Types Of Out In Cricket: କ୍ରିକେଟ୍ ନିୟମ (Cricket Rules) ଅନୁଯାୟୀ, ୧୧ଟି ଉପାୟ ଅଛି ଯେଉଁଥିରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରାଯାଇପାରିବ ଓ ଏଥିରେ ବ୍ୟାଟ୍ସମ୍ୟାନଙ୍କ ଆଚରଣ ଓ ତ୍ରୁଟି ମଧ୍ୟ ସାମିଲ ରହିଛି । ଏଭଳି ପରିସ୍ଥିତିରେ ବ୍ୟାଟ୍ସମ୍ୟାନ୍ କେଉଁ ଉପାୟରେ ଆଉଟ ହୋଇପାରିବେ, ତାହା ଆସନ୍ତୁ ଜାଣିବା...
Trending Photos
Types Of Out In Cricket: ଆପଣ ବିରୋଧୀ ଦଳର ଖେଳାଳିମାନେ ଆଉଟ ହେବାରୁ ଖୁସି ହୁଅନ୍ତି ଓ ସମସ୍ତେ ବୋଲର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାକୁ ଚାହାଁନ୍ତି । କିନ୍ତୁ ଆପଣ ଜାଣନ୍ତି କି ବ୍ୟାଟ୍ସମ୍ୟାନ୍ କେବଳ ବୋଲରଙ୍କ ଭଲ ବଲ ନୁହେଁ ବରଂ ତାଙ୍କ ଭୁଲ ଯୋଗୁଁ ମଧ୍ୟ ଆଉଟ ହୋଇପାରନ୍ତି । କ୍ରିକେଟ୍ ନିୟମ (Cricket Rules) ଅନୁଯାୟୀ, ୧୧ଟି ଉପାୟ ଅଛି ଯେଉଁଥିରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରାଯାଇପାରିବ ଓ ଏଥିରେ ବ୍ୟାଟ୍ସମ୍ୟାନଙ୍କ ଆଚରଣ ଓ ତ୍ରୁଟି ମଧ୍ୟ ସାମିଲ ରହିଛି । ଏଭଳି ପରିସ୍ଥିତିରେ ବ୍ୟାଟ୍ସମ୍ୟାନ୍ କେଉଁ ଉପାୟରେ ଆଉଟ ହୋଇପାରିବେ, ତାହା ଆସନ୍ତୁ ଜାଣିବା...
୧. ବୋଲ୍ଡ (Bowled)
ଯେତେବେଳେ ବୋଲରଙ୍କ ଦ୍ୱାରା ଫିଙ୍ଗାଯାଇଥିବା ବଲ ୱିକେଟ୍ ଉପରେ ଆଘାତ କରେ, ଏହାକୁ ବୋଲ୍ଡ କୁହାଯାଏ । ଏପରି ପରିସ୍ଥିତିରେ ଯଦି ଏହି ବଲ୍ ବ୍ୟାଟ୍, ପ୍ୟାଡ୍ କିମ୍ବା ଶରୀରକୁ ଲାଗିବା ପରେ ମଧ୍ୟ ୱିକେଟକୁ ଯାଇ ଲାଗିଥାଏ, ତେବେ ଏହାକୁ ବି ଆଉଟ ମନେ କରାଯାଏ ।
୨. କ୍ୟାଚ୍ ଆଉଟ (Caught Out)
ଯଦି ବୋଲରଙ୍କ ବଲ୍ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ବା ବ୍ୟାଟ୍ ଧରିଥିବା ହାତକୁ ଲାଗି ପରେ ହାୱାରେ ବାଉନ୍ସ ହୁଏ ଓ ତଳେ ପଡ଼ିବା ପୂର୍ବରୁ ବିରୋଧୀ ଦଳର ଖେଳାଳି ଧରନ୍ତି, ତେବେ ବ୍ୟାଟ୍ସମ୍ୟାନ୍ ଆଉଟ୍ ଘୋଷିତ ହେବେ । କ୍ୟାଚ୍ ଆଉଟ୍ ୱିକେଟ୍ କିପର, ଫିଲ୍ଡର, ବୋଲରଙ୍କ ଦ୍ୱାରା ମଧ୍ୟ ଧରାଯାଇପାରିବ ।
୩. ଲେଗ୍ ବିଫର ୱିକେଟ୍ (LBW)
ଯଦି ବୋଲରଙ୍କ ଦ୍ୱାରା ପକାଯାଇଥିବା ବଲ୍ ବ୍ୟାଟରେ ନ ଲାଗି ବ୍ୟାଟ୍ସମ୍ୟାନଙ୍କ ପ୍ୟାଡକୁ ଆଘାତ କରେ, ଆଉ ଏହି ବଲଟି ସିଧା ୱିକେଟକୁ ହିଟ୍ କରିଥାଏ, ତେବେ ବ୍ୟାଟ୍ସମ୍ୟାନଙ୍କୁ ଲେଗ୍ ବିଫର୍ ଆଉଟ୍ (LBW) ଦିଆଯାଇଥାଏ ।
୪. ଷ୍ଟମ୍ପିଂ (Stumping)
ଯେତେବେଳେ ବୋଲର ବଲ୍ ବୋଲିଂ କରନ୍ତି ଓ ୱିକେଟ୍ କିପର ବଲକୁ ୱିକେଟର ବାଡ଼ିକୁ ଖସାଇ ଦେଇଥାଏ ଏବଂ ବ୍ୟାଟ୍ସମ୍ୟାନ୍ କିମ୍ବା ତାଙ୍କ ବ୍ୟାଟ୍ ସେହି ସମୟରେ କ୍ରିଜରେ ନଥାଏ, ତେବେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ ବୋଲି ଧରି ନିଆଯିବ । ଏହାକୁ ଷ୍ଟମ୍ପ୍ ଆଉଟ୍ କୁହାଯାଏ ।
୫. ରନ୍ ଆଉଟ୍ (Run Out)
ଯେତେବେଳେ ବ୍ୟାଟ୍ସମ୍ୟାନ୍ ଏକ ରନ୍ ନେବାକୁ ଦୌଡ଼ନ୍ତି ଓ ସେହି ମଝିରେ ବିପକ୍ଷ ଦଳର ଫିଲ୍ଡର, ବ୍ୟାଟ୍ସମ୍ୟାନ୍ କିମ୍ବା ତାଙ୍କ ବ୍ୟାଟ୍ ୱିକେଟ୍ କ୍ରିଜରେ ପହଞ୍ଚିବା ପୂର୍ବରୁ ୱିକେଟ ବାଡ଼ିକୁ ଖସାଇ ଦିଅନ୍ତି, ତେବେ ଏହାକୁ ଆଉଟ ଧରାଯାଏ ।
୬. ଦୁଇଥର ବଲ୍ ମାରିବା (Hitting The Ball Twice)
ଯଦି ଜଣେ ବ୍ୟାଟ୍ସମ୍ୟାନ୍ ନିଜ ୱିକେଟ୍ ବଞ୍ଚାଇବାର ଏକମାତ୍ର ଉଦ୍ଦେଶ୍ୟରେ କିମ୍ବା ବିରୋଧୀ ଦଳର ସହମତି ବିନା ଦୁଇଥର ବଲ୍ ମାରନ୍ତି, ତେବେ ତାଙ୍କୁ ଆଉଟ୍ ଘୋଷିତ କରାଯାଇଥାଏ । ଯଦିଓ ଅନେକ ରିପୋର୍ଟ ଦାବି କରିଛି ଯେ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି କାହାକୁ ଆଉଟ୍ କରାଯାଇ ନାହିଁ ।
୭. ହିଟ୍ ୱିକେଟ୍ (Hit Wicket)
ତେବେଳେ ବ୍ୟାଟ୍ସମ୍ୟାନ୍ ସଟ୍ ମାରିବା ସମୟରେ ନିଜ ବ୍ୟାଟ୍ ସାହାଯ୍ୟରେ ଭୁଲବଶତଃ ୱିକେଟକୁ ହିଟ୍ କରନ୍ତି, ସେତେବେଳେ ସେ ହିଟ୍ ୱିକେଟ୍ ମାଧ୍ୟମରେ ଆଉଟ୍ ବୋଲି ଧରାଯାଏ ।
୮. ଫିଲ୍ଡକୁ ବାଧା ସୃଷ୍ଟି କରିବା (Obstructing The Field)
ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଜାଣିଶୁଣି ଫିଲ୍ଡରଙ୍କୁ ବାଧା ପହଞ୍ଚାଇଥାଏ ତ ତାଙ୍କୁ ଆଉଟ ଦିଆାଇଥାଏ, ଯେଉଁଥରେ ଫିଲ୍ଡର ଦ୍ୱାରା ଥ୍ରୋର କରାଯାଇଥିବା ବଲକୁ ରୋକିବା ମଧ୍ୟ ସାମିଲ ରହିଛି ।
୯. ଟାଇମ୍ ଆଉଟ୍ (Time Out)
ଯଦି କୌଣସି ବ୍ୟାଟ୍ସମ୍ୟାନ ନିଜ ପାଳି ଆସିବା ସମୟରେ ଟେଷ୍ଟ ଓ ଦିନିକିଆ ମ୍ୟାଚରେ ୩ ମିନିଟ୍ ମଧ୍ୟରେ ଗ୍ରାଉଣ୍ଡକୁ ଆସନ୍ତି ନାହିଁ, ତା’ହେଲେ ତାଙ୍କୁ ଆଉଟ୍ ଘୋଷିତ କରାଯାଇପାରେ । ଟି-20 ମ୍ୟାଚରେ ଯଦି ବ୍ୟାଟ୍ସମ୍ୟାନ ୨ ମିନିଟ୍ ମଧ୍ୟରେ ଗ୍ରାଉଣ୍ଡରେ ନଆସନ୍ତି ତେବେ ତାଙ୍କୁ ଟାଇମ୍ ଆଉଟ୍ ଅନ୍ତର୍ଗତ ଆଉଟ୍ ଦିଆଯିବ ।
ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ
ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଲାଗୁ କରିବାକୁ ନେଇ ବଡ଼ ଅପଡେଟ୍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା
ଅଧିକ ପଢ଼ନ୍ତୁ:-BCCI ଦେଲା ବଡ଼ ଅପଡେଟ୍, ଏହି ବିପଜ୍ଜନକ ଖେଳାଳି ଆହତ କାରଣରୁ ଦଳରୁ ହେଲେ ବାହାର
୧୦. ମାନକାଡିଂ ଆଉଟ୍ (Mankading Out)
ଯେତେବେଳେ ବୋଲର ଅନୁଭବ କରନ୍ତି ଯେ ସେ ବଲ୍ କରିବା ପୂର୍ବରୁ ବ୍ୟାଟ୍ସମ୍ୟାନ୍ ନନ୍-ଷ୍ଟ୍ରାଇକର କ୍ରିଜରୁ ବହୁତ ଦୂରରେ ବାହାରି ସାରିଛନ୍ତି, ସେତେବେଳେ ସେ ନନ୍-ଷ୍ଟ୍ରାଇକର ପାଶ୍ୱରେ ଥିବା ୱିକେଟ ବାଡ଼ିକୁ ଖସାଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିପାରିବେ । ଏହି ଘଟଣାରେ ବଲ୍ ରେକର୍ଡ ହୋଇ ନଥାଏ କିନ୍ତୁ ୱିକେଟ୍ ଖସିଥାଏ ।
୧୧. ହ୍ୟାଣ୍ଡଲ ଦି ବଲ୍ (Handled The Ball)
ଯଦି ଜଣେ ବ୍ୟାଟ୍ସମ୍ୟାନ୍ ବିପକ୍ଷ ଦଳର ଖେଳାଳିଙ୍କ ବିନା ଅନୁମତିରେ ନିଜ ହାତରେ ବଲକୁ ସ୍ପର୍ଶ କରନ୍ତି, ତେବେ ତାଙ୍କୁ ଫିଲ୍ଡରେ ବାଧା ଦେବା ନିୟମ ଅନୁଯାୟୀ ଆଉଟ୍ ଦିଆଯାଇପାରେ ।