IND vs NZ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଘାତକ ବୋଲର, ମାତ୍ର କିଛି ମ୍ୟାଚ ପରେ ହିଁ ଟିମ୍ ଇଣ୍ଡିଆରୁ କରିଦିଆଯାଇଥିଲା ବାହାର
Advertisement

IND vs NZ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଘାତକ ବୋଲର, ମାତ୍ର କିଛି ମ୍ୟାଚ ପରେ ହିଁ ଟିମ୍ ଇଣ୍ଡିଆରୁ କରିଦିଆଯାଇଥିଲା ବାହାର

IND vs NZ: ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ ।

IND vs NZ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଘାତକ ବୋଲର, ମାତ୍ର କିଛି ମ୍ୟାଚ ପରେ ହିଁ ଟିମ୍ ଇଣ୍ଡିଆରୁ କରିଦିଆଯାଇଥିଲା ବାହାର

India vs New Zealand T20 Series: ଭାରତ ଟି-2 ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ସେମିଫାଇନାଲରେ ଇଂଲଣ୍ଡ ଠାରୁ ପରାଜୟ ପରେ ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ (IND vs NZ) ରେ ଅଛି । ଏଠାରେ ଭାରତ ଟି-20 ଓ ଏକ ଦିବସୀୟ ସିରିଜ (India vs New Zealand Series) ଖେଳିବ । ଏଥିପାଇଁ ଭାରତୀୟ ଦଳ (Indian Cricket Team) ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପହଞ୍ଚିସାରିଛି । ଟିମ୍ ଇଣ୍ଡିଆ (Team India) ନଭେମ୍ବର ୧୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ (NZ vs IND T20 Series) ଖେଳିବ । ଏହି ସିରିଜରେ ରୋହିତ ଶର୍ମା (Rohit Sharma) ଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଅଧିନାୟକର ଦାୟିତ୍ୱ  ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସିରିଜରେ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ପ୍ରଦାନ କରାଯାଇଛି । ରୋହିତ ଶର୍ମା, ବିରାଟ କୋହିଲ (Virat Kohli), ଆର୍ ଅଶ୍ୱିନ (R Ashwin) ଏବଂ କେଏଲ ରାହୁଲ (KL Rahul) ଙ୍କ ପରି ଖେଳାଳି ଖେଳୁ ଥିବାର ନଜରକୁ ଆସିବେ ନାହିଁ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଟିମ୍ ଇଣ୍ଡିଆର ଜଣେ ଯୁବ ଦ୍ରୁତ ବୋଲରଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହି ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଅଧିନାୟକତ୍ୱରେ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିଥିଲେ, କିନ୍ତୁ କିଛି ମ୍ୟାଚ୍ ପରେ ଏହି ଖେଳାଳିଙ୍କୁ ଦଳରୁ ବାହାର କରାଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ସିରିଜରେ ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକ (Umran Malik) ନିଜ ସ୍ଥାନ ପକ୍କା କରିବାରେ ସଫଳ ହୋଇଛନ୍ତି । ଜମ୍ମୁ କାଶ୍ମୀରର ବାସିନ୍ଦା ଉମ୍ରାନ ମଲିକ ଲଗାତର ୧୫୦ କିଲୋମିଟର ବେଗରେ ବୋଲିଂ କରିପାରନ୍ତି । 

ଉମ୍ରାନ ମଲିକ (Umran Malik) ଆଇପିଏଲ୍ ୨୦୨୨ (IPL 2022) ପରଠାରୁ ଚର୍ଚ୍ଚାରେ ରହିଆସିଥିଲେ । କିନ୍ତୁ ଉମ୍ରାନ ମଲିକ ବିଗତ କିଛି ସମୟ ଧରି ଟିମ୍ ଇଣ୍ଡିଆରେ ସ୍ଥାନ କରିପାରୁ ନଥିଲେ । ତେବେ ଏଥର ସେ ଟି-20 ସହ ଏକ ଦିବସୀୟ ଦଳରେ ସ୍ଥାନ କରିବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ଆୟର୍ଲାଣ୍ଡ ବିପକ୍ଷରେ ଉମ୍ରାନ ମଲିକ ଡେବ୍ୟୁ କରିଥିଲେ । ଏହି ସିରିଜରେ ଟିମ୍ ଇଣ୍ଡିଆର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିଲା । ଉମ୍ରାନ ମଲିକ (Umran Malik) ଆଇପିଏଲ ୨୦୨୨ର ଚମତ୍କାର ପ୍ରଦର୍ଶନକୁ ଅନ୍ତର୍ଜାତୀୟ କ୍ରିକେଟରେ ଦୋହରାଇ ପାରିନଥିଲେ । ଉମ୍ରାନ ମଲିକ ୩ଟି ମ୍ୟାଚ୍ ଖେଳିବା ପରେ ତାଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରାଯାଇଥିଲା । ଉମ୍ରାନ ମଲିକ ବର୍ତ୍ତମାନ ଭଲ ପ୍ରଦର୍ଶନ କରି ଦଳରେ ନିଜର ସ୍ଥାନ ପକ୍କା କରିବାକୁ ଚାହିଁବେ ।

ଏଠାରେ କହି ରଖୁଛୁ ଯେ, ଉମ୍ରାନ ମଲିକ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୧୨.୪୪ ଇକୋନୋମି ସହ ରନ୍ ଦେଇଛନ୍ତି ଓ ମାତ୍ର ୨ ୱିକେଟ୍ ନେଇଛନ୍ତି । ତାଙ୍କର ଖରାପ ପ୍ରଦର୍ଶନ ଦେଖି ତାଙ୍କୁ ଦଳରୁ ବାହାର କରାଯାଇଥିଲେ । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-20 ସିରିଜର ତୃତୀୟ ଟି-20 ମ୍ୟାଚରେ ତାଙ୍କୁ ଏକ ସୁଯୋଗ ମଧ୍ୟ ଦିଆଯାଇଥିଲା । ସେପଟେ ଆଇପିଏଲ୍ ୨୦୨୨ରେ ଉମ୍ରାନ ମଲିକ ୧୪ଟି ମ୍ୟାଚରେ ୨୨ ୱିକେଟ୍ ନେଇଥିଲେ । 

ଅଧିକ ପଢ଼ନ୍ତୁ:-କେନ୍ ୱିଲିୟମସନଙ୍କ ସ୍ଥାନରେ ଏହି ଖେଳାଳି ହେବେ ହାଇଦ୍ରାବାଦର ଅଧିନାୟକ! ମୈଦାନରେ ଧୋନିଙ୍କ ପରି ନେବେ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ଟି-୨୦ ସିରିଜ୍ ପୂର୍ବରୁ 'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ

ଅଧିକ ପଢ଼ନ୍ତୁ:-କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍

 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।