IND vs BAN: Team India ରଚିଲା ଇତିହାସ, ପ୍ରଥମ ଟେଷ୍ଟ ଜିତିଲା ଭାରତ
Advertisement
Article Detail0/zeeodisha/odisha2441466

IND vs BAN: Team India ରଚିଲା ଇତିହାସ, ପ୍ରଥମ ଟେଷ୍ଟ ଜିତିଲା ଭାରତ

IND vs BAN: ଟିମ୍ ଇଣ୍ଡିଆ ବାଂଲାଦେଶକୁ ହରାଇ ଟେଷ୍ଟ କ୍ରିକେଟରେ ୧୭୯ତମ ବିଜୟ ହାସଲ କରିଛି। ତେବେ ଦଳ ୧୭୮ଟି ମ୍ୟାଚ୍ ହାରିଛି। ଭାରତର ୯୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଏପର୍ଯ୍ୟନ୍ତ ଏହା ହୋଇନାହିଁ। ଭାରତ ମଧ୍ୟ ୨ ମ୍ୟାଚ୍ ଡ୍ର ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍ ବାତିଲ୍ ହୋଇଛି।

IND vs BAN: Team India ରଚିଲା ଇତିହାସ, ପ୍ରଥମ ଟେଷ୍ଟ ଜିତିଲା ଭାରତ
IND vs BAN: ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ଇତିହାସ ରଚିଛି । ଚତୁର୍ଥ ଦିନରେ ବାଂଲାଦେଶକୁ ପରାସ୍ତ କରି ଭାରତ ନିଜ ନାମରେ ଏକ ବଡ଼ ସଫଳତା ହାସଲ କରିଛି। ଏହି ସଫଳତା ହାସଲ କରିବା ପାଇଁ ଭାରତକୁ ୯୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା।
 
ଇତିହାସ ରଚିଲା ଟିମ୍ ଇଣ୍ଡିଆ
ବାଂଲାଦେଶକୁ ପରାସ୍ତ କରି ଭାରତ ଟେଷ୍ଟ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛି। ୧୯୩୨ ମସିହାରେ ଭାରତୀୟ କ୍ରିକେଟ ଦଳ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲା। ସେବେଠାରୁ ଭାରତ ଏପର୍ଯ୍ୟନ୍ତ ମୋଟ ୫୮୦ଟି ମ୍ୟାଚ୍ ଖେଳିସାରିଛି। ୯୨ ବର୍ଷର ଏହି ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ପରାଜୟ ଅପେକ୍ଷା ବିଜୟ ସଂଖ୍ୟା କୁ ଛୁଇଁଛି। ଟିମ୍ ଇଣ୍ଡିଆ ବାଂଲାଦେଶକୁ ହରାଇ ଟେଷ୍ଟ କ୍ରିକେଟରେ ୧୭୯ତମ ବିଜୟ ହାସଲ କରିଛି। ତେବେ ଦଳ ୧୭୮ଟି ମ୍ୟାଚ୍ ହାରିଛି। ଭାରତର ୯୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଏପର୍ଯ୍ୟନ୍ତ ଏହା ହୋଇନାହିଁ। ଭାରତ ମଧ୍ୟ ୨ ମ୍ୟାଚ୍ ଡ୍ର ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍ ବାତିଲ୍ ହୋଇଛି।
 
ଏପରି କରିବାରେ ବିଶ୍ୱର ପଞ୍ଚମ ଦଳ ହୋଇଛି ଭାରତ
ଭାରତ ବିଶ୍ୱର ପଞ୍ଚମ ଦଳ ଭାବେ ଟେଷ୍ଟ କ୍ରିକେଟରେ ପରାଜୟଠାରୁ ଅଧିକ ବିଜୟ ହାସଲ କରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନର ଦଳ ଏଭଳି ସଫଳତା ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୮୬୬ ମ୍ୟାଚ୍ ରୁ ୪୧୪ ମ୍ୟାଚ୍ ଜିତିଥିବା ବେଳେ ୨୩୨ ମ୍ୟାଚ୍ ହାରିଛି। ଇଂଲଣ୍ଡ ଦଳ ୧୦୭୭ ମ୍ୟାଚ୍ ରୁ ୩୯୭ ମ୍ୟାଚ୍ ଜିତିଥିବା ବେଳେ ୩୨୫ ମ୍ୟାଚ୍ ରେ ପରାଜୟ ବରଣ କରିଛି। ସେହିପରି ଦକ୍ଷିଣ ଆଫ୍ରିକା ଦଳ ୪୬୬ ଟେଷ୍ଟ ମ୍ୟାଚ୍ ରୁ ୧୭୯ ମ୍ୟାଚ୍ ଜିତିଥିବା ବେଳେ ଦଳ ୧୬୧ ମ୍ୟାଚ୍ ରେ ପରାଜୟ ବରଣ କରିଛି। ଏହାବ୍ୟତୀତ ପାକିସ୍ତାନ ୪୫୮ ମ୍ୟାଚ୍ ରୁ ୧୪୮ ମ୍ୟାଚ୍ ଜିତିଥିବା ବେଳେ ୧୪୪ ମ୍ୟାଚ୍ ହାରିଛି।