Gautam Gambhir: ଗାଭାସ୍କର ଓ କପିଲ ଦେବଙ୍କ ଉପରେ ରାଗିଲେ ଗୌତମ ଗମ୍ଭୀର; କହିଲେ- ଏହି ଦିନ ଆସିବ ବୋଲି କେବେ ଭାବି ନଥିଲି
Advertisement

Gautam Gambhir: ଗାଭାସ୍କର ଓ କପିଲ ଦେବଙ୍କ ଉପରେ ରାଗିଲେ ଗୌତମ ଗମ୍ଭୀର; କହିଲେ- ଏହି ଦିନ ଆସିବ ବୋଲି କେବେ ଭାବି ନଥିଲି

Gautam Gambhir slams Gavaskar, Sehwag and Kapil Dev: ଭାରତର ବହୁ ପୂର୍ବତନ କ୍ରିକେଟରମାନେ ପାନ ମସାଲା ବ୍ରାଣ୍ଡ ସହ ଜଡିତ ବିଜ୍ଞାପନ କରୁଛନ୍ତି । ବିଜ୍ଞାପନରେ ଇଲାଇଚି ପ୍ରଡକ୍ଟ ଦେଖାଯାଏ, କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପାନ୍ ମସାଲା ବିଜ୍ଞାପନ କରିବା ।

ସୌ: ସୋସିଆଲ ମିଡିଆ

Gautam Gambhir Lashes Out at Former Cricketers: ବହୁ ପୂର୍ବତନ ଭାରତୀୟ କ୍ରିକେଟରମାନେ ପାନ ମସାଲା ବିଜ୍ଞାପନ କରିବାକୁ ନେଇ ଟାର୍ଗେଟରେ ଅଛନ୍ତି । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପାନ୍ ମାସାଲାର ବିଜ୍ଞାପନ କରୁଥିବା ଖେଳାଳିଙ୍କୁ ଟାର୍ଗେଟ କରିଛନ୍ତି । ସୁନୀଲ ଗାଭାସ୍କର ଓ କପିଲ ଦେବଙ୍କ ଭଳି ଭେଟେରାନ୍ ଖେଳାଳିମାନେ ପାନ ମସାଲା ବ୍ରାଣ୍ଡକୁ ସମର୍ଥନ କରୁଛନ୍ତି । ଏହି ବିଜ୍ଞାପନଗୁଡିକ ଟିଭି ଓ OTT ପ୍ଲାଟଫର୍ମରେ ମ୍ୟାଚ୍ ସମୟରେ ନିର୍ଦ୍ଦିଷ୍ଟ ଭାବରେ ପ୍ରଦର୍ଶିତ ହୁଏ । ଗୌତମ ଗମ୍ଭୀର ଏହା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏକ ଟିଭି ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ଗୌତମ ଗମ୍ଭୀର କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଏହି ଖେଳାଳିଙ୍କୁ ଫଲ୍ଲୋ କରନ୍ତି, କିନ୍ତୁ ଏହି ଖେଳାଳିମାନେ କିଛି ଚିନ୍ତା ନକରି ପାନ ମସାଲାକୁ ପ୍ରୋତ୍ସାହିତ କରୁଛନ୍ତି । ଗମ୍ଭୀର କହିଛନ୍ତି "ମୋ ଜୀବନରେ ମୁଁ କେବେ ଭାବି ନଥିଲି ଯେ ଜଣେ କ୍ରୀଡ଼ାବିତ୍ ପାନ ମସାଲାକୁ ସମର୍ଥନ କରିବେ । ଏହା ଅତ୍ୟନ୍ତ ନୌରାଶ୍ୟଜନକ ଓ ମୁଁ ସର୍ବଦା ଏହା କହିବି । ଆପଣ ନିଜ ଆଦର୍ଶକୁ ଯତ୍ନର ସହିତ ବାଛନ୍ତୁ, ଅନେକ ଚିନ୍ତା କରି ବାଛିବା ଉଚିତ୍ । କାହାର ନାମ ଜରୁରୀ ନୁହେଁ କିନ୍ତୁ ସେମାନଙ୍କର କାମ କହିଥାଏ, ସେ ଯିଏ ବି ହୋଇପାରେ । ଜଣେ ଖେଳାଳୀ ତାଙ୍କ ନାମ ଦ୍ୱାରା ନୁହେଁ ବରଂ ତାଙ୍କ କାର୍ଯ୍ୟ ଦ୍ୱାରା ଜଣାଶୁଣା ।

ଗମ୍ଭୀର ଆହୁରି କହିଛନ୍ତି, "କୋଟି କୋଟି ଯୁବ କ୍ରୀଡ଼ାବିତ୍ ଆପଣଙ୍କୁ ଦେଖୁଛନ୍ତି, ଓ ଟଙ୍କା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଆପଣମାନେ ପାନ ମସାଲାକୁ ସମର୍ଥନ କରୁଛନ୍ତି, ଟଙ୍କା ରୋଜଗାର କରିବାର ଆହୁରି ଅନେକ ଉପାୟ ଅଛି । ଯଦି ଏକ ଆଦର୍ଶ ଯୋଗୁଁ କେହି ଟଙ୍କା ରୋଜଗାର କରିବାର କିଛି ସୁଯୋଗ ଛାଡିବାକୁ ଚାହାଁନ୍ତି, ତେବେ ଏହା ମଧ୍ୟ ସାହସ ଆବଶ୍ୟକ କରେ ।

ନିକଟରେ ସଚିନ ତେନ୍ଦୁଲକର ବିଶ୍ୱ ତମାଖୁ ଦିବସରେ ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ତାଙ୍କ ଜୀବନରେ ଡ୍ରଗ୍ସ କିମ୍ବା ତମାଖୁକୁ କେବେବି ସମର୍ଥନ କରିବେ ନାହିଁ, କେହି ତାଙ୍କୁ ଯେତେ ଟଙ୍କା ଦିଅନ୍ତୁ ନା କାହିଁକି ।

ଏହା ଉପରେ ଗମ୍ଭୀର କହିଛନ୍ତି ଯେ "ସଚିନ ତାଙ୍କ ପିତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି । ସେ ସମାନ ପାନ ମସାଲାକୁ ସମର୍ଥନ କରିବା ପାଇଁ ୧୨୦-୩୦ କୋଟି ଟଙ୍କା ଅଫର ପାଇଥିଲେ କିନ୍ତୁ ନା, ସେ ଆଜି ପର୍ଯ୍ୟନ୍ତ ଏହିପରି କିଛିକୁ ସମର୍ଥନ କରିନାହାଁନ୍ତି । ଏଥିପାଇଁ ସେ କୋଟି କୋଟି ବ୍ୟକ୍ତିର ଆଦର୍ଶ ଅଟନ୍ତି ।"

ଅନ୍ୟ ଖେଳାଳିଙ୍କ ଉପରେ ପ୍ରଶ୍ନ ଉଠାଇ ନିଜ ଫସିଲେ ଗମ୍ଭୀର
ଗୌତମ ଗମ୍ଭୀର ପାନ ମସାଲା ଆଡ୍ ଉପରେ ନିଜର ମତ ରଖିଥିଲେ । କିନ୍ତୁ ଏହା ପରେ ସେ ନିଜେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ । ଲୋକମାନେ ଗୌତମ ଗମ୍ଭୀରଙ୍କୁ ସେହି ଦିନ ବିଷୟରେ ମନେ ପକାଇଲେ, ଯେତେବେଳେ ସେ ରୟାଲ ଷ୍ଟାଗ ପାଇଁ ବିଜ୍ଞାପନ କରୁଥିଲେ । କେହି ଜଣେ ଲେଖିଛନ୍ତି, ଆପଣ ନିଜ ପୁରୁଣା ଦିନକୁ ଭୁଲି ଯାଇଛନ୍ତି, ଯେଉଁଥିପାଇଁ ଅନ୍ୟମାନଙ୍କୁ ଜ୍ଞାନ ଦେଉଛନ୍ତି । 

ଏହା ବି ପଢନ୍ତୁ: Ambati Rayudu: ଅମ୍ବାତି ରାୟୁଡୁଙ୍କ ବିସ୍ଫୋରକ ବୟାନ; କହିଲେ- ବିସିସିଆଇ ସଭାପତିଙ୍କ ପୁଅ ପାଇଁ ନଷ୍ଟ କରିଦେଲେ ମୋ କ୍ୟାରିଅର