IND vs NZ: ତୃତୀୟ ଟି-20 ପୂର୍ବରୁ ଦଳକୁ ବଡ଼ ଝଟକା, ଅଧିନାୟକ ହିଁ ହେଲେ ମ୍ୟାଚରୁ ବାହାର
Advertisement

IND vs NZ: ତୃତୀୟ ଟି-20 ପୂର୍ବରୁ ଦଳକୁ ବଡ଼ ଝଟକା, ଅଧିନାୟକ ହିଁ ହେଲେ ମ୍ୟାଚରୁ ବାହାର

Kane Williamson, IND vs NZ 3rd T20: ନ୍ୟୁଜିଲ୍ୟାଣ୍ଡ ଦଳ ମଙ୍ଗଳବାର ଅର୍ଥାତ ନଭେମ୍ୱର ୨୨ରେ ନାପିଆରରେ ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-20 ମ୍ୟାଚ୍ ଖେଳିବ । ଏହାପୂର୍ବରୁ ଆୟୋଜକ ଦଳକୁ ଏକ ବଡ଼ ଝଟକା ଲାଗିଛି । ଦଳର ଅଧିନାୟକତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ ଏହି ମ୍ୟାଚରେ ଖେଳି ପାରିବେ ନାହିଁ ।

IND vs NZ: ତୃତୀୟ ଟି-20 ପୂର୍ବରୁ ଦଳକୁ ବଡ଼ ଝଟକା, ଅଧିନାୟକ ହିଁ ହେଲେ ମ୍ୟାଚରୁ ବାହାର

Kane Williamson, IND vs NZ 3rd T20: ଭାରତୀୟ ଦଳ (Indian Cricket Team) ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଏଠାରେ ଦଳ ଟି-20 ସିରିଜ (India vs New Zealand T20 Series) ଖେଳୁଛି । ଗତକାଲି ଅର୍ଥାତ ନଭେମ୍ୱର ୨୦ରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-20 ମ୍ୟାଚ୍ (IND vs NZ 2nd T20 Match) ଖେଳିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ପରାସ୍ତ କରିଛି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଦଳ ମଙ୍ଗଳବାର ଅର୍ଥାତ ନଭେମ୍ୱର ୨୨ରେ ନାପିଆରରେ ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-20 ମ୍ୟାଚ୍ (India vs New Zealand 3rd T20 Match) ଖେଳିବ । ଏହାପୂର୍ବରୁ ଆୟୋଜକ ଦଳକୁ ଏକ ବଡ଼ ଝଟକା ଲାଗିଛି । ଦଳର ଅଧିନାୟକ (New Zealand Captain) ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ (Kane Williamson) ଏହି ମ୍ୟାଚରେ ଖେଳି ପାରିବେ ନାହିଁ ।

ସୂଚନା ମୁତାବକ, ମେଡିକାଲ Appointment ଯୋଗୁଁ କେନ୍ ୱିଲିୟମସନ (Kane Williamson) ଏହି ମ୍ୟାଚର ଅଂଶ ହେବେ ନାହିଁ । ଗତକାଲି ଅର୍ଥାତ ନଭେମ୍ବର ୨୦ (ରବିବାର) ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଯଦିଓ ଆୟୋଜକ ଦଳ ତରଫରୁ ଅଧିନାୟକ କେନ୍ ୱିଲିୟମସନ ସର୍ବାଧିକ ସ୍କୋରର କରିଥିଲେ । ସେ ୫୨ ବଲରେ ୬୧ ରନର ଇନିଂସ ଖେଳିଥିଲେ । କେନ୍ ୱିଲିୟମସନଙ୍କ ଇନିଂସରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା ।

ଏବେ କେନ୍ ୱିଲିୟମସନ (Kane Williamson) ନାପିଆରରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟି-20 ମ୍ୟାଚରେ ଖେଳିପାରିବେ ନାହିଁ । ଏହା ମଧ୍ୟ ଏହି ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ହେବ । କାରଣ ଏହି ମ୍ୟାଚରେ ହାରିଲେ ନ୍ୟୁଜିଲ୍ୟାଣ୍ଡ ଦଳ ମଧ୍ୟ ସିରିଜ୍ ହରାଇବ । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ଯଦି ଏହି ମ୍ୟାଚ ଜିତେ ତେବେ ସିରିଜ୍ ୧-୧ରେ ଡ୍ର ହେବ । ଅଭିଜ୍ଞ ବୋଲର ଟିମ୍ ସାଉଥୀ (Tim Southee) ୱିଲିୟମସନଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ହେବେ । ୱିଲିୟମସନଙ୍କ ସ୍ଥାନରେ ବାମହାତୀ ବ୍ୟାଟ୍ସମ୍ୟାନ୍ ମାର୍କ ଚାପମ୍ୟାନ (Mark Chapman) ଙ୍କୁ ଡକାଯାଇଛି ।

ଅଧିକ ପଢ଼ନ୍ତୁ:-ମ୍ୟାଚ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସିରେ ଗଦଗଦ, ଏହି ଖେଳାଳୀଙ୍କୁ କହିଲେ ଦଳର ହିରୋ

ଅଧିକ ପଢ଼ନ୍ତୁ:-BSNL 5G ସେବା ଏହି ଦିନ ହେବାକୁ ଯାଉଛି ଆରମ୍ଭ! Jio ଓ Airtel ର ବଢ଼ିବ ଟେନସନ୍

ଅଧିକ ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।