World Cup 2023: କିଛି ଘଣ୍ଟା ପରେ ଆରମ୍ଭ ହେବ ବିଶ୍ୱକପ୍ ମହାକୁମ୍ଭ, ୧୦ଟି ବିନ୍ଦୁରେ ଜାଣନ୍ତୁ ଟୁର୍ଣ୍ଣାମେଣ୍ଟ ସହିତ ଜଡିତ A ରୁ Z ବିବରଣୀ
Advertisement
Article Detail0/zeeodisha/odisha1900643

World Cup 2023: କିଛି ଘଣ୍ଟା ପରେ ଆରମ୍ଭ ହେବ ବିଶ୍ୱକପ୍ ମହାକୁମ୍ଭ, ୧୦ଟି ବିନ୍ଦୁରେ ଜାଣନ୍ତୁ ଟୁର୍ଣ୍ଣାମେଣ୍ଟ ସହିତ ଜଡିତ A ରୁ Z ବିବରଣୀ

ICC ODI World Cup 2023: ବିଶ୍ୱକପ୍ ୨୦୨୩ ଗୁରୁବାର ଦିନ ଠାରୁ (୫ ଅକ୍ଟୋବର) ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକ ପୂରା ୪୬ ଦିନ ଧରି ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ସହିତ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏଠାରେ ଜାଣନ୍ତୁ ...

 

ODI World Cup 2023 (ସୌ: ICC)

World Cup 2023: ବିଶ୍ୱକପ୍ ୨୦୨୩ ଆରମ୍ଭ ପାଇଁ ଅଧିକ ସମୟ ବାକି ନାହିଁ । ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ (England vs New Zealand) ମ୍ୟାଚ୍ ସହ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହେବ । ଏହା ODI ବିଶ୍ୱକପ୍ ର ୧୩ ତମ ସଂସ୍କରଣ ହେବ । ଭାରତରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ବିଭିନ୍ନ ସହରର ୧୦ ଟି ଷ୍ଟାଡିୟମରେ ଖେଳାଯିବ । ଏହି ବିଶ୍ୱକପ୍ ସହିତ ଜଡିତ A ରୁ Z ବିବରଣୀ ଏଠାରେ ଜାଣନ୍ତୁ ...

1. କେତୋଟି ଦଳ ଅଂଶଗ୍ରହଣ କରୁଛନ୍ତି?
ଏଥର ୧୦ ଟି ଦଳ ବିଶ୍ୱକପରେ ଭାଗ ନେଉଛନ୍ତି । ଏଥି ମଧ୍ୟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ନେଦରଲ୍ୟାଣ୍ଡର ଦଳ ସାମିଲ୍ ରହିଛି ।

2. କେତୋଟି ମ୍ୟାଚ୍ ଖେଳାଯିବ ଓ ଫର୍ମାଟ୍ କ’ଣ ରହିବ?
ସମଗ୍ର ବିଶ୍ୱକପରେ ମୋଟ ୪୮ ଟି ମ୍ୟାଚ୍ ଖେଳାଯିବ । ସର୍ବପ୍ରଥମେ ରାଉଣ୍ଡ ରୋବିନ ମ୍ୟାଚ୍ ହେବ । ଏହି ପର୍ଯ୍ୟାୟରେ, ଗୋଟିଏ ଦଳ ଅନ୍ୟ ସମସ୍ତ ୯ ଟି ଦଳ ସହିତ ଗୋଟିଏ ଲେଖାଁଏ ମ୍ୟାଚ୍ ଖେଳିବେ । ସର୍ବାଧିକ ପଏଣ୍ଟ ପାଇଥିବା ଚାରିଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ । ଦୁଇଟି ସେମିଫାଇନାଲ ମ୍ୟାଚ୍ ପରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

3. ମ୍ୟାଚ୍ କେବେ ଓ କେତେ ଦିନ ଯାଏଁ ଖେଳାଯିବ?
ବିଶ୍ୱକପ୍ ମ୍ୟାଚ୍ ୫ ଅକ୍ଟୋବରରୁ ଆରମ୍ଭ ହେବ ଓ ଏହାର ଫାଇନାଲ୍ ୧୯ ଅକ୍ଟୋବରରେ ଅନୁଷ୍ଠିତ ହେବ । ଏହାର ଅର୍ଥ ଏହି ଟୁର୍ଣ୍ଣାମେଣ୍ଟ ମୋଟ ୪୬ ଦିନ ପର୍ଯ୍ୟନ୍ତ ଚାଲିବ । ସମସ୍ତ ମ୍ୟାଚ୍ ପାଇଁ ଦୁଇଟି ସମୟ ସ୍ଥିର କରାଯାଇଛି । ଦିନିକିଆ ମ୍ୟାଚ୍ ସକାଳ ୧୦.୩୦ ରୁ ଆରମ୍ଭ ହେବ ଓ ଦିବା-ରାତ୍ରୀ ମ୍ୟାଚ୍ ମଧ୍ୟାହ୍ନ ୨ ଟାରୁ ଆରମ୍ଭ ହେବ ।

4. କେଉଁ ସ୍ଥାନରେ ଖେଳାଯିବ ମ୍ୟାଚ୍?
ଭାରତର ୧୦ ଟି ସହରରେ ମ୍ୟାଚ୍ ଆୟୋଜିତ ହେବ । ଏଥିମଧ୍ୟରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଧର୍ମଶାଳା ଅନ୍ତର୍ଭୁକ୍ତ ।

5. ଲାଇଭ୍ ଷ୍ଟ୍ରିମିଂ ଓ ଟେଲିକାଷ୍ଟ କେଉଁଠାରେ ଦେଖିବେ?
ବିଶ୍ୱକପ୍ ୨୦୨୩ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଡିସ୍ନି + ହଟଷ୍ଟାରରେ ଦେଖିବାକୁ ମିଳିବ । ଆପଣ ଷ୍ଟାର ସ୍ପୋର୍ଟସ ନେଟୱାର୍କର ଚ୍ୟାନେଲରେ ଟିଭିରେ ମ୍ୟାଚଗୁଡ଼ିକର ଲାଇଭ ଟେଲିକାଷ୍ଟ ଦେଖିପାରିବେ ।

6. ରିଜର୍ଭ ଡେ ରଖାଯାଇଛି କି?
ଉଭୟ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି । ଧାର୍ଯ୍ୟ ମ୍ୟାଚ୍ ତାରିଖର ଗୋଟିଏ ଦିନ ପରେ ରିଜର୍ଭ ଡେ ରଖାଯାଇଥାଏ ।

7. ଏଥର କ’ଣ ରହିଛି ଭିନ୍ନ?
ଏହି ବିଶ୍ୱକପ୍‌ରେ ଦଳ ସଂଖ୍ୟା ପୂର୍ବ ବିଶ୍ୱକପ ତୁଳନାରେ ବହୁତ କମ୍ ରଖାଯାଇଛି । ସବୁଠୁ ବଡ଼ କଥା ହେଉଛି ପ୍ରଥମ ଦୁଇଟି ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ୍ ଦଳ ଏଥର ବିଶ୍ୱକପ୍‌ର ଅଂଶ ନୁହେଁ । ୱେଷ୍ଟଇଣ୍ଡିଜ୍ ଦଳ ଏଥର ଯୋଗ୍ୟତା ଅର୍ଜନ କରିପାରି ନାହିଁ ।

8. କେଉଁଠାରେ ଖେଳାଯିବ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍?
ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସେମିଫାଇନାଲ ମ୍ୟାଚ୍ ୱାନ୍ଖେଡେ ଷ୍ଟାଡିୟମ, ମୁମ୍ବାଇ ଓ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ।

9. ଭାରତ-ପାକିସ୍ତାନ ମଧ୍ୟରେ ଲେଢ଼େଇ କେବେ ଓ କେଉଁଠାରେ ହେବ?
ଭାରତ-ପାକିସ୍ତାନ ମଧ୍ୟରେ ଏହି ମହାନ ମ୍ୟାଚ୍ ୧୪ ଅକ୍ଟୋବର ମଧ୍ୟାହ୍ନ ୨ ଟାରୁ ଆରମ୍ଭ ହେବ । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

10. ଏଥର ହୋଷ୍ଟିଂରେ ଅନନ୍ୟ ବିଷୟ କ’ଣ?
ପ୍ରଥମ ଥର ପାଇଁ ଭାରତ ଏକାକୀ ବିଶ୍ୱକପ ଆୟୋଜନ କରିବ । ଏହାପୂର୍ବରୁ ୧୯୮୭, ୧୯୯୬ ଓ ୨୦୧୧ ରେ ଭାରତ ମିଳିତ ଭାବେ ଦକ୍ଷିଣ ଏସୀୟ ଦେଶମାନଙ୍କ ସହିତ ବିଶ୍ୱକପ୍ ଆୟୋଜନ କରିଥିଲା ​।