Sourav Ganguly Virat Kohli: 'ଯେମିତି କର୍ମ ସେମିତି ଫଳ', ବିରାଟ କୋହଲିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ ଫ୍ୟାନ୍ସ
Advertisement

Sourav Ganguly Virat Kohli: 'ଯେମିତି କର୍ମ ସେମିତି ଫଳ', ବିରାଟ କୋହଲିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ ଫ୍ୟାନ୍ସ

Sourav Ganguly Virat Kohli: ବିରାଟ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଯିବା ପରେ ସୌରଭ ଗାଙ୍ଗୁଲି ଏକ ବୟାନ ଦେଇ କହିଥିଲେ ଯେ, ସେ କୋହଲିଙ୍କୁ ଅଧିନାୟକ ପଦରେ ରହିବା କଥା କହିଥିଲେ । ଏହା ପରେ କୋହଲି ଗଣମାଧ୍ୟମକୁ ଆସି ଏକ ବୟାନ ଦିଅନ୍ତି ଯେ, ତାଙ୍କ ସହ କେହି କଥା ହୋଇନାହାଁନ୍ତି । ଏହା ପରେ ଯାହା ଘଟିଥିଲା, ତାହା ସାରା ଦୁନିଆ ଜାଣନ୍ତି ।

Sourav Ganguly Virat Kohli: 'ଯେମିତି କର୍ମ ସେମିତି ଫଳ', ବିରାଟ କୋହଲିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ ଫ୍ୟାନ୍ସ

ନୂଆଦିଲ୍ଲୀ: Sourav Ganguly Virat Kohli: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ (BCCI President) ପଦରୁ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ହଟିବା ସ୍ଥିର ହୋଇସାରିଛି । ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି (Roger Binn) ଙ୍କୁ ବିସିସିଆଇ ଅଧ୍ୟକ୍ଷ କରାଯିବ । ସୌରଭ ଗାଙ୍ଗୁଲି ବିସିସିଆଇ ଗାଦି ଛାଡ଼ିବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏଥି ସହିତ ପ୍ରଶଂସକମାନେ ଏହାକୁ କୋହଲି-ଗାଙ୍ଗୁଲି ବିବାଦ ସହ ଯୋଡ଼ି ଦେଖୁଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ...୨୦୧୯ରେ ବିସିସିଆଇ ଅଧ୍ୟକ୍ଷ ଭାବରେ ସୌରଭ ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ ତାଙ୍କ କାର୍ଯ୍ୟକାଳ ମଧ୍ୟ ବିବାଦର ଛାଇରେ ଥିଲା । 

ଏହି କ୍ରମରେ ୨୦୨୧ରେ ବିରାଟ କୋହଲିଙ୍କ ସହ ବିବାଦ ମଧ୍ୟ ହୋଇଥିଲା । ଟି-20 ବିଶ୍ୱକପ ୨୦୨୧ ପରେ କୋହଲି ନିଜ ଇଚ୍ଛାରେ ଭାରତୀୟ ଟି-20 ଦଳର ଅଧିନାୟକତ୍ୱ ଛାଡ଼ିଥିଲେ । କିନ୍ତୁ ଏହା ପରେ ବିସିସିଆଇ ହଠାତ୍ ବଡ଼ ନିଷ୍ପତ୍ତି ନେଇ ତାଙ୍କୁ ଏକ ଦିବସୀୟ ଅଧିନାୟକତ୍ୱରୁ ମଧ୍ୟ ହଟାଇ ଦେଇଥିଲା । ତାଙ୍କ ସ୍ଥାନରେ ରୋହିତ ଶର୍ମା (Rohit Sharma) ଙ୍କୁ ଟିମ୍ ଇଣ୍ଡିଆ (Team India) ର ନୂତନ ଅଧିନାୟକ କରାଯାଇଥିଲା । ବିରାଟ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଯିବା ପରେ ସୌରଭ ଗାଙ୍ଗୁଲି ଏକ ବୟାନ ଦେଇ କହିଥିଲେ ଯେ, ସେ କୋହଲିଙ୍କୁ ଅଧିନାୟକ ପଦରେ ରହିବା କଥା କହିଥିଲେ । ଏହା ପରେ କୋହଲି ଗଣମାଧ୍ୟମକୁ ଆସି ଏକ ବୟାନ ଦିଅନ୍ତି ଯେ, ତାଙ୍କ ସହ କେହି କଥା ହୋଇନାହାଁନ୍ତି । ଏହା ପରେ ଯାହା ଘଟିଥିଲା, ତାହା ସାରା ଦୁନିଆ ଜାଣନ୍ତି ।

ଅଧିକ ପଢ଼ନ୍ତୁ:-ଋଷ ଯଦି କରେ ପରମାଣୁ ଆକ୍ରମଣ ତ ୟୁକ୍ରେନବାସୀ କରିବେ ସେକ୍ସ ପାର୍ଟି, ୧୫୦୦୦ରୁ ଉର୍ଦ୍ଧ୍ୱ ଲୋକ କରିସାରିଛନ୍ତି 'ବିନାଶରେ ଉତ୍ସବ'ର ରେଜିଷ୍ଟ୍ରେସନ୍

ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱରେ ରୋହିତ ଶର୍ମା କରିପାରନ୍ତି ଚମତ୍କାର, ୫ଟି କାରଣରୁ ଭାରତର ଟି-20 ବିଶ୍ୱକପ ଜିତିବା ନିଶ୍ଚିତ!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର କାରଣ ପାଲଟିଲା କେଏଲ ରାହୁଲଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ବି ନିରାଶ କଲେ ଋଷଭ ପନ୍ତ

 

ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, କର୍ମା ଫେରି ଆସିଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଆପଣ ବିରାଟ କୋହଲିଙ୍କ ସହିତ ଯେପରି ବ୍ୟବହାର କରିଛନ୍ତି, ସେହି ସମୟ ଆପଣଙ୍କ ସହିତ ଦୋହରାଉଛି । ଏଥିସହିତ ଜଣେ ପ୍ରଶଂସକ ବିରାଟ କୋହଲିଙ୍କ ଗୀତର ଏକ ଭିଡିଓ ସେୟାର କରିଛନ୍ତି । ଏଠାରେ କହି ରଖୁଛୁ ଯେ, ଭାରତର ମହାନ ଅଧିନାୟକମାନଙ୍କ ମଧ୍ୟରେ ସୌରଭ ଗାଙ୍ଗୁଲି ଗଣା ଯାଏ । ସେ ଟିମ୍ ଇଣ୍ଡିଆକୁ ବିଦେଶରେ ଜିତିବାକୁ ଶିଖାଇଥିଲେ । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୦୩ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲା । ଯେଉଁଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଗାଙ୍ଗୁଲି ଭାରତ ପାଇଁ ୧୧୩ ଟେଷ୍ଟ ଓ ୩୧୧ ଏକ ଦିବସୀୟ ମ୍ୟାଚ୍ ଖେଳିଛନ୍ତି ।