ଭସାଣୀ ବେଳେ ପୂଜା କମିଟି ସଦସ୍ୟଙ୍କୁ ମାଡ଼ ମରା ଘଟଣା, ଥାନାରେ ଅଭିଯୋଗ
Advertisement
Article Detail0/zeeodisha/odisha2441495

ଭସାଣୀ ବେଳେ ପୂଜା କମିଟି ସଦସ୍ୟଙ୍କୁ ମାଡ଼ ମରା ଘଟଣା, ଥାନାରେ ଅଭିଯୋଗ

Ganesh bhasani: ହେଲେ ଘଟଣାକୁ ୩ଦିନ ବିତିଯାଇଥିବା ବେଳେ ପୁଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି।

ଭସାଣୀ ବେଳେ ପୂଜା କମିଟି ସଦସ୍ୟଙ୍କୁ ମାଡ଼ ମରା ଘଟଣା, ଥାନାରେ ଅଭିଯୋଗ

ଜଟଣୀ: ଜଟଣୀ ପ୍ରସିଦ୍ଧ ଗଣେଶ ଭସାଣୀ ବେଳେ ରାଜାବଜାର ମେଢ଼ ନିକଟରେ କିଛି ଅସାମାଜିକ ଯୁବକ ରାଜାବଜାର, ସୀତାରାମ ଛକ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକଠାରେ କମିଟିର ସଦସ୍ୟମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ପୂଜା କମିଟିର ୬ଜଣ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ। ଯାହାର ଭିଡିଓ ଫୁଟେଜ୍ ସୋସିଆଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହେଉଛି। ତେବେ ଘଟଣାକୁ ନେଇ କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରୁନଥିବା ନେଇ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ଖୁବ ଅସନ୍ତୋଷ ଦେଖାଦେଇଛି। 

ଅଭିଯୋଗ ଅନୁସାରେ, ଗତ ୧୮ତାରିଖ ରାତିରେ ରାଜା ବଜାରରୁ ଭସାଣୀ ପାଇଁ ମେଢ଼ ବାହାରିଥିଲା। କମିଟିର ସଦସ୍ୟଙ୍କ ସମେତ ସାଧାରଣ ଲୋକମାନଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ଏହି ସମୟରେ ପ୍ରଥମେ ରାଜାବଜାର ଛକ ନିକଟରେ ହଠାତ୍ କିଛି ଅସାମାଜିକ ଯୁବକ ଭିଡ଼ରେ ପସି ଜଣେ ସଦସ୍ୟଙ୍କୁ ଘୋଷାଡ଼ି ନେଇ ମାଡ଼ ମାରିଥିଲେ। ପରେ ଅନ୍ୟ ସଦସ୍ୟ ମାନେ ଘେରିଯାଇ ଛଡ଼ା ଛଡ଼ି କରିବାରୁ ସେମାନେ ପଳାଇଥିଲେ। ଏହାପରେ ପୁଣି ସୀତାରାମ ଛକ, ପଞ୍ଜାବ ବ୍ୟାଙ୍କ ଛକ ନିକଟରେ ମଧ୍ୟ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ପୂଜା କମିଟିର ୬ଜଣ ସଦସ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ପରେ କମିଟି ସଦସ୍ୟଙ୍କ ନିଷ୍ପତ୍ତିକ୍ରମେ ଘଟଣାକୁ କେନ୍ଦ୍ର କରି ମେଢ଼କୁ ଆଗକୁ ନିଆଯାଇନଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମେଢ଼ ବିସର୍ଜନ ପାଇଁ ନେଇଥିଲେ। ପରଦିନ ଅର୍ଥାତ୍ ୧୯ତାରିଖରେ କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ଘଟଣାକୁ ୩ଦିନ ବିତିଯାଇଥିବା ବେଳେ ପୁଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଘଟଣାରେ ପୁଲିସ ୨/୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।