IND vs NZ 1st​ T20: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ନେବେ ବଡ଼ ପଦକ୍ଷେପ, ଏହି ଖତରନାକ୍ ଖେଳାଳିଙ୍କୁ କରାଇବେ ଓପେନିଂ!
Advertisement

IND vs NZ 1st​ T20: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ନେବେ ବଡ଼ ପଦକ୍ଷେପ, ଏହି ଖତରନାକ୍ ଖେଳାଳିଙ୍କୁ କରାଇବେ ଓପେନିଂ!

IND vs NZ 1st​ T20: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ମିଳିଛି । କାରଣ ଅଧିନାୟକ ରୋହିତ ଶର୍ମାଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ବ୍ୟତୀତ କେଏଲ ରାହୁଲ ଓ ବିରାଟ କୋହଲି ମଧ୍ୟ ଏହି ସିରିଜରେ ଖେଳୁ ନାହାଁନ୍ତି ।

IND vs NZ 1st​ T20: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ନେବେ ବଡ଼ ପଦକ୍ଷେପ, ଏହି ଖତରନାକ୍ ଖେଳାଳିଙ୍କୁ କରାଇବେ ଓପେନିଂ!

India vs New Zealand T20 Match: ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ସେମିଫାଇନାଲରୁ ବାଦ ପଡିବା ପରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଛି । ଏଠାରେ ଭାରତ (Indian Cricket Team) କୁ ୩ଟି ଟି-20 ଓ ୩ଟି ଏକ ଦିବସୀୟ (ODI) ସିରିଜ ଖେଳିବାର ଅଛି । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ (IND vs NZ 1st T20 Match) ନଭେମ୍ବର ୧୮ରେ ୱେଲିଙ୍ଗଟନରେ ଖେଳାଯିବ । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟିମ୍ ଇଣ୍ଡିଆର ଅଧିନାୟକ ଅଛନ୍ତି । କାରଣ ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ବ୍ୟତୀତ କେଏଲ ରାହୁଲ (KL Rahul) ଓ ବିରାଟ କୋହଲି (Virat Kohli) ମଧ୍ୟ ଏହି ସିରିଜ (NZ vs IND T20 Series) ରେ ଖେଳୁ ନାହାଁନ୍ତି ।

ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ (India vs New Zealand T20 Series) ରେ ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏକ ବଡ଼ ଚାଲ୍ ଚାଲିବେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଓପନର୍ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଖତରନାତ୍ ବ୍ୟାଟ୍ସମ୍ୟାନଙ୍କୁ ମୈଦାନକୁ ଓହ୍ଲାଇପାରନ୍ତି । ଯଦି ଏପରି ହୁଏ, ତେବେ ନ୍ୟୁଜିଲ୍ୟାଣ୍ଡର ବୋଲରମାନ ପାଇଁ ଖରାପ ସମୟ ଆରମ୍ଭ ହେବ । ଯଦି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଭାରତୀୟ କ୍ରିକେଟରଙ୍କୁ ଓପନର୍ କରନ୍ତି, ତେବେ ଏହି ବ୍ୟାଟ୍ସମ୍ୟାନ୍ ମୈଦାନରେ ହଇଚଇ ସୃଷ୍ଟି କରିପାରନ୍ତି । 

ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କୁ ଶୁଭମାନ ଗିଲ (Shubman Gill) ଙ୍କ ସହ ଓପନର୍ ଭାବରେ ମୈଦାନକୁ ଓହ୍ଲାଇପାରନ୍ତି । ଏହା ଠିକ୍ ସେହିପରି ଯେମିତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ରୋହିତ ଶର୍ମା (Rohit Sharma) ଙ୍କ କ୍ୟାରିୟର ବଞ୍ଚାଇବା ପାଇଁ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନରୁ ଓପନର୍ କରିଦେଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଋଷଭ ପନ୍ତଙ୍କୁ ଓପେନିଂ କରାଇବା ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କାରଣ ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ । ଯଦି ବାମହାତୀ ବ୍ୟାଟ୍ସମ୍ୟାନ୍ ଓପେନିଂ କରନ୍ତି, ତେବେ ସେ ଇନିଂସ ଆରମ୍ଭରେ ବିପକ୍ଷ ଦଳର ବୋଲରଙ୍କ ଲାଇନ୍ ଓ ଲେନ୍ଥ ଖରାପ କରିପାରିବେ । ଯଦି ଋଷଭ ପନ୍ତ ଓପେନିଂରେ ଯାଆନ୍ତି, ତେବେ ଆଗାମୀ ଦିନରେ ସେ ନିଜ ଦମରେ ଟିମ୍ ଇଣ୍ଡିଆକୁ ନିଜେ ଅନେକ ମ୍ୟାଚ୍ ଜିତାଇ ପାରିବେ ।

ଅଧିକ ପଢ଼ନ୍ତୁ:-IPL 2023 ଆରମ୍ଭ ପୂର୍ବରୁ ହିଁ KKRକୁ ଲାଗିଲା ଜୋରଦାର ଝଟକା, ଏହି ୩ ଘାତକ ଖେଳାଳି ଛାଡ଼ିଲେ ସାଥ୍

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ୨୦୨୨ରେ ଏହି ଦଳର ନିରାଶାଜନକ ପ୍ରଦର୍ଶନର ହେବ ଯାଞ୍ଚ, ୩ ଦିଗ୍ଗଜ ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡରରେ ସରକାର କଲେ ବଡ଼ ପରିବର୍ତ୍ତନ, ପ୍ରତ୍ୟେକ ଗ୍ରାହକଙ୍କୁ ମିଳିବ ସିଧାସଳଖ ଲାଭ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।