ବିଶ୍ବକପ ଶେଷ ହେବା ପରେ ସୋସିଆଲ ମିଡ଼ିଆକୁ ଫେରିଲେ ରୋହିତ ଶର୍ମା, ପୋଷ୍ଟ କଲେ....
Advertisement
Article Detail0/zeeodisha/odisha1982427

ବିଶ୍ବକପ ଶେଷ ହେବା ପରେ ସୋସିଆଲ ମିଡ଼ିଆକୁ ଫେରିଲେ ରୋହିତ ଶର୍ମା, ପୋଷ୍ଟ କଲେ....

Rohit Sharma: ବିଶ୍ୱକପ ୨୦୨୩ରେ ୧୦ଟି ମ୍ୟାଚ୍ ଜିତି ଫାଇନାଲକୁ ପ୍ରବେଶ କରିଥିବା ଟିମ୍ ଇଣ୍ତିଆ ଶେଷ ମ୍ୟାଚ୍ ରେ ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଥିଲା । ଟିମ୍ ଇଣ୍ତିଆ ପରାସ୍ତ ହେବା ପରେ ସ୍ତବ ହୋଇଯାଇଥିଲେ କୋଟି କୋଟି ଭାରତୀୟ । ଖାଲି ଏତିକି ନୁହେଁ, ପଡ଼ିଆରେ ଖେଳାଳିଙ୍କ ଆଖିରୁ ଲୁହ ଝରୁଥିବାର ହୃଦୟ ବିଦାରକ ଭିଡ଼ିଓ ମଧ୍ଯ ସାମ୍ନାକୁ ଆସିଥିଲା । 

ସୌ(ସୋସିଆଲ ମିଡିଆ)

Rohit Sharma: ବିଶ୍ୱକପ ୨୦୨୩ରେ ୧୦ଟି ମ୍ୟାଚ୍ ଜିତି ଫାଇନାଲକୁ ପ୍ରବେଶ କରିଥିବା ଟିମ୍ ଇଣ୍ତିଆ ଶେଷ ମ୍ୟାଚ୍ ରେ ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଥିଲା । ଟିମ୍ ଇଣ୍ତିଆ ପରାସ୍ତ ହେବା ପରେ ସ୍ତବ ହୋଇଯାଇଥିଲେ କୋଟି କୋଟି ଭାରତୀୟ । ଖାଲି ଏତିକି ନୁହେଁ, ପଡ଼ିଆରେ ଖେଳାଳିଙ୍କ ଆଖିରୁ ଲୁହ ଝରୁଥିବାର ହୃଦୟ ବିଦାରକ ଭିଡ଼ିଓ ମଧ୍ଯ ସାମ୍ନାକୁ ଆସିଥିଲା । ଯାହା ଦେଖି ଭାଙ୍ଗି ପଡ଼ିଥିଲେ କ୍ରିକେଟ୍ ପ୍ରେମୀ । ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଅଭ୍ୟାସରେ ବ୍ୟସ୍ତ ରହିଥିଲେ । ଏମିତି କି ସେ ନିଜକୁ ସୋସିଆଲ ମିଡ଼ିଆଠାରୁ ଦୂରେଇ ରଖିଥିଲେ । ତେବେ ବିଶ୍ୱକପ ଶେଷ ହେବା ପରେ ବେଶ ଭାଙ୍ଗି ପଡ଼ିଥିଲେ ହିଟ୍ ମ୍ୟାନ ।

ହାରିବା ପରେ ଭାବୁକ ହୋଇପଡ଼ିଥିଲେ ରୋହିତ

ବର୍ତ୍ତମାନ ଶେଷ ହୋଇଛି ବିଶ୍ବକପ ୨୦୨୩ । ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ତିଆ । ପ୍ରଥମ ମ୍ୟାଚ୍ ରୁ ଫାଇନାଲ ଯାଏଁ ଧୂଆଁଧାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ଚକିତ କରିଥିଲା ଭାରତୀୟ ଦଳ । କିନ୍ତୁ ଶେଷ ମ୍ୟାଚ୍ ରେ କଙ୍ଗାରୁ ଦଳଠାରୁ ହାରିଯାଇଥିଲା ଭାରତ । ଫଳରେ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ମ୍ୟାଚ୍ ଶେଷ ହେବା ପରେ ରୋହିତ ନିଜ କୋହ ସମ୍ଭାଳି ପାରିନଥିଲେ । ଖେଳାଳିଙ୍କ ସହ ହାତ ମିଳାଇ ପ୍ୟାଭେଲିୟମ୍ ଫେରିବା ବେଳେ ତାଙ୍କ ଆଖିରୁ ଝରି ପଡ଼ିଥିଲା ଲୁହ । ଆଉ କ୍ୟାମେରାରେ କଏଦ ହୋଇଯାଇଥିଲା ଏହି ଦୃଶ୍ୟ ।  ଏହାପରେ ରୋହିତଙ୍କ ମାନସିକ ସ୍ଥିତିକୁ ନେଇ ଚିନ୍ତିତ ହୋଇପଡିଲେ କ୍ରିକେଟ୍ ପ୍ରେମୀ । କିନ୍ତୁ ଏବେ ସାମ୍ନାକୁ ଆସିଥିବା ରୋହିତଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଦେଖି ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ମିଳିଛି । ଇନଷ୍ଟାଗ୍ରାମ ପୋଷ୍ଟରେ ରୋହିତ ନିଜ ପରିବାର ସହିତ ବିଦେଶରେ ଛୁଟି କାଟୁଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ରୋହିତଙ୍କ ସହିତ ପତ୍ନୀ ରିତିକା ସଜଦେହ ନଜର ଆସିଛନ୍ତି ।

ପ୍ରକାଶ ଥାଉ କି, ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।