CSK vs DC: ଚେନ୍ନାଇ ମାଟିରେ ଦିଲ୍ଲୀ ଫେଲ୍, ୧୩ ବର୍ଷ ପରେ ମଧ୍ୟ ବଦଳିଲା ନାହିଁ କାହାଣୀ
Advertisement

CSK vs DC: ଚେନ୍ନାଇ ମାଟିରେ ଦିଲ୍ଲୀ ଫେଲ୍, ୧୩ ବର୍ଷ ପରେ ମଧ୍ୟ ବଦଳିଲା ନାହିଁ କାହାଣୀ

IPL 2023 Chennai Super Kings vs Delhi Capitals Match Report: ଚଳିତ ସିଜନରେ ୧୨ ଟି ମ୍ୟାଚରେ ଚେନ୍ନାଇ ଆଜି ନିଜର ସପ୍ତମ ବିଜୟ ପଞ୍ଜିକରଣ କରି ୧୫ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ସୌ: ସୋସିଆଲ ମିଡିଆ

CSK defeated DC: ୧୩ ବର୍ଷ ପରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସଙ୍କ ଘରୋଇ ମାଟିରେ ଦିଲ୍ଲୀ କ୍ୟାପିଟାଲ୍ସ ଜିତିବାକୁ ଚେଷ୍ଟା କରି ବିଫଳ ହୋଇଛି । ଚେପାକ୍ ଷ୍ଟାଡିୟମରେ ଏମ୍ଏସ୍ ଧୋନିଙ୍କ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୭ ରନ୍ ବ୍ୟବଧାନରେ ପରାସ୍ତ କରିଛି । ଚେନ୍ନାଇ ଏମଏସ ଧୋନିଙ୍କ ଅଧିନାୟକତ୍ୱ ଓ ପରେ ଦୀପକ ଚହରଙ୍କ ପ୍ରାରମ୍ଭିକ ଝଟକା ଆଧାରରେ ଏହି ସିଜନରେ ନିଜର ସପ୍ତମ ବିଜୟ ପଞ୍ଜିକରଣ କରିଛି । ଏଥି ସହିତ ଏହି ପରାଜୟ ପରେ ଦିଲ୍ଲୀର ପ୍ଲେ ଅଫରେ ପହଞ୍ଚିବା ଆଶା ମଉଳି ପଡିଛି । ୨୦୧୦ ରେ ଦିଲ୍ଲୀ ଶେଷଥର ପାଇଁ ଏଠାରେ ଚେନ୍ନାଇକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଦିଲ୍ଲୀ ବୋଲରମାନେ ଯେଉଁଭଳି ଭାବରେ ବୋଲିଂ ଆରମ୍ଭ କରିଥିଲେ, ଲାଗୁଥିଲା ଯେ ଏହି ଅପେକ୍ଷା ଅନ୍ତ ହେବ । କିନ୍ତୁ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ମାନେ ଯେଉଁଭଳି ଭାବରେ ଆରମ୍ଭ କରିଥିଲେ, ସେମାନେ ଅପେକ୍ଷା ଅପେକ୍ଷାରେ ରହିଯାଇଥିଲା ।

ବୁଧବାର ଦିନ ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ୨୦୨୩ ର ୫୫ ତମ ମ୍ୟାଚ୍ ଖେଳାଯାଇଥିଲା । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ମହେନ୍ଦ୍ର ସିଂ ଧୋନି ୯ ବଲରେ ୨୦ ରନ୍ ସ୍କୋର କରିଥିଲେ । ଏହାର ଜବାବରେ ଦିଲ୍ଲୀ ଦଳ ମାତ୍ର ୨୦ ଓଭରରେ ୧୪୦ ରନ୍ ସ୍କୋର କରିପାରିଥିଲା । ଚେନ୍ନାଇ ୨୭ ରନରେ ଏହି ମ୍ୟାଚରେ ବିଜୟ ହାସଲ କରିଛି । ଚଳିତ ସିଜିନର ଏହା ଚେନ୍ନାଇର ସପ୍ତମ ବିଜୟ ଥିଲା ।

ନିରାଶ କରିଥିଲେ ୱାର୍ଣ୍ଣର
୧୬୮ ରନ୍‌ର ଟାର୍ଗେଟକୁ ପିଛାକରି ଦିଲ୍ଲୀ କ୍ୟାପିଟାଲ୍ସ ଏକ ଖରାପ ଆରମ୍ଭ କରିଥିଲା । ଚେନ୍ନାଇରୁ ପ୍ରଥମ ଓଭର ପାଇଁ ଆସିଥିବା ଦୀପକ ଚହରଙ୍କୁ ଦ୍ୱିତୀୟ ବଲରେ ଡେଭିଡ ୱାର୍ନରଙ୍କୁ ଆଉଟ୍ କରିଥିଲେ । ଦିଲ୍ଲୀ ଅଧିନାୟକ ଦୁଇଟି କେବଳ ବଲରେ ସମ୍ମୁଖୀନ ହୋଇଥିଲେ ଓ ଖାତା ଖୋଲିପାରିନଥିଲେ । ଚହର ତୃତୀୟ ଓଭରରେ ଦିଲ୍ଲୀର ଦ୍ୱିତୀୟ ୱିକେଟ୍ ନେଇଥିଲେ । ୧୧ ବଲରେ ୧୭ ରନ୍ ସ୍କୋର କରିଥିବା ସଲ୍ଟ ଅମ୍ବାତି ରାୟୁଡୁଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ ।

ପାଥିରାନାରୁ କରିଥିଲେ ଘାତକ ବୋଲିଂ
ଦିଲ୍ଲୀର ତୃତୀୟ ୱିକେଟ୍ ଚତୁର୍ଥ ଓଭରର ପ୍ରଥମ ବଲରେ ପଡ଼ିଥିଲା । ମିଚେଲ ମାର୍ଶ ୫ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ମନୀଷ ପାଣ୍ଡେ ଓ ରେଲି ଋଷୋଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୫୯ ରନ୍ ଭାଗିଦାରୀ ହୋଇଥିଲା । ୧୩ ତମ ଓଭରର ଶେଷ ବଲରେ ମାଥିଶା ପାଥିରାନା ଏହି ଭାଗିଦାରୀ ଭାଙ୍ଗିଥିଲେ । ସେ ମନୀଷ ପାଣ୍ଡେଙ୍କୁ lbw ଆଉଟ କରିଥିଲେ । ପାଣ୍ଡେ ୨୯ ବଲରୁ ୨୭ ରନ୍ ସଂଗ୍ରହ କରିଥିଲେ । ୧୫ ତମ ଓଭରରେ ଜାଡେଜା ଋଷୋଙ୍କୁ ଆଉଟ୍ କରିଥିଲେ । ରୁସୋ ୩୭ ବଲ୍ରୁ ୩୫ ରନର ସ୍ଲୋ ଇନିଂସ ଖେଳିଥିଲେ । ଏହା ପରେ ମଧ୍ୟ ମିଚେଲ ମାର୍ଶ କ୍ରିଜରେ ଥିବାରୁ ଦିଲ୍ଲୀ ପାଇଁ ଆଶା ବାକି ରହିଥିଲା କିନ୍ତୁ ସେ ରନ୍‌ ଆଉଟ୍ ହୋଇଯାଇଥିଲେ ଓ ଏଠାରୁ ପରିସ୍ଥିତି କଷ୍ଟସାଧ୍ୟ ହୋଇପଡିଥିଲା । ଯାହା ଫଳରେ ଦିଲ୍ଲୀ ଦଳ ମାତ୍ର ୨୦ ଓଭରରେ ୧୪୦ ରନ୍ ସ୍କୋର କରିପାରିଥିଲା । 

ଏହା ବି ପଢନ୍ତୁ: ODI World Cup 2023: ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍; ଜାଣନ୍ତୁ କେଉଁ ଦିନ ଲଢ଼ିବେ ଭାରତ-ପାକିସ୍ତାନ