Team India: ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ODI ଓ T20 ପାଇଁ ମିଳିବ ଅଲଗା ଅଲଗା ଅଧିନାୟକ!
Advertisement
Article Detail0/zeeodisha/odisha1442066

Team India: ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ODI ଓ T20 ପାଇଁ ମିଳିବ ଅଲଗା ଅଲଗା ଅଧିନାୟକ!

Team India: ସୂଚନା ମୁତାବକ, ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିର ପ୍ରଦର୍ଶନରେ ବିସିସିଆଇ ଖୁସି ନୁହେଁ । ସେମାନଙ୍କର କାର୍ଯ୍ୟଦକ୍ଷତା ମଧ୍ୟ ସମୀକ୍ଷା କରାଯିବ । ରିପୋର୍ଟ ଅନୁଯାୟୀ, ଚେତନ ଶର୍ମାଙ୍କ ଛୁଟି ସ୍ଥିର ହୋଇସାରିଛି । ତେବେ ଏହି ସମୀକ୍ଷା ବୈଠକ ପାଇଁ ଚୟନ କମିଟିର ସଭାପତିଙ୍କୁ ଡକାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

Team India: ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ODI ଓ T20 ପାଇଁ ମିଳିବ ଅଲଗା ଅଲଗା ଅଧିନାୟକ!

Team India: ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତୀୟ ଦଳର ପ୍ରଦର୍ଶନ ଖାସ୍ ନଥିଲା । ସେମିଫାଇନାଲରେ ହାରିଯିବା ପରେ ଟିମ୍ ଇଣ୍ଡିଆ (Team India) ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା । ଏହି ପରାଜୟ ପରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ (Indian Cricket) ରେ ବଡ଼ ପରିବର୍ତ୍ତନ ହୋଇପାରେ । ବାସ୍ତବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସୀମିତ ଓଭର କ୍ରିକେଟରେ ଦୁଇ ଜଣ ଅଲଗା ଅଲଗା ଅଧିନାୟକ କରିବା ଉପରେ ବିଚାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ସମ୍ଭାବ୍ୟ ଘରୋଇ ସିରିଜରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଅର୍ଥାତ୍ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ଦିବସୀୟ (ODI) ଓ ଟି-20 ସିରିଜରେ ୨ ଅଲଗା ଅଲଗା ଅଧିନାୟକଙ୍କୁ ମୈଦାନରେ ଓହ୍ଲାଇପାରେ । ଏହି ପରିସ୍ଥିତିରେ ରୋହିତ ଶର୍ମା (Rohit Sharma) ଏକଦିବସୀୟ ଦଳର ନେତୃତ୍ୱ ନେବେବେଳେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟି-20 ଦଳର ନେତୃତ୍ୱ ନେଇପାରନ୍ତି । 

ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳକୁ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଏକ ଦିବସୀୟ (ODI) ଓ ସମାନ ସଂଖ୍ୟକ ଟି-20 ମ୍ୟାଚ୍ ଖେଳିବାର ଅଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି ଯେ, ଏହା ନିଶ୍ଚିତ କରିବାକୁ ବହୁତ ଶୀଘ୍ରତା ହେବ କିନ୍ତୁ ହଁ ଆମେ ବିଚାର କରୁଛୁ ଯେ ଏକ ଦିବସୀୟ (ODI) ଓ T20 ଦଳ ପାଇଁ ପୃଥକ ଅଧିନାୟକ ନିଯୁକ୍ତ କରିବା ଠିକ୍ ହେବ କି ନାହିଁ? ଏପରି ହେବାରୁ ଏହା ଜଣେ ଖେଳାଳିଙ୍କର କାର୍ଯ୍ୟଭାରକୁ ହ୍ରାସ କରିପାରେ । ଆମକୁ ଟି-20 ପାଇଁ ଏକ ନୂତନ ଆଭିମୁଖ୍ୟ ଆବଶ୍ୟକ । ଏହାସହ ୨୦୨୩ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ODI ବିଶ୍ୱକପକୁ ଧ୍ୟାନରେ ରଖି ଏହି ଯୋଜନା ଜାନୁଆରୀରୁ ଆରମ୍ଭ ହୋଇପାରେ । ଆମେ ବସି ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।

ସୀମିତ ଓଭର୍ସ କ୍ରିକେଟ୍ ପାଇଁ ଅଲଗା ଅଲଗା ଅଧିନାୟକ ନିଯୁକ୍ତ କରିବା ସ୍ପଷ୍ଟ ଅର୍ଥ ହେଉଛି ଯେ ରୋହିତ ଶର୍ମାଙ୍କୁ ତାଙ୍କ ଟି-20 ଅଧିନାୟକତ୍ୱ ହରାଇବାକୁ ପଡିବ । ଏ ସମ୍ପର୍କରେ ବିସିସିଆଇ ଅଧିକାରୀ କହିଛନ୍ତି ଯେ, ଅଧିନାୟକତ୍ୱ ହରାଇବା କଥା ନୁହେଁ । ଏହା ରୋହିତଙ୍କ ଭବିଷ୍ୟତ ଓ କାର୍ଯ୍ୟ ଭାର ହ୍ରାସ କରିବା ବିଷୟରେ । ଦେଖନ୍ତୁ, ଏହି ଲୋକମାନେ ଯୁବ ହେଉନାହାଁନ୍ତି, ଆମେ ଭାବୁଛୁ ଟି-20 ଦଳକୁ ଏକ ନୂଆ ଆଭିମୁଖ୍ୟ ଓ ଯୁବ ଉତ୍ସାହର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ:-'ଅହଂକାରକୁ ସାଇଡ୍ କରି ଇଂଲଣ୍ଡଠୁ ଶିଖନ୍ତୁ', BCCIକୁ ଉପଦେଶ ଦେଲେ ଏହି ପୂର୍ବତନ ଅଧିନାୟକ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ଶାମି-ଭୁବନେଶ୍ୱରଙ୍କ ସ୍ଥାନ ନେବେ ଏହି ୨ ଖତରନାକ୍ ଖେଳାଳି!

ଅଧିକ ପଢ଼ନ୍ତୁ:-T20 ବିଶ୍ୱକପ ୨୦୨୪ ପାଇଁ ଏହି ଖେଳାଳୀଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ

 

ରିପୋର୍ଟ ଅନୁଯାୟୀ, ବିସିସିଆଇ କୋଚ୍ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଏକ ବୈଠକ ପାଇଁ ଡାକିପାରେ । ବିସିସିଆଇ ସଚିବଙ୍କ ଦ୍ୱାରା ଏହି ବୈଠକ ଡକାଯିବ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ସେମାନଙ୍କୁ ଏକ ବୈଠକ ପାଇଁ ଡାକୁଛୁ । ସେମିଫାଇନାଲରେ ଯାହା ହୋଇଛି, ତାହା ଦେଖି ଆମେ ଆଚମ୍ଭିତ ଥଲୁ, ନିଶ୍ଚିତ ଭାବରେ ଏକ ପରିବର୍ତ୍ତନ ଆବଶ୍ୟକ । କିନ୍ତୁ ସେମାନଙ୍କ ପକ୍ଷ ଶୁଣିବା ବିନା କୌଣସି ନିଷ୍ପତ୍ତି ନିଆଯିବ ନାହିଁ । ରୋହିତ, ରାହୁଲ, ବିରାଟଙ୍କ ଇନପୁଟ ନିଆଯିବ ଓ ଭାରତୀୟ ଟି-20 ଦଳ ପାଇଁ ଭବିଷ୍ୟତର ରଣନୀତି ସ୍ଥିର ହେବ ।