Cricketer Suicide: ମୃତ୍ୟୁ ପରେ ଲୋକଙ୍କୁ ଡରାଇବି, କ୍ରିକେଟର ଆତ୍ମହତ୍ୟା ପୂର୍ବରୁ କରିଥିଲେ ପୋଷ୍ଟ୍; ଏବେ ହେଉଛି ଭାଇରାଲ
Advertisement

Cricketer Suicide: ମୃତ୍ୟୁ ପରେ ଲୋକଙ୍କୁ ଡରାଇବି, କ୍ରିକେଟର ଆତ୍ମହତ୍ୟା ପୂର୍ବରୁ କରିଥିଲେ ପୋଷ୍ଟ୍; ଏବେ ହେଉଛି ଭାଇରାଲ

Cricketer Suicide: ଫେସବୁକ୍ ପୋଷ୍ଟରେ ଏହା ଇଂରାଜୀରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ମୁଁ ଯେତେବେଳେ ମରିବି ସେତେବେଳେ ମୁଁ ଲୋକମାନଙ୍କୁ ଡରାଇବି । ମୋ ପାଖରେ ଏକ ତାଲିକା ଅଛି । ଏଠାରେ କହି ରଖୁଛୁ ଯେ ଆକାଶ ଖ୍ରୀଷ୍ଟ ଚର୍ଚ୍ଚ ସ୍କୁଲରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଭାଇରାଲ ପୋଷ୍ଟ ଯୋଗୁଁ ପରିବାର ସଦସ୍ୟ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।

ପ୍ରତୀକାତ୍ମକ ଫଟୋ

Cricketer Suicide: ବିହାରର ଭାଗଲପୁରରେ ଆତ୍ମହତ୍ୟା (Suicide) ପରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଆକାଶ ଆନନ୍ଦ (Akash Anand) (୧୭) ଗତ ଗୁରୁବାର ଦିନ ଭାଗଲପୁର ସ୍ଥିଚ ଜୋଗସର ପୋଲିସ ଷ୍ଟେସନ ଅଞ୍ଚଳରେ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆକାଶ ରାଜେନ୍ଦ୍ର ପ୍ରସାଦ ରୋଡ ସ୍ଥିତ ବିହାରୀ ଶାହ ଦୁର୍ଗା ସ୍ଥାନର ବାସିନ୍ଦା ଥିଲେ । ପେଶାରେ ଆକାଶ ଜଣେ କ୍ରିକେଟର ଥିଲେ । ସେ ଅଣ୍ଡର 19 କ୍ରିକେଟ୍ (Under 19 Cricketer) ଖେଳୁଥିଲେ ।

ସୂଚନାନୁସାରେ, ମୃତ ଆକାଶ ଆନନ୍ଦ (Akash Anand) ଙ୍କୁ ଶୁକ୍ରବାର ସକାଳେ କ୍ରିକେଟ୍ ଖେଳିବାକୁ ବୋକାରୋ ଯିବାର ଥିଲା । ଯେତେବେଳେ ତାଙ୍କ ମା' ସକାଳେ ତାଙ୍କ ରୁମର କବାଟ ଖୋଲିଲେ, ସେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଲେ । ଆକାଶ ଆନନ୍ଦଙ୍କ କୋଠରୀରୁ କୌଣସି ପ୍ରକାରର ଆତ୍ମହତ୍ୟା ନୋଟ୍ ମିଳି ନାହିଁ । ତେବେ ତାଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦେଖିଲେ ତ ଆକାଶ ଆତ୍ମହତ୍ୟା କରିବା ପୂର୍ବରୁ ଏଥିରେ ପୋଷ୍ଟ କରିଥିଲେ । ତାଙ୍କ ପୋଷ୍ଟ ଅନୁଯାୟୀ, "ମୋର ମୃତ୍ୟୁ ପରେ ଲୋକଙ୍କୁ ଭୟଭୀତ କରିବାର ମୋର ସଂପୂର୍ଣ୍ଣ ଉଦ୍ଦେଶ୍ୟ ଅଛି । ମୋ ପାଖରେ ଏକ ତାଲିକା ଅଛି ।" ପରିବାର ସଦସ୍ୟଙ୍କ ଅନୁଯାୟୀ ଆକାଶ ଆନନ୍ଦ ଜଣେ ସଭ୍ୟ ତଥା ପରିଶ୍ରମୀ ବାଳକ ଥିଲେ । ଅଧ୍ୟୟନ ବ୍ୟତୀତ ସେ କ୍ରିକେଟ୍ କ୍ଷେତ୍ରରେ ମଧ୍ୟ ଟପରେ ଥିଲେ ।

ଆକାଶ ଆନନ୍ଦଙ୍କ ଆତ୍ମହତ୍ୟା ପଛର କାରଣ ପରିବାର ସଦସ୍ୟ ବୁଝି ପାରୁ ନାହିଁ । ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଏହି ରହସ୍ୟମୟ ମୃତ୍ୟୁ ରହସ୍ୟର ସମାଧାନ କରିପାରି ନାହିଁ । ଫେସବୁକ୍ ପୋଷ୍ଟରେ ଏହା ଇଂରାଜୀରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ମୁଁ ଯେତେବେଳେ ମରିବି ସେତେବେଳେ ମୁଁ ଲୋକମାନଙ୍କୁ ଡରାଇବି । ମୋ ପାଖରେ ଏକ ତାଲିକା ଅଛି । ଏଠାରେ କହି ରଖୁଛୁ ଯେ ଆକାଶ ଖ୍ରୀଷ୍ଟ ଚର୍ଚ୍ଚ ସ୍କୁଲରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଭାଇରାଲ ପୋଷ୍ଟ ଯୋଗୁଁ ପରିବାର ସଦସ୍ୟ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।

ସେପଟେ କ୍ରିକେଟ୍ ପଡ଼ିଆ ସହ ଜଡିତ ଏକ ଖରାପ ଖବର ରବିବାର ଦିନ ସାମ୍ନାକୁ ଆସିଥିଲା । ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ODI ସିରିଜ୍ (India vs Australia ODI Series) ଖେଳୁଛି । ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ସିରିଜ (India vs Australia ODI Series) ର ଦ୍ୱିତୀୟ ମ୍ୟାଚ୍ (IND vs AUS 2nd ODI) ଖେଳାଯାଇଛି । ଏହି ସମୟରେ ରାଜକୋଟରେ ହୃଦଘାତ (Heart Attack) ପରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି । ଏହା ଏକ ଚିନ୍ତାର ବିଷୟ ଯେ ଗତ ୪୫ ଦିନ ମଧ୍ୟରେ କ୍ରିକେଟ୍ ପଡ଼ିଆରେ ଅଷ୍ଟମ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ରବିବାର ଦିନ ଗୁଜୁରାଟର ରାଜକୋଟରୁ ଏକ ଖରାପ ଖବର ସାମ୍ନାକୁ ଆସିଛି । କ୍ରିକେଟ୍ ପଡ଼ିଆରେ ହୃଦଘାତରେ ଜଣେ ଖେଳାଳିଙ୍କ ମୃତ୍ୟୁ (Cricketer Death) ଘଟିଛି । 

ଅଧିକ ପଢ଼ନ୍ତୁ-ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତଙ୍କୁ ମଧ୍ୟ କରାଗଲା ସାମିଲ

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆରେ ମିଳିଲା ୧୭ ଖେଳାଳିଙ୍କୁ ସ୍ଥାନ, କୋଚ୍ ଦ୍ରାବିଡ ପ୍ରସ୍ତୁତ କଲେ ଲିଷ୍ଟ୍

ଅଧିକ ପଢ଼ନ୍ତୁ-ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍