IND vs AUS: ରୋହିତ ଶର୍ମା ହଠାତ୍ ୧୦ ବର୍ଷ ପରେ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଇଲେ ଏଣ୍ଟ୍ରି, ଭୟରେ ଅଷ୍ଟ୍ରେଲିଆ ଦଳ!
Advertisement

IND vs AUS: ରୋହିତ ଶର୍ମା ହଠାତ୍ ୧୦ ବର୍ଷ ପରେ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଇଲେ ଏଣ୍ଟ୍ରି, ଭୟରେ ଅଷ୍ଟ୍ରେଲିଆ ଦଳ!

IND vs AUS 1st ODI:  ଏହି ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୧୦ ବର୍ଷ ପରେ ହଠାତ୍ ଦିନିକିଆ ଦଳରେ ଏକ ଘାତକ ଖେଳାଳିଙ୍କ ଏଣ୍ଟ୍ରି କରାଇଛନ୍ତି । ଏହି ଖେଳାଳି ନିଜେ ଭାରତ ପାଇଁ ମ୍ୟାଚ୍ ଜିତାଇପାରିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳରେ ୧୦ ବର୍ଷ ପରେ ଜଣେ ଘାତକ ବୋଲରଙ୍କୁ ସ୍ଥାନ ମିଳିଛି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ...

IND vs AUS: ରୋହିତ ଶର୍ମା ହଠାତ୍ ୧୦ ବର୍ଷ ପରେ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଇଲେ ଏଣ୍ଟ୍ରି, ଭୟରେ ଅଷ୍ଟ୍ରେଲିଆ ଦଳ!

India vs Australia ODI Series: ବର୍ତ୍ତମାନ ସମୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍ (IND vs AUS 4th Test Match) ମାର୍ଚ୍ଚ ୯ରୁ ଅହମ୍ମଦାବାଦରେ ଖେଳାଯିବ । ଟେଷ୍ଟ ସିରିଜ ଶେଷ ହେବା ପରେ ମାର୍ଚ୍ଚ ୧୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (IND vs AUS ODI Series) ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷ ଏହି ODI ସିରିଜ ଜିତିବା ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା  (Rohit Sharma) ଏକ ବଡ଼ ମାଷ୍ଟର କାର୍ଡ ଖେଳିଛନ୍ତି । ଏହି ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ (Team India Captain) ରୋହିତ ଶର୍ମା ୧୦ ବର୍ଷ ପରେ ହଠାତ୍ ଦିନିକିଆ ଦଳରେ ଏକ ଘାତକ ଖେଳାଳିଙ୍କ ଏଣ୍ଟ୍ରି କରାଇଛନ୍ତି । ଏହି ଖେଳାଳି ନିଜେ ଭାରତ ପାଇଁ ମ୍ୟାଚ୍ ଜିତାଇପାରିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜର ପ୍ରଥମ ମ୍ୟାଚ୍ (IND vs AUS 1st ODI) ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳରେ ୧୦ ବର୍ଷ ପରେ ଜଣେ ଘାତକ ବୋଲରଙ୍କୁ ସ୍ଥାନ ମିଳିଛି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ...

ରଣଜୀ ଟ୍ରଫି ୨୦୨୨-୨୩ (Ranji Trophy 2022-23) ର ବିଜେତା ଅଧିନାୟକ ଜୟଦେବ ଉନାଦକଟ (Jaydev Unadkat) ୧୦ ବର୍ଷ ପରେ ଭାରତୀୟ ଦିନିକିଆ କ୍ରିକେଟ୍ ଦଳକୁ ଫେରିଛନ୍ତି । ମାର୍ଚ୍ଚ ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ (India vs Australia ODI Series) ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଏହି ଦଳରେ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକାଟଙ୍କ ନାମ ମଧ୍ୟ ସାମିଲ କରାଯାଇଛି । ତେଣୁ ତାଙ୍କୁ ପ୍ରାୟ ୧୦ ବର୍ଷ ପରେ ଭାରତର ODI ଦଳରେ ଖେଳୁଥିବା ଦେଖିବାକୁ ମିଳିବ ।

ଜୟଦେବ ଉନାଦକଟ (Jaydev Unadkat) ତାଙ୍କର ଶେଷ ODI ୨୧ ନଭେମ୍ବର ୨୦୧୩ରେ କୋଚିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୟଦେବ ଉନାଦକଟ (Jaydev Unadkat) ଆଉ ODI ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ । ତେବେ ଏହି ସମୟ ମଧ୍ୟରେ ଜୟଦେବ ଉନାଦକଟ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ, ଯେଉଁଥିପାଇଁ ତାଙ୍କୁ ବାଂଲାଦେଶ ଗସ୍ତରେ ୧୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରିବାର ସୁଯୋଗ ମିଳିଥିଲା ।

ରଣଜୀ ଟ୍ରଫିରେ ନିଜ ଟିମ ସୌରାଷ୍ଟ୍ର ପାଇଁ ଜୟଦେବ ଉନାଦକଟ (Jaydev Unadkat) ନା କେବଳ ଗୋଟିଏ ସିଜନରେ ବରଂ ଗତ ଅନେକ ସିଜନରେ ଚମତ୍କାର ବୋଲିଂ କରିଛନ୍ତି । ଏହି ସିଜନର ଫାଇନାଲ ମ୍ୟାଚରେ ଜୟଦେବ ଉନାଦକଟ (Jaydev Unadkat) ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଇନିଂସରେ ୩ ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇ ନିଜ ଦଳର ବିଜୟକୁ ସହଜ କରିଥିଲେ । ଏହି ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ବର୍ତ୍ତମାନ ବିସିସିଆଇ ODI ଦଳରେ ଜୟଦେବ ଉନାଦକଟ (Jaydev Unadkat) ଙ୍କ ନାମ ସାମିଲ କରି ପ୍ରକୃତ ପୁରସ୍କାର ପ୍ରଦାନ କରିଛି । ଏଠାରେ କହି ରଖୁଛୁ ଯେ, ୩୧ ବର୍ଷୀୟ ଜୟଦେବ ଉନାଦକଟ (Jaydev Unadkat) ଏପର୍ଯ୍ୟନ୍ତ ODI କ୍ୟାରିୟରରେ ମାତ୍ର ୭ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କୁ ୮  ୱିକେଟ୍ ମିଳିଛି । ସେହି ସମୟ ମଧ୍ୟରେ ତାଙ୍କର ଇକୋନୋମି ୪.୦୧ ଥିଲା । ଏବେ ଏହା ଦେଖିବାକୁ ପଡ଼ିବ ଯେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଚୂଡ଼ାନ୍ତ ଏକାଦଶରେ ଦଳରେ ସୁଯୋଗ ପାଉଛନ୍ତି କି ନାହିଁ ।

ଅଧିକ ପଢ଼ନ୍ତୁ:-ଏହି ପିଲା ଘର ଚଳାଇବା ପାଇଁ ହୋଟେଲରେ କରିଛନ୍ତି କାମ, ଆଜି ଶାହାରୁଖ-ସଲମାନଙ୍କ ଅପେକ୍ଷା ଅଧିକ ଫ୍ୟାନ୍ସ ଓ ଫିସ୍; ଚିହ୍ନନ୍ତୁ କିଏ?

ଅଧିକ ପଢ଼ନ୍ତୁ:-ଜିଓର ଧମାକାଦାର ଅଫର୍, ୯୧ ଟଙ୍କାର ରିଚାର୍ଜରେ ପୂରା ମାସ ପାଇଁ ମିଳିବ ଅସୀମିତ କଲିଂ, ଡାଟା

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ୍ ମଝିରେ ନୂଆ ଟି-20 ଅଧିନାୟକଙ୍କ ନାମର ହେଲା ଘୋଷଣା, ଏହି ଖେଳାଳିଙ୍କୁ ହଠାତ୍ ମିଳିଲା ବଡ଼ ଦାୟିତ୍ୱ

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ODI ଦଳ 

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ , ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍