IPL Auction 2023: ରାଜସ୍ଥାନ ରୟାଲ୍ସ ଏତେ ଶସ୍ତା ମୂଲ୍ୟରେ କିଣିନେଲା ସଠିକ୍ ଦମଦାର ଖେଳାଳି!
Advertisement
trendingNow11498721

IPL Auction 2023: ରାଜସ୍ଥାନ ରୟାଲ୍ସ ଏତେ ଶସ୍ତା ମୂଲ୍ୟରେ କିଣିନେଲା ସଠିକ୍ ଦମଦାର ଖେଳାଳି!

IPL 2023 Mini Auction: ୨୦୧୩ରେ ଜେସନ ହୋଲ୍ଡର୍ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ନିଜର ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ସିଜନରେ ଜେସନ ହେୋଲ୍ଡର ୨ ୱିକେଟ୍ ନେଇଥିଲେ । ଅନ୍ୟପଟେ ତାଙ୍କୁ ବ୍ୟାଟିଂ କରିବାର ଅଧିକ ସୁଯୋଗ ମିଳି ନଥିଲା । ଏହା ପରେ ଜେସନ ହୋଲ୍ଡର ୨୦୧୫ରେ ହାଇଦ୍ରାବାଦ ଓ ୨୦୧୬ରେ କୋଲକାତା ନାଇଟ ରାଇଡର୍ସ ସହିତ ଖେଳିଥିଲେ ।

IPL Auction 2023: ରାଜସ୍ଥାନ ରୟାଲ୍ସ ଏତେ ଶସ୍ତା ମୂଲ୍ୟରେ କିଣିନେଲା ସଠିକ୍ ଦମଦାର ଖେଳାଳି!

IPL Auction 2023: ଆଇପିଏଲ୍ ନିଲାମ ୨୦୨୩ ପାଇଁ ବ୍ୟାଟିଂ କରାଯାଉଛି । ରାଜସ୍ଥାନ ରୟାଲ୍ସ (Rajasthan Royals) ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର ଜେସନ ହୋଲଡର (Jason Holder) ଙ୍କୁ ୫.୭୫ କୋଟି ଟଙ୍କାରେ କ୍ରୟ କରିଛି । ରାଜସ୍ଥାନ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ଜେସନ ହୋଲ୍ଡର ପାଇଁ ବିଡ୍ ଲଗାଇଥିଲା । କିନ୍ତୁ ଶେଷରେ ଏହି ବିଡିଂ ଲଢ଼େଇରେ ଜିତି ଗତ ବର୍ଷର ଫାଇନାଲିଷ୍ଟ ରାଜସ୍ଥାନ ରୟାଲ୍ସ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡ ଜେସନ ହୋଲଡରଙ୍କୁ ନିଜ ଦଳ ସାମିଲ କରାଇନେଇଛି ।

ଏହାପୂର୍ବରୁ ଜେସନ ହୋଲ୍ଡର (Jason Holder) ଆଇପିଏଲ (IPL) ରେ CSK, SRH, KKR ଏବଂ LSG ର ଏକ ଅଂଶ ରହିସାରିଛନ୍ତି । ୨୦୧୩ରେ ଜେସନ ହୋଲ୍ଡର୍ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ସହିତ ନିଜର ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ସିଜନରେ ଜେସନ ହେୋଲ୍ଡର ୨ ୱିକେଟ୍ ନେଇଥିଲେ । ଅନ୍ୟପଟେ ତାଙ୍କୁ ବ୍ୟାଟିଂ କରିବାର ଅଧିକ ସୁଯୋଗ ମିଳି ନଥିଲା । ଏହା ପରେ ଜେସନ ହୋଲ୍ଡର ୨୦୧୫ରେ ହାଇଦ୍ରାବାଦ ଓ ୨୦୧୬ରେ କୋଲକାତା ନାଇଟ ରାଇଡର୍ସ ସହିତ ଖେଳିଥିଲେ । ଜେସନ ହୋଲ୍ଡର୍ ଏହାର ପରବର୍ତ୍ତୀ ତିନୋଟି ସିଜନରେ କୌଣସି ଦଳର ଅଂଶ ନଥିଲେ । କିନ୍ତୁ ୨୦୨୦ ମସିହାରେ ଜେସନ ହୋଲ୍ଡରଙ୍କୁ ପୁଣି ହାଇଦ୍ରାବାଦ କିଣିଥିଲେ । ଗତ ବର୍ଷ ହୋଇଥିବା ନିଲାମରେ ଲକ୍ଷ୍ନୌ ସୁପରଗିଆଣ୍ଟସ୍ ତାଙ୍କୁ ନିଜ ସହ ଯୋଡ଼ିଥିଲା ।

ଜେସନ ହୋଲ୍ଡର (Jason Holder) ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର । ଯିଏ ଲୋୟର ଅର୍ଡରରେ ଉପଯୋଗୀ ବ୍ୟାଟିଂ କରିପାରିବେ । ଜେସନ ହୋଲ୍ଡରଙ୍କ ଭିତରେ ଲମ୍ବା ଛକା ମାରିବାର କ୍ଷମତା ଅଛି । ଏପରି ପରିସ୍ଥିତିରେ ଜେସନ ହୋଲ୍ଡର ମଧ୍ୟ ଆବଶ୍ୟକ ସମୟରେ ଲମ୍ବା ହିଟ୍ କରିପାରନ୍ତି । କିନ୍ତୁ ଜେସନ ହୋଲ୍ଡରଙ୍କ ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ସେ ହେଉଛନ୍ତି ଭଲ ଦ୍ରୁତ ବୋଲର । ଏହା ସହିତ ତାଙ୍କର ନେତୃତ୍ୱ ଦକ୍ଷତା ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି ।

ଅଧିକ ପଢ଼ନ୍ତୁ:-ଲାଇଭ ମ୍ୟାଚରେ ଋଷଭ ପନ୍ତଙ୍କ ଉପରେ ରାଗି ପାଚି ଲାଲ ହେଲେ ବିରାଟ କୋହଲି, ଏହି ଘଟଣାକୁ ନେଇ ହୋଇଥିଲା ବବାଲ

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀମାନେ ପାଇବେ ଟ୍ରିପଲ୍ ଉପହାର, ଜାଣନ୍ତୁ କ'ଣ କ'ଣ ମିଳିବ?

ଅଧିକ ପଢ଼ନ୍ତୁ:-ଆଇପିଏଲ ୨୦୨୩ ପୂର୍ବରୁ ଏହି ୫ ଭାରତୀୟ ଖେଳାଳିଙ୍କ ଉପରେ ଲାଗିବ ବ୍ୟାନ୍! BCCI ହଠାତ୍ ନେଲା ବଡ଼ ନିଷ୍ପତ୍ତି

 

ଜେସନ ହୋଲ୍ଡରଙ୍କ ଆଇପିଏଲ୍ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୩୮ଟି ମ୍ୟାଚରେ ମୋଟ ୨୪୭ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଏଭେରେଜ୍ ୧୩.୦୦ ଓ ଷ୍ଟ୍ରାଇକ୍ ରେଟ୍ ହେଉଛି ୧୨୩.୫୦. ରହିଛି । ଏହା ବ୍ୟତୀତ ଜେସନ ହୋଲ୍ଡର ୪୯ ୱିକେଟ୍ ମଧ୍ୟ ନେଇଛନ୍ତି । ଜେସନ ହୋଲ୍ଡରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ ଆଲୋଚନା କରିବା ତ ୱେଷ୍ଟଇଣ୍ଡିଜ୍ ପାଇଁ ୫୮ଟି ଟେଷ୍ଟ, ୧୩୧ଟି ଦିନିକଆ (ODI) ଏବଂ ୪୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଜେସନ ହୋଲ୍ଡର ଟେଷ୍ଟରେ ୨,୬୧୨ ରନ୍, ODIରେ ୨,୦୪୨ ରନ୍ ଏବଂ T-20ରେ ୩୮୫ ରନ୍ ସ୍କୋର କରିଛନ୍ତି । ଏହା ସହିତ ସେ ଟେଷ୍ଟରେ ୪୭, ODIରେ ୧୬ ଓ ଟି-20ରେ ୫୧ଟି ୱିକେଟ୍ ନେଇଛନ୍ତି ।

Trending news