IND vs NZ 1st T20: ପ୍ରଥମ ଟି-୨୦ ପୂର୍ବରୁ ଭାରତକୁ ବଡ଼ ଝଟକା, ଆହତ କାରଣରୁ ଟିମରୁ ବାହାର ହେଲେ ଓପନର୍ ବ୍ୟାଟ୍ସମ୍ୟାନ୍
Advertisement

IND vs NZ 1st T20: ପ୍ରଥମ ଟି-୨୦ ପୂର୍ବରୁ ଭାରତକୁ ବଡ଼ ଝଟକା, ଆହତ କାରଣରୁ ଟିମରୁ ବାହାର ହେଲେ ଓପନର୍ ବ୍ୟାଟ୍ସମ୍ୟାନ୍

IND vs NZ 1st T20: ଏହା ହେଉଛି ଦ୍ୱିତୀୟ ଥର ପାଇଁ ଋତୁରାଜ ଗାଇକୱାଡଙ୍କ ହାତରେ ସମସ୍ୟା ଦେଖାଦେଇଛି । ଋତୁରାଜ ଗାଇକୱାଡ ଗତ ବର୍ଷ ଶ୍ରୀଲଙ୍କା ବିପକ୍ଷ ଟି-20 ମ୍ୟାଚରେ ମଧ୍ୟ ଆହତ କାରଣରୁ ଖେଳିପାରି ନଥିଲେ । ଗତ ବର୍ଷ କୋଭିଡ ପରୀକ୍ଷା ପଜିଟିଭ୍ ଆସିବା ପରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆକୁ ମଧ୍ୟ ବାଦ୍ ପଡ଼ିଥିଲେ ।

IND vs NZ 1st T20: ପ୍ରଥମ ଟି-୨୦ ପୂର୍ବରୁ ଭାରତକୁ ବଡ଼ ଝଟକା, ଆହତ କାରଣରୁ ଟିମରୁ ବାହାର ହେଲେ ଓପନର୍ ବ୍ୟାଟ୍ସମ୍ୟାନ୍

India vs New Zealand T20, Ruturaj Gaikwad: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs New Zealand T20 Series) ଆଜି (ଶୁକ୍ରବାର) ଅର୍ଥାତ ଜାନୁଆରୀ ୨୭ରୁ ଆରମ୍ଭ ହେବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଝଟକା ଲାଗିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସିରିଜ ଆରମ୍ଭ ପୂର୍ବରୁ ଋତୁରାଜ ଗାଇକୱାଡ (Ruturaj Gaikwad) ଆହତ ହୋଇଛନ୍ତି ଓ ଟି-୨୦ ସିରିଜରୁ ବାଦ ପଡିଛନ୍ତି । ୨୫ ବର୍ଷୀୟ ଋତୁରାଜ ଗାଇକୱାଡଙ୍କ ହାତରେ ଆଘାତ (Ruturaj Gaikwad Injured) ଲାଗିଛି ଓ ଚେକ୍ ଅପ୍ ଏବଂ ରିହ୍ୟାବ୍ ପାଇଁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (NCA) ରେ ପହଞ୍ଚିଛନ୍ତି । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବେ ପୃଷ୍ଟି କରିନାହିଁ ।

ଋତୁରାଜ ଗାଇକୱାଡ (Ruturaj Gaikwad) ଶେଷ ଥର ପାଇଁ ହାଇଦ୍ରାବାଦ ବିପକ୍ଷରେ ରଣଜୀ ଟ୍ରଫିରେ ମହାରାଷ୍ଟ୍ର ପାଇଁ ଖେଳିଥିଲେ । ସେହି ମ୍ୟାଚ୍‌ରେ ସେ ୮  ଓ ଶୂନ ରନର ଇନିଂସ ଖେଳିଥିଲେ । ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଏହା ପରେ ଋତୁରାଜ ଗାଇକୱାଡ (Ruturaj Gaikwad) ତାଙ୍କ ହାତରେ ଆଘାତ ସମ୍ପର୍କରେ ବିସିସିଆଇକୁ ସୂଚନା ଦେଇଛନ୍ତି । ଘଟଣାଟି ହେଉଛି, ଏହା ହେଉଛି ଦ୍ୱିତୀୟ ଥର ପାଇଁ ଋତୁରାଜ ଗାଇକୱାଡ (Ruturaj Gaikwad) ଙ୍କ ହାତରେ ସମସ୍ୟା ଦେଖାଦେଇଛି । ଋତୁରାଜ ଗାଇକୱାଡ (Ruturaj Gaikwad) ଗତ ବର୍ଷ ଶ୍ରୀଲଙ୍କା ବିପକ୍ଷ ଟି-20 ମ୍ୟାଚରେ ମଧ୍ୟ ଆହତ କାରଣରୁ ଖେଳିପାରି ନଥିଲେ । ଗତ ବର୍ଷ କୋଭିଡ ପରୀକ୍ଷା ପଜିଟିଭ୍ ଆସିବା ପରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ODI କୁ ମଧ୍ୟ ବାଦ୍ ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ:- OYO ହୋଟେଲର ମାଲିକ ରିତେଶ ଅଗ୍ରୱାଲଙ୍କ ମାର୍ଚ୍ଚରେ ବାହାଘର, ୨୯ ବର୍ଷ ବୟସରେ ଏତେ ହଜାର କୋଟି ଟଙ୍କାର ମାଲିକ

ଅଧିକ ପଢ଼ନ୍ତୁ:-କେଏଲ ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜାତୀୟ ଦଳକୁ ନେଇ ନିଷ୍ପତ୍ତି ନେଉଥିବା ଅଧିକାରୀ ଓ ବିସିସିଆଇ ଏହି ବିଷୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ ଅସୁସ୍ଥତା କିମ୍ବା ଆହତ କାରଣରୁ ଋତୁରାଜ ଗାଇକୱାଡ (Ruturaj Gaikwad) ବାରମ୍ବାର ଖେଳରୁ ବଞ୍ଚିତ ହେଉଛନ୍ତି । ତେବେ ପୃଥ୍ୱୀ ଶ' ଟି-20 ଦଳକୁ ଫେରିବା ପରେ ଋତୁରାଜଙ୍କ ସ୍ଥାନରେ କୌଣସି ବଦଳି ଘୋଷଣା ହେବାର ସମ୍ଭାବନା ନାହିଁ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଟି-20 ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ (ଆହତ), ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି,  ପୃଥ୍ୱୀ ଶ', ମୁକେଶ କୁମାର