Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନ କିଛି ଗୁତୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2594283

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନ କିଛି ଗୁତୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନ କିଛି ଗୁତୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନ କିଛି ଗୁତୁତ୍ୱପୂର୍ଣ୍ଣ ଖବର...
1.Prabasi Bhartiya Divas:ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରଠାରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ ଓ ଭାରତର ସଂସ୍କୃତିକୁ ସେମାନେ ରହୁଥିବା ଦେଶରେ ପ୍ରଭାବୀ ଢଙ୍ଗରେ ପ୍ରସାର ପାଇଁ ଆହ୍‍ୱାନ ଦେଇଛନ୍ତି। ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ପାଇଁ ନିଜକୁ ଅନ୍ତର୍ଭୁକ୍ତ କରିବା ଲାଗି କହିଛନ୍ତି। କୌଣସି ନା କୌଣସି କୋଣରୁ ଭାରତ ତିଆରି ଉତ୍ପାଦ କିଣିବା ଲାଗି ମୋଦୀ କହିବା ସହ ମୂଳ ଭାରତବାସୀ ସେ ଦେଶକୁ କାହିଁକି ଆସିଲେ, କେମିତି ତାଙ୍କ ଯାତ୍ରା ରହିଥିଲା ସେ ବିଷୟରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି। 
 
2.Odisha News: ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର। ୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ। ଆଉ ମିଳିବନି ରାସନ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାଁନ୍ତି ଇ-କେୱାଇସି। 
 
3.CBSE CTET December 2024 Result: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୯ ଜାନୁଆରୀ ୨୦୨୫ ରେ ଡିସେମ୍ବର ୨୦୨୪ ରେ ଅନୁଷ୍ଠିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET) ର ଫଳାଫଳ ଅଧିକାରିକ ଭାବରେ ଘୋଷଣା କରିଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ CTETର ଅଫିସିଆଲ୍ ୱେବସାଇଟ୍ ctet.nic.in ରେ ନିଜର ଫଳାଫଳ ଦେଖିପାରିବେ। ଫଳାଫଳ ଯାଞ୍ଚ କରିବା ପାଇଁ ପ୍ରାର୍ଥୀମାନେ ଏଠାରେ ଦିଆଯାଇଥିବା ଷ୍ଟେପ୍ ଗୁଡ଼ିକୁ ମଧ୍ୟ ଅନୁସରଣ କରିପାରିବେ।
 
4.Rasulgarah Murder Case:  ବୁଧବାର ଘଟିଥିବା ରସୁଲଗଡ ଫ୍ଲାଏଓଭର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରି ଗୁରୁବାର ଦିନ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ। ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଅଧିକ ସଫେଇ କର୍ମଚାରୀ ଧାରଣାରେ ବସିଥିଲେ। ଏଥିପାଇଁ ଆଜି ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣାରୁ ଉଠିବେନି ବୋଲି ସଫେଇ କର୍ମଚାରୀ ସଂଘ କହିଛି। 
 
5.Tuhin Kant Pandey:ନୂଆଦିଲ୍ଲୀ: ବଜେଟ-୨୦୨୫ ପୂର୍ବରୁ କ୍ୟାବିନେଟର ନିଯୁକ୍ତି କମିଟି ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ପଦବୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଅନୁମୋଦନ କରିଛି। ୧୯୮୭ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଏବଂ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ରାଜସ୍ୱ ବିଭାଗର ସଚିବ ଭାବରେ ନିଯୁକ୍ତ କରାଯାଇଛି। ପାଣ୍ଡେ ବର୍ତ୍ତମାନ ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା (DIPAM) ବିଭାଗର ସଚିବ ମଧ୍ୟ ଅଛନ୍ତି। ନୂତନ ନିଯୁକ୍ତି ପରେ ମଧ୍ୟ ସେ ଅର୍ଥ ସଚିବ ପଦରେ ରହିବେ। ରାଜସ୍ୱ ସଚିବ ରହିଥିବା ଅରୁଣିଶ ଚାୱଲାଙ୍କୁ ଡିଆଇପିଏଏମର ନୂତନ ସଚିବ ଭାବେ ନିଯୁକ୍ତି ମିଳିଛି। 
 
6.Puri News:  ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୦ ତାରିଖରୁ  ଆରମ୍ଭ ହେବ ଧାଡି଼ ଦର୍ଶନ ବ୍ୟବସ୍ଥା।  ଏନେଇ  ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ଏନେଇ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ଯେ,  ଖୁବ୍ ଶିଘ୍ର ରତ୍ନ ଭଣ୍ତାର ମରାମତି କାର୍ଯ୍ୟ  ଶେଷ ହେବ।  ଏହାରରେ ଅଳଙ୍କାର ଗଣତି ହେବ। ନାଟମଣ୍ତପ ପଟେ ଶ୍ରଦ୍ଧାଳୁ ବିଙ୍ଖଳିତ ଭାବେ ପ୍ରବେଶ କରି,  ଶ୍ରୀଜିଉଙ୍କୁ ସୁବିଧାରେ ଦର୍ଶନ କରିବା ପାଇଁ ୬ ଥାକିଆ ବ୍ୟାରିକେଟ୍ ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖୁବଶିଘ୍ର ନୂତନ ପ୍ରକଳ୍ପ ଯୋଡି ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ନୂଆ ନକ୍ସା ମଧ୍ୟ ରେ ଘୃତ, ଯଜ୍ଞ, ଜ୍ଞାନ, ଅନ୍ନ, ଯଜ୍ଞ ମଣ୍ତପ ରହିବ।  ସାଧାରଣତଃ ସନାତନ ଧର୍ମର ମୂଳ ପିଣ୍ତ ହେଉଛି ଅନ୍ନ, ଯଜ୍ଞ, ଜ୍ଞାନ, ଯଜ୍ଞ ଓ ଘୃତଯଜ୍ଞ।
 
7.Weather Updates: ନୂଆଦିଲ୍ଲୀ: ଏଣିକି ଭାରତୀୟ ପାଣିପାଗ ବିଭାଗକୁ ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ ବିମାନ ସେବା ପ୍ରଦାନକାରୀ କମ୍ପାନୀ। ବିମାନ ଉଡାଣ ଓ ଅବତରଣ ସମୟରେ ଗୁରୁତ୍ତ୍ୱପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ।ସେହି ତଥ୍ୟକୁ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଗୁଡିକ ଖୁବଶୀଘ୍ର ପାଣିପାଗ ବିଭାଗକୁ ପ୍ରଦାନ କରିବେ ବୋଲି ଜଣାପଡିଛି। ପାଣିପାଗ ତଥ୍ୟ ଦେବା ଏୟାରଲାଇନ ଗୁଡିକ ଲାଗି ବାଧ୍ୟତାମୂଳ କରିବା ଉପରେ ସରକାର ବିଚାର କରୁଛନ୍ତି। ତାହା ହେଲେ ପାଣିପାଗରଆହୁରି ସଠିକ ପୂର୍ବାନୁମାନ କରାଯାଇପାରିବ।
 
8.PM Modi:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବା ସହ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ। ଜୟ ଜଗନ୍ନାଥରୁ ନିଜର ଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 
 
9.Elephant: କଟକ ନରସିଂହପୁରରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ । ଦେବଭୂମି ରିଜର୍ଭ ଫରେଷ୍ଟ ନିକଟରେ ୫ ବର୍ଷର ଛୁଆ ହୀତିର ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ ।
 
10.Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ତାଙ୍କ ଅଧିନାୟକତ୍ୱରେ କଙ୍ଗାରୁ ଦଳକୁ ବିଶ୍ୱ ଚାମ୍ପିଅନ୍ ହୋଇଥିାବ କ୍ୟାପଟେନ୍ ପେଟ୍ କମିନ୍ସ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରନ୍ତି। ବାସ୍ତବରେ, କମିନ୍ସଙ୍କ ଗୋଡରେ କିଛି ଆଘାତ ଲାଗିଥିବା ସୂଚନା ମିଳିଛି ଏବଂ ଏଥିପାଇଁ ତାଙ୍କୁ ଏକ ସ୍କାନ୍ କରିବାକୁ ପଡିବ। ସ୍କାନ୍ ପରେ କମିନ୍ସଙ୍କ ଆଘାତ କେତେ ଗୁରୁତର ତାହା ଜଣାପଡିବ। ତେବେ ଖବର ଅନୁଯାୟୀ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଗା ଇଭେଣ୍ଟରେ କମିନ୍ସ ଖେଳିବା କଷ୍ଟକର ମନେହୁଏ।