Commonwealth Games 2022: କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପଞ୍ଚମ ଶ୍ରେଷ୍ଠ ପ୍ରଦର୍ଶନ, ତାଲିକାରେ ଟପ୍ ରହିବାର ସ୍ୱପ୍ନ ଏପର୍ଯ୍ୟନ୍ତ ହୋଇପାରିନି ପୂରଣ
Advertisement

Commonwealth Games 2022: କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପଞ୍ଚମ ଶ୍ରେଷ୍ଠ ପ୍ରଦର୍ଶନ, ତାଲିକାରେ ଟପ୍ ରହିବାର ସ୍ୱପ୍ନ ଏପର୍ଯ୍ୟନ୍ତ ହୋଇପାରିନି ପୂରଣ

Commonwealth Games 2022: ଏହା ବ୍ୟତୀତ ଭାରତ କୌଣସି କମନୱେଲଥ ସିଜନରେ ୭୦ କିମ୍ବା ଅଧିକ ପଦକ ଜିତି ନାହିଁ । ଏଥିସହ ଭାରତ ଏପର୍ଯ୍ୟନ୍ତ କୌଣସି କମନୱେଲଥ ଗେମ୍ସର ପଦକ ତାଲିକାରେ ନମ୍ବର ୧ ସ୍ଥିତିରେ ଆସି ପାରିନାହିଁ...

Commonwealth Games 2022: କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପଞ୍ଚମ ଶ୍ରେଷ୍ଠ ପ୍ରଦର୍ଶନ, ତାଲିକାରେ ଟପ୍ ରହିବାର ସ୍ୱପ୍ନ ଏପର୍ଯ୍ୟନ୍ତ ହୋଇପାରିନି ପୂରଣ

ବର୍ମିଂହାମ: Commonwealth Games 2022: ଇଂଲଣ୍ଡର ବର୍ମିଂହାମ ଠାରେ ଅନୁଷ୍ଠିତ ୨୨ତମ କମନୱେଲଥ ଗେମ୍ସ ଶେଷ ହୋଇଛି । ଏଥର ଶୁଟିଂର ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ଖେଳାଳିମାନେ ଗେମ୍ସ ( Commonwealth Games 2022) ରେ ଦମଦାର ପ୍ରଦର୍ଶନ କରିଛନ୍ତି । କୌଣସି କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ପଛରେ ଦେଖା ଦେଇନଥିଲେ । ଭାରତୀୟ ଖେଳାଳିମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଭଲ ପ୍ରମାଣିତ କରିଛନ୍ତି । ଏହାକୁ ଆଧାର କରି ଭାରତ ଏଥର କମନୱେଲଥ ଗେମ୍ସରେ ୨୨ଟି ସ୍ୱର୍ଣ୍ଣ ସମେତ ମୋଟ ୬୧ ପଦକ ଜିତିଛି । ଏଥିରେ  ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ଏହା ସହିତ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

କିନ୍ତୁ ପୂରା କମନୱେଲଥ ଗେମ୍ସର ଇତିହାସକୁ ଦେଖିଲେ ଏହା ଏପର୍ଯ୍ୟନ୍ତ କୌଣସି କମନୱେଲଥ ସିଜନରେ ଭାରତର ପଞ୍ଚମ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଭାରତ ଏପର୍ଯ୍ୟନ୍ତ ଗୋଟିଏ କମନୱେଲଥ ସିଜନରେ ସର୍ବାଧିକ ପଦକ ୧୦୧ ପଦକ ଜିତିଛି । ଏହି ସଫଳତା ୨୦୧୦ କମନୱେଲଥ ଗେମ୍ସରେ ହାସଲ କରାଯାଇଥିଲା । ସେତେବେଳେ ଏହି ଗେମ୍ସ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ସେତେବେଳେ ପଦକ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା ।

ଏହା ବ୍ୟତୀତ ଭାରତ କୌଣସି କମନୱେଲଥ ସିଜନରେ ୭୦ କିମ୍ବା ଅଧିକ ପଦକ ଜିତି ନାହିଁ । ଏଥିସହ ଭାରତ ଏପର୍ଯ୍ୟନ୍ତ କୌଣସି କମନୱେଲଥ ଗେମ୍ସର ପଦକ ତାଲିକାରେ ନମ୍ବର ୧ ସ୍ଥିତିରେ ଆସି ପାରିନାହିଁ । ଏଭଳି ପରିସ୍ଥିତିରେ ଭାରତର ଲକ୍ଷ୍ୟ ଏବେ ପଦକ ତାଲିକାରେ ଶୀର୍ଷରେ ରହିବା ହେବ ।

ଭାରତର ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ ୨୦୦୨ ମଞ୍ଚେଷ୍ଟର କମନୱେଲଥରେ ରହିଥିଲା । ସେତେବେଳେ ଭାରତ ୩୦ଟି ସ୍ୱର୍ଣ୍ଣ ସମେତ ମୋଟ ୬୯ ପଦକ ଜିତିଥିଲା ।​ ଏପରିକି ସେତେବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଏହା ବ୍ୟତୀତ ଭାରତ ଗତ ଥର ଅର୍ଥାତ ୨୦୧୮ ଗ୍ଲୋକୋଷ୍ଟ କମନୱେଲଥରେ ତୃତୀୟ ସର୍ବାଧିକ ୬୬ ପଦକ ଜିତିଥିଲା ।

ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ନେଇ ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ, ପିକେ ମନେ ପକାଇଦେଲେ ୨୦୧୭ର କଥା

ଏହା ବି ପଢ଼ନ୍ତୁ:-ଆଜି ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ: ଏହି ୨୦ ଜଣ ହେବେ ମନ୍ତ୍ରୀ! ଦେଖନ୍ତୁ ପୂରା ତାଲିକା

ଏହା ବି ପଢ଼ନ୍ତୁ:-ଆସୁଛି ଆଉ ଏକ ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

 

ଭାରତ କେବେ ଓ କେଉଁ କମନୱେଲଥରେ ଭାରତ ସର୍ବାଧିକ ପଦକ ଜିତିଛି

୨୦୧୦ ଦିଲ୍ଲୀ କମନୱେଲଥ ଗେମ୍ସ- ୩୮ ସ୍ୱର୍ଣ୍ଣ -ମୋଟ ୧୦୧ ପଦକ -ଦ୍ୱିତୀୟ ସ୍ଥାନରେ ରହିଥିଲା ।

୨୦୦୨ ମଞ୍ଚେଷ୍ଟର କମନୱେଲଥ ଗେମ୍ସ- ୩୦ ସ୍ୱର୍ଣ୍ଣ- ମୋଟ ୬୯ ପଦକ- ଚତୁର୍ଥ ସ୍ଥାନ

୨୦୧୮ ଗୋଲ୍ଡକୋଷ୍ଟ କମନୱେଲଥ ଗେମ୍ସ- ୨୬ ସ୍ୱର୍ଣ୍ଣ-ମୋଟ ୬୬ ପଦକ- ତୃତୀୟ ସ୍ଥାନ
 
୨୦୧୪ ଗ୍ଲାସ୍ଗୋ କମନୱେଲଥ ଗେମ୍ସ- ୧୫ ସ୍ୱର୍ଣ୍ଣ- ମୋଟ ୬୪ ପଦକ-ପଞ୍ଚମ ସ୍ଥାନ

୨୦୨୨ ବର୍ମିଂହାମ କମନୱେଲଥ ଗେମ୍ସ- ୨୨ ସ୍ୱର୍ଣ୍ଣ - ମୋଟ ୬୧ ପଦକ - ଚତୁର୍ଥ ସ୍ଥାନ