FIH Hockey World Cup: ସରିଲା ସର୍ବଦଳୀୟ ବୈଠକ, ଏଣିକି କମ୍ପିବ ଦୁଇ ସହର
Advertisement

FIH Hockey World Cup: ସରିଲା ସର୍ବଦଳୀୟ ବୈଠକ, ଏଣିକି କମ୍ପିବ ଦୁଇ ସହର

FIH Hockey World Cup:  କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ହକି ଖେଳ ଓ ଖେଳାଳିଙ୍କ ସୁବିଧା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ଉଭୟ କଳିଙ୍ଗ ଓ ରାଉରକେଲା ଷ୍ଟାଡିୟମରେ (Rourkela Stadium) ସମସ୍ତ ବନ୍ଦୋବସ୍ତ କରାଯାଇଛି । ଖୁବଶୀଘ୍ର ରାଉରକେଲାକୁ (Rourkela) ବିମାନ ଚଳାଚଳ ଆରମ୍ଭ ହେବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ମଧ୍ୟ ଆରମ୍ଭ ହେବ । ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସରେ ଲୋକମାନେ ଯାଇପାରିବେ । 

FIH Hockey World Cup: ସରିଲା ସର୍ବଦଳୀୟ ବୈଠକ, ଏଣିକି କମ୍ପିବ ଦୁଇ ସହର

FIH Hockey World Cup: ଭୁବନେଶ୍ୱର: ହକି ମହାକୁମ୍ଭ (FIH Hockey World Cup) ପାଇଁ ବାଜିସାରିଛି ବିଗୁଲ। ଆରମ୍ଭ ହୋଇ ସାରିଲାଣି ହକି ମହାକୁମ୍ଭର ଫିଭର। ଏପରିକି କିଛି ଦଳ ଆସିବା ମଧ୍ୟ ଆରମ୍ଭ କରିଦେଲେଣି। ତେବେ ଏହାରି ମଧ୍ୟରେ ରାଜ୍ୟରେ କିପରି ହକି ମହାକୁମ୍ଭ ସଫଳ ହେବ ସେଥିପାଇଁ ରାଜ୍ୟ ସରକାର ଓ ପ୍ରଶାସନ ବେଶ ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟକୁ ସଜେଇବା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ କିପରି ସବୁ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯିବ ତାହା ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି ସରକାର। ସେପଟେ ଏବେ ରାଉରକେଲା ଓ ଭୁବନେଶ୍ୱର ସଜେଇ ହେବାରେ ଲାଗିଛି। ତେବେ ହକି ମହାକୁମ୍ଭକୁ ସଫଳ କରିବା ପାଇଁ ଆଜି ରାଜ୍ୟସରକାର ସର୍ବଦଳୀୟ ବୈଠକ ଡକାଇଥିଲେ। ଅପରାହ୍ଣରେ ଏହି ବୈଠକ ଶେଷ ହୋଇଛି। 

ଶେଷ ହୋଇଛି ହକି ବିଶ୍ବକପ୍‌ ନେଇ ବସିଥିବା ସର୍ବଦଳୀୟ ବୈଠକ। ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସମସ୍ତ ନେତାଙ୍କ ସହ ଆଲୋଚନା କରିଛନ୍ତି । ବିଶ୍ବକପ୍‌ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସବୁ ଦଳର ନେତା ପ୍ରଶାଂସା କରିଛନ୍ତି । ଲୋକସେବା ଭବନ କନଭେନସନ ହଲ୍‌ରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ ବିଶ୍ୱକପ୍ ଆୟୋଜନ ସମ୍ବନ୍ଧରେ କିଛି କିଛି ପରାମର୍ଶ ଦେଇଥିଲେ ।

କିପରି ଶୃଙ୍ଖଳରା ସହ ବିଶ୍ୱକପ୍ ଆୟୋଜନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଜାନୁଆରୀ ୧୧ ତାରିଖରେ ଉଦଘାଟନୀ ଉତ୍ସବ ହେବ । କଟକ, ରାଉରକେଲା ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ହେବ । ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍ । ୧୩ ତାରିଖରୁ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସହରକୁ ସୁନ୍ଦର ଭାବେ ସଜା ଯାଇଛି ।

ସୂଚନାଯୋଗ୍ୟ  ଜାନୁଆରୀ ୧୩ରୁ ହକି ବିଶ୍ବକପ ଆରମ୍ଭ ହେବାକୁ ଥିବା ବେଳେ ୨୩ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ସେପଟେ ଉଭୟ ଅଫଲାଇନ ଓ ଅନଲାଇନରେ ଟିକଟ ବିକ୍ରି ମଧ୍ୟ ଶେଷ ହୋଇଛି।

ଅନ୍ୟପଟେ କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ହକି ଖେଳ ଓ ଖେଳାଳିଙ୍କ ସୁବିଧା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ଉଭୟ କଳିଙ୍ଗ ଓ ରାଉରକେଲା ଷ୍ଟାଡିୟମରେ (Rourkela Stadium) ସମସ୍ତ ବନ୍ଦୋବସ୍ତ କରାଯାଇଛି । ଖୁବଶୀଘ୍ର ରାଉରକେଲାକୁ (Rourkela) ବିମାନ ଚଳାଚଳ ଆରମ୍ଭ ହେବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ମଧ୍ୟ ଆରମ୍ଭ ହେବ । ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସରେ ଲୋକମାନେ ଯାଇପାରିବେ । ଆସନ୍ତା ୧୧ତାରିଖରେ କଟକରେ ହକି ବିଶ୍ବକପ ଉଦଘାଟନ କାର୍ଯ୍ୟକ୍ରମ ଅଛି । ସେହିପରି ଖେଳାଳିଙ୍କୁ ପ୍ରାଇଭେଟ ଜେଟ (Private Jet) ନେବା ଆଣିବା କରିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ । ସେହିପରି ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ବିଭାଗ ୭୫କୋଟି ଟଙ୍କା ହକି ବିଶ୍ବକପ ପାଇଁ ବ୍ୟୟ କରିବାକୁ ଘୋଷଣା କରିଛି ।  ଅନ୍ୟପଟେ ହକି ବିଶ୍ୱକପ ପାଇଁ  ସାରା ରାଜ୍ୟରେ ସିଟି ଫେଷ୍ଟିଭାଲ ଆୟୋଜନ ହେବା ନେଇ ପୂର୍ବରୁ ଘୋଷଣା ସରିଛି । ସ୍କୁଲ, କଲେଜରେ ଖେଳ ଓ ହକିର ପ୍ରମୋସନ କରାଯିବ ।

ହକି ମହାକୁମ୍ଭ ପୂର୍ବରୁ ହକି ବିଶ୍ବକପ୍ ଟ୍ରଫି (Hockey World cup Trophy) ପରିକ୍ରମା ଅଭିଯାନ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ  ୱାର୍ଲଡ କପ୍ ପାଇଁ ଟ୍ରଫି ଟୁରର ଶୁଭାରମ୍ଭ କରିଛନ୍ତି । ଏହାସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ (Chief Minister Naveen Patnaik)। ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ସେହି ରାଜ୍ୟ ଗୁଡ଼ିକ ହେଲା  ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ , ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା (Odisha) ଫେରିବ । ଏହାପରେ ଓଡ଼ିଶାର ସବୁ ଜିଲ୍ଲାକୁ ମଧ୍ୟ ପରିକ୍ରମା କରିବ ହକି ବିଶ୍ୱକପ୍ ଟ୍ରଫି ।

ରାଉରକେଲାରେ (Rourkela) ମ୍ୟାଚ ହେଉଥିବାରୁ ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ବୁଲିବ ହକି ଟ୍ରଫି । ସୂଚନାନୁସାରେ ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ହେବାକୁ ଯାଉଛି ।