Ishan Kishan Slapped Shubman Gill: ଶୁଭମାନ ଗିଲଙ୍କୁ ଚାପୁଡ଼ା ମାରିଲେ ଇଶାନ କିଶନ, ଭିଡିଓ ଭାଇରାଲ
Advertisement

Ishan Kishan Slapped Shubman Gill: ଶୁଭମାନ ଗିଲଙ୍କୁ ଚାପୁଡ଼ା ମାରିଲେ ଇଶାନ କିଶନ, ଭିଡିଓ ଭାଇରାଲ

India vs New Zealand 3rd T20: ଏହି ଭିଡିଓରେ ଇଶାନ କିଶନ ଶୁଭମାନ ଗିଲଙ୍କୁ ଚାପୁଡ଼ା ମାରିବା ସହ ଜୋତା ପିନ୍ଧି ତାଙ୍କ ବେଡ ଉପରେ ଡେଇଁଥିବାର ନଜର ଆସିଛନ୍ତି । ଲାଗୁଛି ଯେ, ଏହି ଭିଡିଓ ଅହମ୍ମଦାବାଦରେ ତୃତୀୟ ତଥା ଅନ୍ତିମ T20 ପରେ ସୁଟ୍ ହୋଇଛି ।

Ishan Kishan Slapped Shubman Gill: ଶୁଭମାନ ଗିଲଙ୍କୁ ଚାପୁଡ଼ା ମାରିଲେ ଇଶାନ କିଶନ, ଭିଡିଓ ଭାଇରାଲ

Ishan Kishan-Shubman Gill Slapped Video: ଆଜିକାଲି ଟିମ୍ ଇଣ୍ଡିଆ (Team India) ର ଖେଳାଳି ମାନେ ବହୁତ ଖୁସିରେ ଅଛନ୍ତି ।  ଦିନିକିଆ ସିରିଜ ପରେ ଭାରତ ବର୍ତ୍ତମାନ ଟି-20 ସିରିଜରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି । ଏହି ଉତ୍ସବରେ ଭାରତୀୟ ଖେଳାଳିମାନେ ବୁଡି ରହିଛନ୍ତି । କ୍ରିକେଟ୍ ଦୁନିଆର ସବୁ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କୁ ପ୍ରଶଂସା କରାଯାଉଛି । ବର୍ତ୍ତମାନ ୟୁଜବେନ୍ଦ୍ର ଚହଲ (Yuzvendra Chahal), ଇଶାନ କିଶନ (Ishan Kishan) ଏବଂ ଶୁଭମାନ ଗିଲ (Shubman Gill) ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ (Ishan Kishan-Shubman Gill Masti Video) ରେ ଇଶାନ କିଶନ ଶୁଭମାନ ଗିଲଙ୍କୁ ଚାପୁଡ଼ା ମାରିବା ସହ ଜୋତା ପିନ୍ଧି ତାଙ୍କ ବେଡ ଉପରେ ଡେଇଁଥିବାର ନଜର ଆସିଛନ୍ତି ।

ଲାଗୁଛି ଯେ, ଏହି ଭିଡିଓ ଅହମ୍ମଦାବାଦରେ ତୃତୀୟ ତଥା ଅନ୍ତିମ T20 ପରେ ସୁଟ୍ ହୋଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ମ୍ୟାଚରେ ଶୁଭମାନ ଗିଲ୍ ଶତକ ହାସଲ କରି ଭାରତକୁ ସିରିଜକୁ ୨-୧ରେ ଜିତିବାରେ ସାହାଯ୍ୟ କରିଥିଲେ ।

ଶୁଭମାନ ଗିଲ୍ (Shubman Gill) ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହାର କ୍ୟାପସନରେ ଶୁଭମାନ ଗିଲ ଲେଖିଛନ୍ତି, 'ରୋଡିଜ୍ ରିଲୋଡେଡ୍ ନିଜର ଫେବରେଟ୍ ମୁମେଣ୍ଟକୁ ରିକ୍ରିଏଟ କରିଛି' । ଭିଡିଓରେ ଇଶାନ କିଶନ କହୁଛନ୍ତି ଯେ,  ଆପଣ ମଧ୍ୟରେ ପ୍ୟାଶନ୍ ଓ ଇଣ୍ଟେନସିଟି ରହିବା ଆବଶ୍ୟକ । ଏହାର ଉତ୍ତରରେ ଶୁଭମାନ ଗିଲ୍ କହିଛନ୍ତି ଯେ, ତାଙ୍କ ମଧ୍ୟର  ପ୍ୟାଶନ୍ ଓ ଇଣ୍ଟେନସିଟି ଅଛି । ପରେ, ଇଶାନ କିଶନ (Ishan Kishan) ଜୋତା ପିନ୍ଧି ଶୁଭମାନ ଗିଲଙ୍କ ଉପରକୁ ଡେଇଁଲେ ଓ ଖଟ ଉପରେ ଚଢ଼ି ଡେଇବାକୁ ଲାଗିଲେ । ଯେତେବେଳେ ସେ ଫେରେ ତ ନିଜକୁ ଚାପୁଡ଼ା ମାରିବାକୁ କହିଥାଏ । ଏହି ସମୟରେ ଶୁଭମାନ ନିଜକୁ ଚାପୁଡ଼ା ମାରୁଥିବାର ନଜରକୁ ଆସିଛନ୍ତି ।

କେବଳ ଏତିକି ନୁହେଁ, ଇଶାନ କିଶନ (Ishan Kishan) ନିଜେ ଶୁଭମାନ ଗିଲ (Shubman Gill) ଙ୍କୁ ଚାପୁଡ଼ା ମାରିଛନ୍ତି । ୟୁଜବେନ୍ଦ୍ର ଚହଲ ଭିଡିଓରେ ମଜା କରୁଥିବା ଦେଖିବାକୁ ମିଳିଛି । ଏଠାରେ କହି ରଖୁଛୁ ଯେ, ୟୁଜବେନ୍ଦ୍ର ଚହଲ ମଧ୍ୟ ରିଲ ତିଆରି କରିବାକୁ ବହୁତ ପସନ୍ଦ କରନ୍ତି । ସେଥିପାଇଁ ସେ ଏହି ଭିଡିଓର ଏକ ଅଂଶ ହୋଇଯାଇଛନ୍ତି । ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ମଧ୍ୟ ଏକ ରିଲ ତିଆରି କରିଛନ୍ତି ।

ଅଧିକ ପଢ଼ନ୍ତୁ:-'ପୁଅ ଯେତେବେଳେ ତୁ U19 ଖେଳୁଥିଲୁ, ତୋ ବାପା...', କୋହଲିଙ୍କ ଉପରେ ପାକିସ୍ତାନୀ କ୍ରିକେଟରଙ୍କ ବିବାଦୀୟ ବୟାନରୁ ହଙ୍ଗାମା

ଅଧିକ ପଢ଼ନ୍ତୁ:-ସିରିଜ୍ ହାରିବା ସତ୍ତ୍ୱେ ମିଚେଲ୍ ସାଣ୍ଟନରଙ୍କ କମିନି ଅହଂକାର, ବିଶ୍ୱକପ୍ ୨୦୨୩କୁ ନେଇ ଦେଲେ ଚେତାବନୀ!

ଅଧିକ ପଢ଼ନ୍ତୁ:-ଏହି ୩ ଖେଳାଳିଙ୍କ ଦମରେ ଭାରତ ଜିତିଲା ଟି-20 ସିରିଜ, ଟିମ୍ ଇଣ୍ଡିଆ ପାଇଁ ପାଲଟିଲେ ସବୁଠୁ ବଡ଼ ମ୍ୟାଚ୍ ୱିନର