Hockey World cup 2023: ଏହି ଚାରି ଟିମକୁ କ୍ୱାର୍ଟର ଟିକଟ !, ଜାଣନ୍ତୁ କଣ ରହିଛି ଭାରତର ସ୍ଥିତି
Advertisement

Hockey World cup 2023: ଏହି ଚାରି ଟିମକୁ କ୍ୱାର୍ଟର ଟିକଟ !, ଜାଣନ୍ତୁ କଣ ରହିଛି ଭାରତର ସ୍ଥିତି

ଓଡ଼ିଶାରେ ଏବେ ୧୫ତମ ହକି ବିଶ୍ୱକପ ଜାରି ରହିଛି। ଶୁକ୍ରବାର ଟୁର୍ଣ୍ଣାମେଣ୍ଟର (Hockey Tournamen) ଲିଗ ମ୍ୟାଚ (League Match) ଶେଷ ହୋଇଛି। ଚାରିଟି ପୁଲର ଟପ ଟିମ ସିଧାସଳଖ କ୍ୱାର୍ଟର ଫାଇନାଲ (Quarterfinal Match) ମ୍ୟାଚ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟ ଚାରିଟି ସ୍ଥାନ ୮ଟି ଟିମ ମଧ୍ୟରେ କ୍ରସଓଭର (Crossover Match) ମ୍ୟାଚ ଖ

Hockey World cup 2023: ଏହି ଚାରି ଟିମକୁ କ୍ୱାର୍ଟର ଟିକଟ !, ଜାଣନ୍ତୁ କଣ ରହିଛି ଭାରତର ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଏବେ ୧୫ତମ ହକି ବିଶ୍ୱକପ ଜାରି ରହିଛି। ଶୁକ୍ରବାର ଟୁର୍ଣ୍ଣାମେଣ୍ଟର (Hockey Tournamen) ଲିଗ ମ୍ୟାଚ (League Match) ଶେଷ ହୋଇଛି। ଚାରିଟି ପୁଲର ଟପ ଟିମ ସିଧାସଳଖ କ୍ୱାର୍ଟର ଫାଇନାଲ (Quarterfinal Match) ମ୍ୟାଚ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟ ଚାରିଟି ସ୍ଥାନ ୮ଟି ଟିମ ମଧ୍ୟରେ କ୍ରସଓଭର (Crossover Match) ମ୍ୟାଚ ଖେଳାଯିବ। ଏହି ମ୍ୟାଚ ରବିବାର (Sunday) ଠାରୁ ଆରମ୍ଭ ହେବ। ଏହି ବିଶ୍ୱକପରେ ଚାରିଟି ପୁଲରେ (Pool Match) ମୋଟ ୧୬ଟି ଟିମ ଖେଳୁଛନ୍ତି। ପ୍ରତିଟି ପୁଲରେ ବିଜେତା ଟିମ ସିଧାସଳଖ (Winning Team) କ୍ୱାର୍ଟରଫାଇନାଲରେ (Quarterfinal) ପ୍ରବେଶ କରିବେ। ତେବେ ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳ ମଧ୍ୟରେ କ୍ରସଓଭର ମ୍ୟାଚ (Crossover Match) ଖେଳାଯିବ। ଏଥିରେ ବିଜୟ ହାସଲ କଲେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। 

ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲ୍ୟାଣ୍ଡସ ଓ ଇଂଲଣ୍ଡ ନିଜ ନିଜ ଗ୍ରୁପରେ ଶୀର୍ଷ ସ୍ଥାନରେ ରହିଛନ୍ତି। ଏହି ଚାରିଟି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ କ୍ରସଓଭର ମ୍ୟାଚ କେଉଁ ଦଳ ମଧ୍ୟରେ ଖେଳାଯିବ ଆସନ୍ତୁ ଜାଣିବା। 

ପ୍ରଥମ କ୍ରସଓଭର  ମ୍ୟାଚ: ମାଲେସିଆ ବନାମ ସ୍ପେନ (୨୨ ଜାନୁଆରୀ, ସନ୍ଧ୍ୟା ସାଢେ ୪ଟା, କଳିଙ୍ଗ ଷ୍ଟାଡ଼ିୟମ)
ଦ୍ୱିତୀୟ କ୍ରସଓଭର ମ୍ୟାଚ: ଭାରତ ବନାମ ନ୍ୟୁଜିଲାଣ୍ଡ (୨୨ ଜାନୁଆରୀ, ସନ୍ଧ୍ୟା ୭ଟା, କଳିଙ୍ଗ ଷ୍ଟାଡ଼ିୟମ)
ତୃତୀୟ  କ୍ରସଓଭର ମ୍ୟାଚ: ଜର୍ମାନୀ ବନାମ ଫ୍ରାନ୍ସ ( ୨୩ ଜାନୁଆରୀ, ସନ୍ଧ୍ୟା ସାଢେ ୪ଟା, କଳିଙ୍ଗ ଷ୍ଟାଡିୟମ)
ଚତୁର୍ଥ କ୍ରସଓଭର ମ୍ୟାଚ: ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା ( ୨୩ ଜାନୁଆରୀ, ସନ୍ଧ୍ୟା ୭ଟା, କଳିଙ୍ଗ ଷ୍ଟାଡ଼ିୟମ)

ପ୍ରଥମ କ୍ରସଓଭର ମ୍ୟାଚର ବିଜେତା କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଗ୍ରହଣ କରିବ। ଦ୍ୱିତୀୟ କ୍ରସଓଭର ମ୍ୟାଚର ବିଜେତା ବେଲଜିୟମ ସହିତ ମୁହାଁମୁହିଁ ହେବେ। ସେହିଭଳି ତୃତୀୟ କ୍ରସଓଭର ମ୍ୟାଚର ବିଜେତା ଦଳ ନେଦରଲ୍ୟାଣ୍ଡ ଏବଂ ଚତୁର୍ଥ କ୍ରସଓଭର ମ୍ୟାଚର ବିଜେତା ଦଳ ଇଂଲଣ୍ଡ ସହିତ ମୁହାଁମୁହିଁ ହେବେ। ଏହି କ୍ରସଓଭର ମ୍ୟାଚରେ ହାରିଥିବା ଦଳ ୯ ରୁ ୧୨ତମ ସ୍ଥାନ ପାଇଁ ଖେଳିବେ।

କେମିତି ଓ କେଉଁଠାରେ ଦେଖିବେ କ୍ରସଓଭର ମ୍ୟାଚ
ସମସ୍ତ କ୍ରସଓଭର ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ପ୍ରଥମ, ଷ୍ଟାର୍ ସ୍ପୋର୍ଟସ୍ ସିଲେକ୍ଟ ୨ ଏସଡି ଏବଂ ଷ୍ଟାର୍ ସ୍ପୋର୍ଟସ୍ ସିଲେକ୍ଟ ୨ ଏଚଡ଼ିରେ ସିଧା ପ୍ରସାରଣ ହେବ। ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଡିଜନି + ହଟଷ୍ଟାର୍ ଆପରେ ଉପଲବ୍ଧ ହେବ।

ସେପଟେ ଆଜି ପୁଲ-ଡିରେ ଦ୍ୱିତୀୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଯାଉଛି ଭାରତ । ସନ୍ଧ୍ୟା ୭ଟାରେ ଭାରତ ପୁଲ-ସିର ତୃତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡକୁ ଭେଟିବ । ଉଭୟ ଟିମ ମଧ୍ୟରେ ରେକର୍ଡ ଦେଖିଲେ, ଭାରତର ପଲ୍ଲା ଭାରି ରହିଛି । ଘରୋଇ ମାଟିରେ ମ୍ୟାଚ୍ ଖେଳୁଥିବା ଭାରତୀୟ ଟିମର ମନୋବଳ ଦୃଢ଼ ରହିଥିବା ବେଳେ ଦର୍ଶକଙ୍କ ପୁଲ୍ ସମର୍ଥନ ମଧ୍ୟ ମିଳିବ । ଯଦି ରେକର୍ଡକୁ ନଜରର ରଖାଯାଏ ତେବେ ୨୦୧୩ ପରଠାରୁ ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ମଧ୍ୟରୁ ଭାରତ ୨୪ଟିରେ ବିଜୟୀ ହୋଇଛି । ସେହିପରି ଟିମ୍ ନ୍ୟୁଜିଲାଣ୍ଡ ୧୫ଟିରେ ଜିତିଛି ଓ ୫ଟି ମ୍ୟାଚ୍ ଡ୍ର ହୋଇଛି । ହେଲେ ଆଜି ଯଦି ଭାରତ ଏହି ମ୍ୟାଚ୍ ଜିତୁଛି, ତେବେ ଆସନ୍ତା ୨୪ ତାରିଖରେ ବେଲଜିୟମ ସହ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ଭାରତ ।

ମ୍ୟାଚକୁ ନେଇ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି । ମ୍ୟାଚରେ ଜି-ଜାନ୍ ଲଗାଇ ଦେବୁ ବୋଲି ଉଭୟ ଅଧିନାୟକ ଏବଂ କୋଚ୍ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କ୍ୱାର୍ଟର ଫାଇନାଲ ଟିକଟ ନେବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ନ୍ୟୁଜିଲ୍ୟାଣ୍ଡର ସମସ୍ତ ମ୍ୟାଚ୍ ଭିଡ଼ିଓ ଆନାଲିସିସ କରିଛୁ ବୋଲି ଅଧିନାୟକ ହରମନପ୍ରିତ ସିଂ କହିଛନ୍ତି ।

Also Read: Hockey WorldCup 2023: ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚ୍