IND Vs SA T20 World Cup 2022: ଏଥର ଅଲଗା ସମୟରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ଏଠାରେ ଦେଖନ୍ତୁ ସମୟ
Advertisement

IND Vs SA T20 World Cup 2022: ଏଥର ଅଲଗା ସମୟରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ଏଠାରେ ଦେଖନ୍ତୁ ସମୟ

IND Vs SA T20 World Cup 2022: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍ ପର୍ଥର ଆପ୍ଟସ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ଗୋଟିଏ ବି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହିଁ । ଯାହାହେଉ, ପର୍ଥ ଷ୍ଟାଡିୟମର ଇତିହାସ ସେତେ ପୁରୁଣା ନୁହେଁ ଓ ଏପର୍ଯ୍ୟନ୍ତ ଏଠାରେ କେବଳ ୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହୋଇଛି 

IND Vs SA T20 World Cup 2022: ଏଥର ଅଲଗା ସମୟରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ଏଠାରେ ଦେଖନ୍ତୁ ସମୟ

India vs South Africa T20 World Cup 2022: ଟି-20 ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ଆଜି (ରବିବାର) ଅର୍ଥାତ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି । ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆ ଲଗାତର ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ଫଳରେ ଦଳ ପରବର୍ତ୍ତୀ ମ୍ୟାଚ୍ ଜିତି ନିଜର ବିଜୟର ରଥକୁ ଆଗକୁ ବଢ଼ାଇବାକୁ ଚାହିଁବ । ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ଭାରତ ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କରିଥିଲା ।

ସେପଟେ ବାଂଲାଦେଶ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଅଛି । ଏଭଳି ପରିସ୍ଥିତିରେ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳକୁ ତିନୋଟି ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ । ଅନ୍ୟପକ୍ଷରେ, ଭାରତୀୟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଯେ କେଉଁ ସମୟରେ ଏହି ମ୍ୟାଚ୍ ଖେଳାଯିବ । ଏହାସହ ଏହି ମ୍ୟାଚକୁ କେଉଁଠାରେ ଲାଇଭ୍ ଦେଖିପାରିବେ । ଆସନ୍ତୁ ଏହି ପ୍ରଶ୍ନଗୁଡିକର ଉତ୍ତର ଜାଣିବା...

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍ ଅକ୍ଟୋବର ୩୦ (ରବିବାର) ଭାରତୀୟ ସମୟ ଅପରାହ୍ନ ୪.୩୦ରୁ ଖେଳା ଯିବ । ଅର୍ଥାତ୍ ଟସ୍ ଆପରାହ୍ନ ୪ଟାରେ ଅନୁଷ୍ଠିତ ହେବ । ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳିବ । ଆପଣ ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂକୁ ହଟଷ୍ଟାରରେ ଦେଖିପାରିବେ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍ ପର୍ଥର ଆପ୍ଟସ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ଗୋଟିଏ ବି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହିଁ । ଯାହାହେଉ, ପର୍ଥ ଷ୍ଟାଡିୟମର ଇତିହାସ ସେତେ ପୁରୁଣା ନୁହେଁ ଓ ଏପର୍ଯ୍ୟନ୍ତ ଏଠାରେ କେବଳ ୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହୋଇଛି । ୨୦୧୯ ମସିହାରେ ପ୍ରଥମ ଥର ପାଇଁ ପର୍ଥ ଷ୍ଟାଡିୟମରେ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା, ସେତେବେଳେ ଅଷ୍ଟ୍ରେଲିଆ ଓ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ଶନିବାର ଦିନ କେବଳ ଏହି ଦୁଇଟି କାର୍ଯ୍ୟ ଆପଣଙ୍କୁ କରିପାରେ କୋଟିପତି, ଶନି ଦେବଙ୍କ ବର୍ଷିବ କୃପା

ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱ ଛାଡ଼ିବାକୁ ପରାମର୍ଶ ଦେଲେ ବାବର ଆଜମଙ୍କ ଭାଇ, କହିଲେ-ବିରାଟ କୋହଲିଙ୍କ ପରି...​

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ପାଇଁ ଟି-20 ବିଶ୍ୱକପ ରାସ୍ତା ହେଲା କଠିନ, ICCର ପ୍ଲାନିଂ ଉପରେ ପ୍ରଶ୍ନ ଉଠାଇଲେ ଦଳର କୋଚ୍! ଜାଣନ୍ତୁ କ'ଣ କହିଲେ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ଆଜି ଅର୍ଥାତ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିବ । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।