Ramiz Raja On IND vs PAK: ପରାଜୟକୁ ହଜମ କରିପାରୁନି ପାକିସ୍ତାନ, ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଉଛନ୍ତି ପୂର୍ବତନ ଖେଳାଳି ତ PCB ଚିଫ୍ ରମିଜ ରାଜା ଦେଲେ ବଡ଼ ବୟାନ
Advertisement

Ramiz Raja On IND vs PAK: ପରାଜୟକୁ ହଜମ କରିପାରୁନି ପାକିସ୍ତାନ, ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଉଛନ୍ତି ପୂର୍ବତନ ଖେଳାଳି ତ PCB ଚିଫ୍ ରମିଜ ରାଜା ଦେଲେ ବଡ଼ ବୟାନ

Ramiz Raja On IND vs PAK 2022: ଭାରତୀୟ ଇନିଂସର ଶେଷ ଓଭରରେ ପାକିସ୍ତାନୀ ସ୍ପିନର ମହମ୍ମଦ ନୱାଜ (Mohammad Nawaz) ଅଣ୍ଟା ଉପରେ ବଲ ଫିଙ୍ଗିଥିଲେ, ଯାହାକୁ ଅମ୍ପାୟାର ନୋ ବଲ ଦେଇଥିଲେ । ଏହି ବଲରେ ବିରାଟ କୋହଲି (Virat Kohli) ଛକା ମାରିଥିଲେ । ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଯାଉଛି ।

Ramiz Raja On IND vs PAK: ପରାଜୟକୁ ହଜମ କରିପାରୁନି ପାକିସ୍ତାନ, ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଉଛନ୍ତି ପୂର୍ବତନ ଖେଳାଳି ତ PCB ଚିଫ୍ ରମିଜ ରାଜା ଦେଲେ ବଡ଼ ବୟାନ

Ramiz Raja On IND vs PAK 2022: ରବିବାର  ମେଲବୋର୍ଣ୍ଣରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଟି-20 ବିଶ୍ୱକପ ୨୦୨୨ର ମ୍ୟାଚ (India vs Pakistan Match) ରୋମାଞ୍ଚକର ରହିଥିଲା । ଶେଷ ବଲରେ ଭାରତୀୟ ଦଳ (Team India) ମ୍ୟାଚ ଜିତିଥିଲା । ବାସ୍ତବରେ ଶେଷ ଓଭରରେ ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୧୬ ରନ୍ ଆବଶ୍ୟକ ଥିଲା । ମହମ୍ମଦ ନୱାଜ (Mohammad Nawaz) ପାକିସ୍ତାନ ପାଇଁ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ । ଶେଷ ଓଭରରେ ମହମ୍ମଦ ନୱାଜ ଦୀନେଶ କାର୍ତ୍ତିକ (Dinesh Karthik) ଙ୍କୁ ଆଉଟ୍ କରିଥିଲେ । ଏହା ବ୍ୟତୀତ ସେ ବିରାଟ କୋହଲି (Virat Kohli) ଙ୍କୁ ଏକ ଫ୍ରି ହିଟ ବଲରେ ଆଉଟ୍ କରିଥିଲେ । କିନ୍ତୁ ଭାରତୀୟ ଦଳକୁ ବିଜୟ ଯାଏ ପହଞ୍ଚିବାରେ ରୋକି ପାରିନଥିଲେ ।

ବାସ୍ତବରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ମ୍ୟାଚକୁ ନେଇ ବିବାଦ ଘେରି ରହିଛି । ବିଶେଷ କରି ପାକିସ୍ତାନୀ ଫ୍ୟାନ୍ସ ଓ ପୂର୍ବତନ କ୍ରିକେଟରଙ୍କ ମୁତାବକ, ମହମ୍ମଦ ନୱାଜଙ୍କ ଶେଷ ଓଭରରେ ଯେଉଁ ନୋ ବଲ ଦିଆଯାଇଥିଲା, ତାହା ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ଥିଲା । ଯାହାକୁ ନେଇ ପାକିସ୍ତାନ ପ୍ରଶଂସକମାନେ ସୋସିଆଲ ମିଡିଆରେ ଲଗାତର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । କିଛି ପାକିସ୍ତାନ କ୍ରିକେଟ୍ ବିଶେଷଜ୍ଞ ନିଜ ଦଳ ଉପରେ ଅଙ୍ଗୁଳି ଉଠାଇଥିବା ବେଳେ କିଛି ଅମ୍ପାୟାରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ।  ଏବେ ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ କ୍ରିକେଟ ବୋର୍ଡ (PCB) ର ଅଧ୍ୟକ୍ଷ ରମିଜ ରାଜା (Ramiz Raja) ଙ୍କ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ରମିଜ ରାଜା ଟ୍ୱିଟରରେ ଲେଖିଛନ୍ତି ଯେ, ଏହା ଭାରତ ଓ ପାକିସ୍ଥାନ ମଧ୍ୟରେ ଏକ କ୍ଲାସିକ୍ ମ୍ୟାଚ୍, ଉଭୟ ଦଳ ଚମତ୍କାର ଖେଳିଛନ୍ତି । ଆପଣ ଅନେକ ମ୍ୟାଚରେ ଜିତନ୍ତି, କିନ୍ତୁ ବେଳେବେଳେ ଆପଣଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼େ । ରମିଜ ରାଜା ଆହୁରି ଲେଖିଛନ୍ତି ଯେ, କ୍ରିକେଟ୍ ଖେଳ ବେଳେବେଳେ ନିଷ୍ଠୁର ଓ ଅନ୍ୟାୟ ହୋଇପାରେ । 

ପାକିସ୍ତାନର ପ୍ରଦର୍ଶନ ଉପରେ ରମିଜ ରାଜା କହିଛନ୍ତି ଯେ, ପାକିସ୍ତାନ ଦଳ ବ୍ୟାଟିଂ ଓ ବୋଲିଂରେ ଏଠାରୁ ଅଧିକ ଦେଇପାରିନଥାନ୍ତା । ଆମର ବ୍ୟାଟ୍ସମ୍ୟାନ୍ ଓ ବୋଲରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି | ଆମ ଖେଳାଳି ଯେଉଁଭଳି ଖେଳ ଦେଖାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ବାସ୍ତବରେ, ଭାରତୀୟ ଇନିଂସର ଶେଷ ଓଭରରେ ପାକିସ୍ତାନୀ ସ୍ପିନର ମହମ୍ମଦ ନୱାଜ (Mohammad Nawaz) ଅଣ୍ଟା ଉପରେ ବଲ ଫିଙ୍ଗିଥିଲେ, ଯାହାକୁ ଅମ୍ପାୟାର ନୋ ବଲ ଦେଇଥିଲେ । ଏହି ବଲରେ ବିରାଟ କୋହଲି (Virat Kohli) ଛକା ମାରିଥିଲେ । ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଯାଉଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳି ଗୋଟିଏ ମ୍ୟାଚରେ ହିଁ ଭିଲେନରୁ ପାଲଟିଲେ ହିରୋ, ପାକିସ୍ତାନଠୁ ନେଲେ ପ୍ରତିଶୋଧ

ଅଧିକ ପଢ଼ନ୍ତୁ:-ବାହାଘରର ମାତ୍ର ୩ ଘଣ୍ଟା ପରେ 'ମା' ହେଲେ ନୂଆ ବୋହୂ, ଡାକ୍ତର କହିଲେ-ଅଭିନନ୍ଦନ ପୁଅ ହୋଇଛି

ଅଧିକ ପଢ଼ନ୍ତୁ:-'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

 

ସେପଟେ ମ୍ୟାଚ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତାର (Shoaib Akhtar) ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଛନ୍ତି । ଶୋଏବ ଅଖତର ବିରାଟ କୋହଲିଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, 'ଅମ୍ପାୟାର ଭୈୟା ଆଜି ରାତିରେ ଭାବିଚିନ୍ତି ପାଇଁ  ଆପଣଙ୍କ ପାଇଁ ଖାଦ୍ୟ ।' ଶୋଏବ ଅଖତରଙ୍କ ଏହି ପୋଷ୍ଟ ଉପରେ ଅନେକ ଭାରତୀୟ ଫ୍ୟାନ୍ସ  କମେଣ୍ଟ କରି ତାଙ୍କୁ ଆଇନା ଦେଖାଇଛନ୍ତି । ଜଣେ ପ୍ରଶଂସକ ତ ଅଣ୍ଟାରୁ ବଲ୍ ପର୍ଯ୍ୟନ୍ତ ଏକ ରେଖା ଅଙ୍କନ କରିଛି, ଯେଉଁଥିରେ ବଲ୍ ଅଣ୍ଟା ଉପରେ ଥିବାରୁ ସ୍ପଷ୍ଟ ଦେଖାଯାଉଛି ।  

ସେପଟେ ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି ଯେ, ଏହା ଏକ ଭଲ ମ୍ୟାଚ ଥିଲା । ଆମର ବୋଲରମାନେ ପ୍ରଥମ ୧୦ ଓଭରରେ ଭଲ ବୋଲିଂ କରିଥିଲେ, କିନ୍ତୁ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବ୍ୟାଟିଂ ମ୍ୟାଚକୁ ଆମଠାରୁ ଛଡ଼େଇ ନେଇଥିଲା ।