IND vs WI 2nd ODI: ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ମ୍ୟାଚ୍ ଜିତି ଶୃଙ୍ଖଳାକୁ ବରାବର କରିଛି। ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ଦଳର ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଅନେକ ଯୁବ ଖେଳାଳିଙ୍କୁ ଏହି ମ୍ୟାଚ୍ ଲାଗି ସୁଯୋଗ ଦିଆଯାଇଥିଲା ।
Trending Photos
IND vs WI 2nd ODI: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ (IND vs WI 2nd ODI) ବିଶିଷ୍ଟ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଦିନ ବ୍ରିଜଟାଉନ କେନ୍ସିଙ୍ଗଟନ୍ ଓଭାଲରେ ଖେଳାଯାଇଥିଲା । ଏହି ମ୍ୟାଚରେ ଖରାପ ପ୍ରଦର୍ଶନ ଯୋଗୁଁ ପରାଜୟର ସାମ୍ନା କରିଛି ଟିମ୍ ଇଣ୍ତିଆ। ସେପଟେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ମ୍ୟାଚ୍ ଜିତି ଶୃଙ୍ଖଳାକୁ ବରାବର କରିଛି। ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ଦଳର ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଅନେକ ଯୁବ ଖେଳାଳିଙ୍କୁ ଏହି ମ୍ୟାଚ୍ ଲାଗି ସୁଯୋଗ ଦିଆଯାଇଥିଲା ।
ସୂଚନାଯୋଗ୍ୟ, କେନସିଙ୍ଗଟନ୍ ଓଭାଲ୍ରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ (westindies) ୬ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ନେଇ ନିମନ୍ତ୍ରଣ ଦେଇଥିଲା। ଭାରତ ଦ୍ବାରା ଧାର୍ଯ୍ୟ ୧୮୨ ରନ୍ର ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ହାସଲ କରିଥିଲା। ଭାରତ ଦୁଇ ଓପନର ଇଶାନ କିଷନ (Ishan kishan) ଓ ଶୁଭମନ ଗିଲଙ୍କ (Shubman Gill) ଦମଦାର ବ୍ୟାଟିଂ ଦଳକୁ ଭଲ ଆରମ୍ଭ ଦେଇଥିଲା । ଗିଲ୍ ଓ ଈଶାନ ପାର୍ଟନରସିପରେ ୧୬.୫ ଓଭରରେ ୯୦ ରନ୍ ଯୋଡ଼ିଥିଲେ । ଗୁଡ଼କେଶ ମୋତିଙ୍କ ୧୭ତମ ଓଭରରେ ୫ ଚୌକା ମାରିବାକୁ ଯାଇ ୩୪ ରନ୍ କରି ଆଉଟ ହୋଇଥିଲେ ଶୁଭମନ ଗିଲ । ଏହା ପରେ ଅର୍ଦ୍ଧଶତକ ହାସଲ କରିଥିବା ଈଶାନ ୫୫ ରନ କରି ପାଭିଲିୟନ ଫେରିଥିଲେ । ଦୁଇ ଓପନରଙ୍କ ଆଉଟ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ବିଶ୍ରାମରେ ଥିବା ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲିଙ୍କ (virat kohli) ସ୍ଥାନରେ ସଞ୍ଜୁ ସାମସନ୍ ଓ ଅକ୍ଷର ପଟେଲ୍ ଦଳରେ ସ୍ଥାନ ପାଇଥିଲେ। ସଞ୍ଜୁ ସାମସନ୍ (sanju Samson) (୯) ଓ ଅକ୍ଷର (୧) ରନ୍ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଧିନାୟକ ଦାୟିତ୍ବରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୨୪) ଓ ରବୀନ୍ଦ୍ର ଜାଡ଼େଜା (୧୦) ରନ କରି ପ୍ୟାଭିଲିଅନ୍ ଫେରି ଯାଇଥିଲେ । ସେପଟେ ପ୍ରଥମ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିବା କୁଲଦୀପ-ଜାଡ଼େଜା ଯୋଡ଼ି ଦ୍ବିତୀୟ ମ୍ୟାଚ୍ରେ କିନ୍ତୁ ଫେଲ ମାରିଥିଲେ । ଶାର୍ଦ୍ଦୁଳ ଠାକୁର ୩ ୱିକେଟ୍ ନେଇଥିଲେ ମଧ୍ଯ କାଇଲ୍ ମାୟର୍ସ ୩୬ ରନ୍ର ଦ୍ରୁତ ପାଳି ଖେଳି ଦଳକୁ ବିଜୟ ଆଡ଼କୁ ନେଇଥିଲେ । ଏହା ପରେ ଅଧିନାୟକ ସାଇ ହୋପ୍ ଓ କିସି କାର୍ଟି ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ।
ଭାରତ ୪୦.୫ ଓଭରରେ ୧୮୧/୧୦ (ଈଶାନ କିଶନ-୫୫, ଶୁବମନ ଗିଲ୍-୩୪, ସୂର୍ଯ୍ୟକୁମାର ଯାଦବ-୨୪, ଶାର୍ଦୁଳ ଠାକୁର-୧୬, ଗୁଡ଼କେଶ ମୋତି-୩/୩୬, ରୋମାରିଓ ସେଫର୍ଡ-୩/୩୭, ଅଲଜାରି ଯୋସେଫ-୨/୩୫, ୟାନିକ କାରିଆ-୧/୨୫, ଜୟଦେନ ସିଲ୍ସ-୧/୨୮)। ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ୧୮୨/୪ (ସାଇ ହୋପ୍-୬୩*, କିସି କାର୍ଟି-୪୮*, କାଇଲ୍ ମାୟର୍ସ-୩୬, ଶାର୍ଦ୍ଦୁଳ ଠାକୁର-୩/୪୨, କୁଲଦୀପ ଯାଦବ-୧/୩୦)।
Also Read- Ravivar Upay: ସୁଖ ସମୃଦ୍ଧି ବୃଦ୍ଧି ପାଇଁ ରବିବାର ଦିନ କରନ୍ତୁ ଏହି ୬ଟି ଉପାୟ