍ଡ-୧୬ରେ ଦୁଇଟି ଦମଦାର ମ୍ୟାଚ ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚ ନେଦରଲାଣ୍ଡ ଓ ଆମେରିକା ମଧ୍ୟରେ ଖାଳାଯାଇଥିଲା। ଏଥିରେ ନେଦରଲାଣ୍ଡ ଦଳ ୩-୧ ଗୋଲରେ ଆମେରିକାକୁ ପରାସ୍ତ କରି ବିଶ୍ୱକପର ପ୍ରଥମ ଦଳ ଭାବେ କ୍ୱାଟରରେ ପ୍ରବେଶ କରିଛି। ଦ୍ୱିତୀୟ ମ୍ୟାଚ ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚର ପ୍ରଥମ ୩୫ ମନିଟରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଗୋଲ କରିଥିଲେ। ଏହା ପରେ ଦଳପାଇଁ ଜୁଲିଆନ ଅଲଭାରିଜ୍ ୫୭ ମିନିଟରେ ଦ୍ୱିତୀୟ ଗୋଲ ଦେଲେ। ଏହାର ପ୍ରତିବଦଳରେ ଅଷ୍ଟ୍ରେଲିଆ ୭୭ ମିନିଟରେ ପ୍ରଥମ ଗୋଲ କରିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଅଷ୍ଟ୍ରେଲିଆ ଆଉ ଗୋଟାଏ ଗୋଲକୁ ସୁଝାଇ ପାରିନଥିଲା। ଫଳରେ ଆର୍ଜେଣ୍ଟିନା ୨-୧ ଗୋଲରେ ବିଜୟ ହୋଇଥିଲା।  

ଦୋହାଙ୍କ ଅହମ୍ମଦ ବିନ୍ ଅଲି ଷ୍ଟାଡିୟମରେ ଆର୍ଜେଣ୍ଟିନା ଅଧିନାୟକ ମେସି ଅନେକ ମାଇଲଖୁଣ୍ଡ ସ୍ଥାପନ କରିଛନ୍ତି। ଶନିବାର ୩୫ ବର୍ଷିୟ ମେସି ତାଙ୍କ କ୍ୟାରିୟରର ୧୦୦୦ତମ ମ୍ୟାଚ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ଗୋଟିଏ ଗୋଲ ଦେଇ ନିଜ ସ୍କୋର ବର୍ଡରେ ୭୮୯ଟି ଗୋଲର ରେକର୍ଡ କରିଛନ୍ତି। ଏହା ସହ ସେ ପର୍ତ୍ତୁଗାଲ ଲିଜେଣ୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରେକ୍ରଡ ମଧ୍ୟ ବ୍ରେକ୍ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ସେ ବିଶ୍ୱକପରେ ମୋଟ ୮ଟି ମ୍ୟାନ ଅଫ ଦ ମ୍ୟାଚର ଅଧିକାରୀ ହୋଇଛନ୍ତି। ରୋନାଲ୍ଡୋଙ୍କ ନିକଟରେ ଏଯାଏଁ ମ୍ୟାନ ଅଫ ଦ ମ୍ୟାଚର ସାତଟି ଟ୍ରଫି ଅଛି।

Also Read: FIFA World Cup 2022: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି, କ୍ୱାଟରରେ ଆର୍ଜେଣ୍ଟିନା

କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ ୨୦୨୨ରେ ଲିଓନେଲ ମେସି ୩ଟି ଗୋଲ କରିଛନ୍ତି। ଆଉ ଏହି ମାଇଲଷ୍ଟୋନର ସମକକ୍ଷ ହେବାକୁ ରୋନାଲ୍ଡୋ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି। ଏହା ବ୍ୟତୀତ ମେଶି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୯ଟି ଗୋଲ କରିଛନ୍ତି, ଯେତେବେଳେ କି ରୋନାଲ୍ଡୋଙ୍କ ନାମରେ ଆଠଟି ଗୋଲ ରହିଛି। ଆଉ ମେସି, ଗୋଲଡେନ ବୁଟ ପାଇଥିବା ଷ୍ଟାର ଖେଳାଳିଙ୍କ ତାଲିକାର ଶୀର୍ଷରେ ପହଞ୍ଚିଯାଇଛନ୍ତି। ଏହା ସହ ସେ ବିଶ୍ୱକପ୍ ଗୋଲ ମାମଲାରେ ଫ୍ରାନ୍ସ ଷ୍ଟାର କେଲିଆନ ଏମବାପେ, ଇଂଲଣ୍ଡ ଫରୱାର୍ଡ ମର୍କୋସ ରାସଫୋର୍ଡ ଓ ନେଦରଲାଣ୍ଡର କୋଡି ଗାକପୋଙ୍କ ସମକକ୍ଷ ହୋଇଛନ୍ତି।  

ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ମେସିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଆଉ ମ୍ୟାଚ୍ ପରବର୍ତ୍ତୀ ସାକ୍ଷାତକାରରେ ତାଙ୍କୁ ଖେଳର ଏକ କ୍ଲିପ୍ ଦେଖାଯାଇଥିଲା, ଯେଉଁଠାରେ ମେସିଙ୍କ ଗୋଲ ପରେ ତାଙ୍କ ପରିବାର ସଦସ୍ୟ ଉତ୍ସାହିତ ହୋଇ ଷ୍ଟାଡିୟମରେ ନାଚୁଥିଲେ। ଷ୍ଟାଡିୟମରେ ମେସିଙ୍କ ପତ୍ନୀ ଆଣ୍ଟୋନେଲା ରୋକୁଜୋ ଓ ତିନି ସନ୍ତାନ ଥିଆଗୋ, ମାଟେଓ ଏବଂ ସାଇରୋ ଉପସ୍ଥିତ ଥିଲେ। ପରିବାର ଲୋକଙ୍କ ଖୁସିକୁ ଦେଖି ମେସି ଖୁବ ଆନନ୍ଦିତ ହୋଇଯାଇଥିଲେ। ସେହି ସାକ୍ଷାତକାର ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।