India Vs Pakistan: ଜୁନ୍ ମାସରେ ଭାରତ ଆସିବ ପାକିସ୍ତାନୀ ଦଳ, ବୋର୍ଡ ହଠାତ୍ କଲା ଏକ ବଡ ଘୋଷଣା
Advertisement

India Vs Pakistan: ଜୁନ୍ ମାସରେ ଭାରତ ଆସିବ ପାକିସ୍ତାନୀ ଦଳ, ବୋର୍ଡ ହଠାତ୍ କଲା ଏକ ବଡ ଘୋଷଣା

India Vs Pakistan: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ବିବାଦ ଅନେକ ଦିନ ଧରି ଜାରିରହିଛି, ଯେଉଁ କାରଣରୁ ଗତ କିଛି ବର୍ଷ ହେବ ଉଭୟ ଦେଶ ମଧ୍ୟରେ କ୍ରିକେଟରେ କୌଣସି ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ଖେଳାଯାଇ ନାହିଁ । ବର୍ତ୍ତମାନ ଏକ ବଡ଼ ଖବର ସମ୍ନାକୁ ଆସିଛି । 

ସାଙ୍କେତିକ ଛବି

India vs Pakistan: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ଜାରି ରହିଥିଲେ ମଧ୍ୟ ପଡୋଶୀ ଦେଶର ଦଳ ଆସନ୍ତା ମାସରେ ଏକ ବଡ଼ ଚାମ୍ପିଅନସିପ୍ ପାଇଁ ଭାରତ ଗସ୍ତ କରିବ । ବୁଧବାର ଦିନ ଏହି ଘୋଷଣା କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଗତ କିଛି ବର୍ଷ ଧରି କ୍ରିକେଟ୍ ରେ ଭାରତ ଓ ପାକିସ୍ଥାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । ନିକଟ ଅତିଥରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (Pakistan Cricket Board) ବର୍ତ୍ତମାନ ଏସୀୟ କ୍ରିକେଟ୍ ପରିଷଦ (ACC) କୁ ପ୍ରଥମ ରାଉଣ୍ଡର ପ୍ରଥମ ଚାରିଟି ମ୍ୟାଚ୍ ଆୟୋଜନ କରିବାକୁ କହିଛି ଓ ଯଦି ଏହା ନ ହୁଏ ତେବେ ଏସିସିରୁ ବାହାରି ଯିବାକୁ ଧମକ ମଧ୍ୟ ଦେଇଛି । ପିସିବି ଅଧ୍ୟକ୍ଷ ନଜମ ସେଠୀଙ୍କ (Najam Sethi) 'ହାଇବ୍ରିଡ ମଡେଲ', ଯେଉଁଥିରେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ବ୍ୟତୀତ ନିଜ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ କରିବାକୁ ଚାହୁଁଛି, ଏହାକୁ ଅନ୍ୟ ସଦସ୍ୟ ଦେଶମାନେ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜାରିରହିଛି, ଯେଉଁ କାରଣରୁ ଗତ କିଛି ବର୍ଷ ହେବ ଉଭୟ ଦେଶ ମଧ୍ୟରେ କ୍ରିକେଟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । କେବଳ ଏତିକି ନୁହେଁ,ଏଥି ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ନଜାମ ସେଠୀ ଗୁରୁବାର ୧୧ ମେ'ରେ କହିଛନ୍ତି ଯେ ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସିବ ନାହିଁ, ତେବେ ପାକିସ୍ତାନ କ୍ରିକେଟ୍ ଦଳକୁ  ଭାରତରେ ବିଶ୍ୱକପ୍ ଖେଳିବାକୁ ଅନୁମତି ଦେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ପାକିସ୍ତାନ ବିଶ୍ୱକପରେ ଅଂଶଗ୍ରହଣ କରିବାର ଏକମାତ୍ର ବାଟ ହେଉଛି ଯଦି ଏହାର ମ୍ୟାଚ୍ ଏକ ନିରପେକ୍ଷ ଦେଶରେ ଅନୁଷ୍ଠିତ ହେବ ।

ଏହି ଚମ୍ପିଅନସିପ୍ ପାଇଁ ବେଙ୍ଗାଲୁରୁ ଆସିବ ପାକିସ୍ତାନ ଦଳ
କ୍ରିକେଟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଉ ନଥିଲେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଅନ୍ୟାନ୍ୟ କ୍ରୀଡା ବୃଦ୍ଧି ପାଇଛି । ଏହି କ୍ରମରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଆସନ୍ତା ମାସରେ ପାକିସ୍ତାନ ଦଳ ଦକ୍ଷିଣ ଏସିଆ ଫୁଟବଲ ଫେଡେରେଶନ (SAFF) ଚାମ୍ପିୟନସିପ ପାଇଁ ବେଙ୍ଗାଲୁରୁ ଗସ୍ତ କରିବ । ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ମଧ୍ୟ ବୁଧବାର ଏହା ନିଶ୍ଚିତ କରିଛି । ଏହାର କାରଣ ହେଉଛି ଉଭୟ ଦେଶ ସମାନ ଗୋଷ୍ଠୀରେ ସ୍ଥାନିତ ହୋଇଛନ୍ତି ।

ପାକିସ୍ତାନ ମଧ୍ୟ ଯାଇଥିଲା ଭାରତୀୟ ଦଳ
ଅଗଷ୍ଟରେ ଚେନ୍ନାଇରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ଇଚ୍ଛା କରୁଥିବା ପାକିସ୍ତାନର ହକି ଦଳ ଘୋଷଣା କରିଛି । ଏହା ସହିତ ସେମାନେ ଆବଶ୍ୟକ ପାଣ୍ଠି ସଂଗ୍ରହ କରିପାରିବେ ବୋଲି ବିଶ୍ୱାସ କରନ୍ତି । ସର୍ବୋପରି, ପାକିସ୍ତାନରେ ରାଜନୈତିକ ଅସ୍ଥିରତାର ଶିଖର ସତ୍ତ୍ୱେ ଭାରତୀୟ ବ୍ରିଜ ଦଳ ନିକଟରେ ଲାହୋର ଗସ୍ତ କରିଥିଲା । କେବଳ ଏତିକି ନୁହେଁ ଭାରତୀୟ ଖେଳାଳିମାନେ ସେମାନଙ୍କୁ 'ରୟାଲଟି' ଭଳି ବ୍ୟବହାର କରାଯାଉ ବୋଲି ଦାବି କରିଥିଲେ ।

ଏହା ବି ପଢନ୍ତୁ: WTC Final 2023: ହଠାତ୍ ଆଇସିସି ନେଲା ବଡ ନିଷ୍ପତ୍ତି, ଭାରତୀୟ ଦଳକୁ ମିଳିବ ଜବରଦସ୍ତ ଲାଭ!

ଏହା ବି ପଢନ୍ତୁ: MS Dhoni: ଶେଷ ଆଇପିଏଲ ସିଜନ୍ ଖେଳୁଛନ୍ତି କି ଧୋନୀ? ଗାଭାସ୍କରଙ୍କ ଅଟୋଗ୍ରାଫ ଦେଲା କିଛି ଏଭଳି ସଙ୍କେତ