David Warner Retirement: ଅବସର ଘୋଷଣା କଲେ ଡେଭିଡ ୱାର୍ଣ୍ଣର, ଏହି ମ୍ୟାଚ୍ ପରେ ଟେଷ୍ଟ କ୍ରିକେଟରୁ ନେବେ ବିଦାୟ
Advertisement

David Warner Retirement: ଅବସର ଘୋଷଣା କଲେ ଡେଭିଡ ୱାର୍ଣ୍ଣର, ଏହି ମ୍ୟାଚ୍ ପରେ ଟେଷ୍ଟ କ୍ରିକେଟରୁ ନେବେ ବିଦାୟ

David Warner Retirement: ଟେଷ୍ଟ କ୍ରିକେଟରେ ଡେଭିଡ ୱାର୍ଣ୍ଣର ଫ୍ରମ ପୂର୍ବ ପରି ନାହିଁ । ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ସମ୍ପର୍କରେ ସେ ଏକ ବଡ଼ ବୟାନ ଦେଇଛନ୍ତି । ୱାର୍ଣ୍ଣର କହିଛନ୍ତି ଯେ ସେ କେତେବେଳେ ଓ କେଉଁଠାରେ ନିଜ ଟେଷ୍ଟ କ୍ରିକେଟକୁ ବିଦାୟ ଦେବେ ।

ସୌ: ସୋସିଆଲ ମିଡିଆ

David Warner Retirement: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର ନିଜ ଅବସରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ନୂଆ ବର୍ଷରେ ନିଜ ଘରୋଇ ଗ୍ରାଉଣ୍ଡ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ଟେଷ୍ଟ କ୍ରିକେଟ୍ ପାଇଁ ୱାର୍ଣ୍ଣର ବିଦାୟ ଦେବାକୁ ଚାହୁଁଛନ୍ତି । ୱାର୍ଣ୍ଣର ଆଶାପ୍ରକଟ କରିଛନ୍ତି ଯେ ଅଷ୍ଟ୍ରେଲୀୟ ଜର୍ସିରେ ତାଙ୍କର ଶେଷ ମ୍ୟାଚ ୨୦୨୪ ଟି-୨୦ ବିଶ୍ୱକପ ହେବ ।

WTC ଫାଇନାଲ୍ ପାଇଁ କରୁଛନ୍ତି ପ୍ରସ୍ତୁତି
ତେବେ ୱାର୍ଣ୍ଣରଙ୍କ ବର୍ତ୍ତମାନ ଟେଷ୍ଟ ଫର୍ମକୁ ବିଚାର କଲେ ତାଙ୍କର ସିଡନୀ ଟେଷ୍ଟ ମଧ୍ୟ ଖେଳିବା ନିଶ୍ଚିତ ନୁହେଁ । ବିଶେଷକରି ଏକ ଅଲ-ଫର୍ମାଟ୍ ଓପନର୍ ପାଇଁ ବର୍ତ୍ତମାନ ତାଙ୍କ ପାଇଁ ଟିକେ କଷ୍ଟସାଧ୍ୟ ହୋଇପାରେ । ସେ ଆଇପିଏଲରେ ଦିଲ୍ଲୀ କ୍ୟାପଟାଲ ଦଳର ଅଧିନାୟକତ୍ୱ କରିଥିଲେ, କିନ୍ତୁ ତାଙ୍ଖ ଦଳର ପ୍ରଦର୍ଶନ ଭଲ ନଥିଲା ଓ ଦିଲ୍ଲୀ ପଏଣ୍ଟ ଟେବୁଲର ଶେଷରେ ରହିଯାଇଥିଲା । ଆସନ୍ତା ସପ୍ତାହରେ ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୱାର୍ଣ୍ଣର ପ୍ରସ୍ତୁତ ହେଉଛନ୍ତି । ଏହା ପରେ ଇଂଲଣ୍ଡ ବିପକ୍ଷରେ ଆଶେସ୍ ସିରିଜରେ ସେ ଅଂଶ ଗ୍ରହଣ କରିବେ ।

'ମୁଁ ସବୁବେଳେ କହିଛି ଯେ ମୋର ଶେଷ ମ୍ୟାଚ୍ ୨୦୨୪ ଟି-୨୦ ବିଶ୍ୱକପ ହେବ'
WTC ଫାଇନାଲ ପୂର୍ବରୁ ୱାର୍ଣ୍ଣର କହିଛନ୍ତି- "ମୁଁ ସର୍ବଦା କହିଛି ଯେ ୨୦୨୩ ଟି-୨୦ ବିଶ୍ୱକପ ମୋର ଶେଷ ମ୍ୟାଚ୍ ହେବ । ଯଦି ମୁଁ ରନ୍ ସ୍କୋର କରିପାରିବି, ତେବେ ମୁଁ ଅଷ୍ଟ୍ରେଲିଆରେ ଖେଳିବା ଜାରି ରଖିବି । ତା’ପରେ ମୁଁ ନିଶ୍ଚିତ ଭାବେ କହିପାରେ ଯେ ମୁଁ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଖେଳିବି ନାହିଁ, କିନ୍ତୁ ଯଦି ମୁଁ ଏହାକୁ ପାକିସ୍ତାନ ସିରିଜରେ କରିବି, ତେବେ ମୁଁ ନିଶ୍ଚିତ ଭାବେ ମୋର କ୍ୟାରିୟର ଶେଷ କରିପାରିବି ।"

ଖରାପ ଫର୍ମ ଦେଇ ଗତି କରୁଛନ୍ତି ୱାର୍ଣ୍ଣର 
ଗତ ବର୍ଷ MCG ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱାର୍ଣ୍ଣର ନିଜର ୧୦୦ ତମ ଟେଷ୍ଟ ଖେଳିଥିଲେ । ସେ ବକ୍ସିଂ ଡେ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିଲେ । ମାର୍ଚ୍ଚରେ ରିକି ପଣ୍ଟିଂ କହିଥିଲେ ଯେ ରେଡ-ବଲ କ୍ରିକେଟକୁ ୱାର୍ଣ୍ଣର ବିଦାୟ ଦେବା ଉଚିତ୍ । ଜାନୁୟାରୀ ୨୦୨୦ ପରେ ଏହା ତାଙ୍କର ପ୍ରଥମ ଶତକ ଥିଲା, କିନ୍ତୁ ଗତ ବର୍ଷ ଠାରୁ ତାଙ୍କର ବ୍ୟାଟିଂ ହାରାହାରି ୨୬ ରହିଛି, ତାଙ୍କର ଶେଷ ୨୪ଟି ଇନିଂସରେ କେବଳ ଗୋଟିଏ ପଚାଶ ଓ ଗୋଟିଏ ଶତକ ରହିଛି ।

ୱାର୍ଣ୍ଣର କହିଛନ୍ତି- ମୋ ପାଇଁ ମୁଁ ସବୁବେଳେ ପ୍ରତ୍ୟେକ ମ୍ୟାଚ୍ ସେପରି ଖେଳିଛି, ଯେପରି ଏହା ମୋର ଶେଷ ମ୍ୟାଚ୍ । ଏହା ମୋର କ୍ରିକେଟ୍ ଖେଳିବା ଶୌଳୀ । ମୁଁ ଲୋକମାନଙ୍କ ପାଖରେ ରହିବାକୁ ଉପଭୋଗ କରେ । ଏକ ଦଳର ଅଂଶ ହେବାକୁ ପସନ୍ଦ କରନ୍ତି । ମୁଁ ସେଠାରେ ପହଞ୍ଚିବା ପାଇଁ ଯଥାସମ୍ଭବ ପରିଶ୍ରମ କରିବାକୁ ଚାହେଁ । ଚଳିତ ବର୍ଷ ହେବାକୁ ଥିବା ଏକଦିବସୀୟ ବିଶ୍ୱକପରେ ୱାର୍ଣ୍ଣର ମଧ୍ୟ ସ୍ଥାନ ପାଇପାରନ୍ତି ।

ଏହା ବି ପଢନ୍ତୁ: Wrestlers Protest: 'ହୃଦୟ ବିଦାରକ ...', ରେସଲରଙ୍କ ସମର୍ଥନରେ ବାହାରିଲେ ୧୯୮୩ ବିଶ୍ୱକପ ବିଜେତା କ୍ରିକେଟ୍ ଟିମ୍, ଜାରିକଲେ ବୟାନ

ଏହା ବି ପଢନ୍ତୁ: WTC Final 2023: ଟିମ୍ ଇଣ୍ଡିଆ ହାରିଯିବ କି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍? ଆଇସିସିର ଏହି ନିଷ୍ପତ୍ତି ରୋହିତ ଟିମକୁ ଦେଲା ବଡ଼ ଟେନସନ