କମାଲ୍ କଲେ ଏହି କ୍ରିକେଟରଙ୍କ ପୁଅ, ଦମଦାର ବ୍ୟଟିଂ କରି ଜିତାଇଲେ ମ୍ୟାଚ୍
Advertisement

କମାଲ୍ କଲେ ଏହି କ୍ରିକେଟରଙ୍କ ପୁଅ, ଦମଦାର ବ୍ୟଟିଂ କରି ଜିତାଇଲେ ମ୍ୟାଚ୍

Samit Dravid: ବର୍ତ୍ତମାନ ଭାରତରେ କୁଚ୍ ବେହାର ଟ୍ରଫି ମ୍ୟାଚ୍ ଖେଳାଯାଉଛି। କର୍ଣ୍ଣାଟକ ପାଇଁ ଖେଳୁଥିବା ରାହୁଲ ଦ୍ରାବିଡଙ୍କ ପୁଅଙ୍କ ବ୍ୟାଟରୁ ଏକ ଚମତ୍କାର ଇନିଂସ ଦେଖିବାକୁ ମିଳିଥିଲା।

କମାଲ୍ କଲେ ଏହି କ୍ରିକେଟରଙ୍କ ପୁଅ, ଦମଦାର ବ୍ୟଟିଂ କରି ଜିତାଇଲେ ମ୍ୟାଚ୍

Rahul Dravid Son: ଏବେ ଦେଶରେ ବିସିସିଆଇ ଦ୍ୱାରା କୁଚ୍ ବେହାର ଟ୍ରଫି ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡଙ୍କ ପୁଅ ସମିତଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କାରଣ ଉକ୍ତ ମ୍ୟାଚରେ ରାହୁଲଙ୍କ ପୁଅ ସମିତ ଦ୍ରାବିଡ ୯୮ ରନ ସଂଗ୍ରହ କରିଥିଲେ । ମାତ୍ର ୨ରନ କାରଣରୁ ଶତକ କରିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ରାହୁଲଙ୍କ ଷ୍ଟାଇଲକୁ ମନେ ପକାଇଥିଲେ । ଅବିକଳ ବାପାଙ୍କ ପରି ଖେଳିଥିବା ଚର୍ଚ୍ଚା କରିଥିଲେ ଦେଖଣାହାରୀ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସମିତ ଦ୍ରାବିଡ କୁଚ ବେହାର ଟ୍ରଫିରେ କର୍ଣ୍ଣାଟକ ପାଇଁ ଖେଳୁଛନ୍ତି । ନିକଟରେ ଜାମୁକଶ୍ମୀର ବିପକ୍ଷରେ କର୍ଣ୍ଣାଟକର ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେହି ମ୍ୟାଚରେ ସମିତ ୧୩ଟି ଚୌକା ମାରିଥିଲେ । ଏହି ମ୍ୟାଚରେ ଜାମୁକଶ୍ମୀର ଟିମ ପ୍ରଥମ ଇନିଂସରେ ୧୭୦ ରନ ସଂଗ୍ରହ କରିଥିଲା । କର୍ଣ୍ଣାଟକ ସମୁଦାୟ ୪୮୦ ରନ୍ ସଂଗ୍ରହ କରିଥିଲା ଯେଉଁଥିରେ ସମିତ ୯୮ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ କର୍ଣ୍ଣାଟକର ୫ଟି ୱିକେଟ ପତନ ଘଟିଥିଲା । ଚର୍ଚ୍ଚା ହେଉଛି ଯେ, ଯଦି ସମିତ ଦ୍ରାବିଡ୍ ଏହିପରି ଭାବରେ ବ୍ୟାଟିଂ ଜାରି ରଖିବେ ତେବେ ସେ ଭବିଷ୍ୟତରେ ନିଶ୍ଚିତଭାବରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ ।

Also Read- ୧୪ ଲକ୍ଷରେ କିଡନି ବିକ୍ରି ନେଇ ମୂଲଚାଲ, SCBରେ ଅଟକ ହେଲେ ଦମ୍ପତ୍ତି

Also Read- Dunki promotion ପାଇଁ ଦୁବାଇରେ ପହଞ୍ଚିଲେ ଶାହାରୁଖ ଖାନ, କମ୍ପିଲା ପୁରା ଷ୍ଟାଡିୟମ