T20: ବିଶ୍ୱକପରେ ପରାଜୟ ପରେ ବଡ଼ ଆକ୍ସନ ନେଲା ବିସିସିଆଇ, ସମସ୍ତ ଚୟନକର୍ତ୍ତା ବରଖାସ୍ତ
Advertisement

T20: ବିଶ୍ୱକପରେ ପରାଜୟ ପରେ ବଡ଼ ଆକ୍ସନ ନେଲା ବିସିସିଆଇ, ସମସ୍ତ ଚୟନକର୍ତ୍ତା ବରଖାସ୍ତ

BCCI: T20 ବିଶ୍ୱକପ ମୁକାବିଲାରୁ ବାଦ ପଡିବା ପରେ ବିସିସିଆଇ ପକ୍ଷରୁ ଏପରି ଏକ ବଡ ପଦକ୍ଷେପ ନେଇଛି। ବିସିସିଆଇ ନଭେମ୍ବର ୧୮ ତାରିଖ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧିନ ବରିଷ୍ଠ ଜାତୀୟ ଚୟନ କମିଟିକୁ ବରଖାସ୍ତ କରିଛି। 

T20: ବିଶ୍ୱକପରେ ପରାଜୟ ପରେ ବଡ଼ ଆକ୍ସନ ନେଲା ବିସିସିଆଇ, ସମସ୍ତ ଚୟନକର୍ତ୍ତା ବରଖାସ୍ତ

BCCI Action: ଚଳିତ ବର୍ଷ  ଅନୁଷ୍ଠିତ ହୋଇଥିବା T20 ବିଶ୍ୱକପରେ ଭାରତୀୟ ଦଳକୁ ଅପମାନଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ବିସିସିଆଇରେ ପରିବର୍ତ୍ତନ ପାଇଁ ଦାବି ହୋଇଥିଲା। ବର୍ତ୍ତମାନ ବିସିସିଆଇ ଏହାର ସମସ୍ତ ଚୟନକର୍ତ୍ତାଙ୍କୁ ବରଖାସ୍ତ କରିଛି। ଅନ୍ୟପଟେ ନୂତନ ଚୟନକର୍ତ୍ତା ନିଯୁକ୍ତ ପାଇଁ  ବିସିସିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ।  

ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ T20 ବିଶ୍ୱକପର ସେମିଫାଇନାଲ ମୁକାବିଲାରେ ୧୦ ୱିକେଟରେ ଅପମାନଜନକ ପରାଜୟ ବରଣ କରିଥିଲା। ବର୍ତ୍ତମାନ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧିନ ୪ ଜଣିଆ ବରିଷ୍ଠ ଜାତୀୟ ଚୟନ କମିଟିକୁ ବରଖାସ୍ତ କରିଛି। ଚେତନ ଶର୍ମା (ଉତ୍ତର ଜୋନ୍), ହରବିନ୍ଦର ସିଂହ (ମଧ୍ୟ ଜୋନ୍), ସୁନୀଲ ଯୋଶୀ (ଦକ୍ଷିଣ ଜୋନ୍) ଏବଂ ଦେବାଶିଷ ମହାନ୍ତିଙ୍କୁ (ପୂର୍ବ ଜୋନ୍) ହଟାଇ ଦିଆଯାଇଛି। ଗତ ୨୦୨୦ରେ ଏହି ଚୟନକର୍ତ୍ତାଙ୍କ ମଧ୍ୟରୁ କେତେକଙ୍କ ନିଯୁକ୍ତି ହୋଇଥିଲା। 

T20 ବିଶ୍ୱକପ ମୁକାବିଲାରୁ ବାଦ ପଡିବା ପରେ ବିସିସିଆଇ ପକ୍ଷରୁ ଏପରି ଏକ ବଡ ପଦକ୍ଷେପ ନେଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ () ବିସିସିଆଇ () ନଭେମ୍ବର ୧୮ ତାରିଖ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧିନ ବରିଷ୍ଠ ଜାତୀୟ ଚୟନ କମିଟିକୁ ବରଖାସ୍ତ କରିଛି। ଜାତୀୟ ଚୟନକର୍ତ୍ତା ପଦ ପାଇଁ ଆବେଦନକୁ ନିମନ୍ତ୍ରଣ କରି ବିସିସିଆଇ ଟ୍ୱିଟର ଯୋଗେ ପୋଷ୍ଟ କରିଛି।

ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଜତୀୟ ଚୟନ କର୍ତ୍ତା (ବରିଷ୍ଠ ପୁରୁଷ) ପଦ ପାଇଁ ଆବେଦନ ଆମନ୍ତ୍ରଣ କରୁଛି। ଯେଉଁ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାଙ୍କୁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିବାକୁ ହେବ। ଯେ କୌଣସି ବ୍ୟକ୍ତି ଯଦି ୫ ବର୍ଷ  ପାଇଁ କ୍ରିକେଟ୍ କମିଟି ସଦସ୍ୟ (ବିସିସିଆଇ ନିୟମ ଏବଂ ନିୟମାବଳୀରେ ବ୍ୟାଖ୍ୟା କରାଯାଇଛି) ରହିଛନ୍ତି  ସେ ପୁରୁଷ ଚୟନ କମିଟି ସଦସ୍ୟ ହେବାକୁ ଯୋଗ୍ୟ ହେବେ ନାହିଁ। ଆସନ୍ତା ନଭେମ୍ବର ୨୮ ତାରିଖ ସୁଦ୍ଧା ସନ୍ଧ୍ୟା ଛଅଟା ସୁଦ୍ଧା ଆବେଦନପତ୍ର ଦାଖଲ କରାଯିବା ଆବଶ୍ୟକ। 

ଆବେଦନ ପାଇଁ ମାନଦଣ୍ଡ ସମ୍ପର୍କରେ ସୂଚନା ଦେଇ ବିସିସିଆଇ କହିଛି ଯେ ଜାତୀୟ ଚୟନକର୍ତ୍ତା (ବରିଷ୍ଠ ପୁରୁଷ) ପାଇଁ ୫ ପଦବୀ ଖାଲିପଡ଼ିଛି। ଆବେଦନ କରୁଥିବା ବ୍ୟକ୍ତି ଅତି କମରେ  ୭ ଟେଷ୍ଟ ମ୍ୟାଚ୍ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍ କିମ୍ବା ୧୦ଟି ଦିନିକିଆ ଏବଂ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଉଚିତ୍। ଏହା ସହ ସେ ଅତି କମରେ ୫ ବର୍ଷ ପୂର୍ବେ ଖେଳରୁ ଅବସର ନେଇଥିବେ।

ଚଳିତ ମାସରେ ଅଷ୍ଟ୍ରେଲିଆ ଠାରେ ଅନୁଷ୍ଠିତ ହୋଇଥିବା T20 ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳକୁ ଇଂଲଣ୍ଡ ପାଖରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଦଳର ସେମିଫାଇନାଲ ପ୍ରସ୍ଥାନ ପରେ ଅନେକ ଖେଳାଳି ଫର୍ମ ବାହାରେ ଥାଇ ମଧ୍ୟ ଦଳରେ ସେମାନଙ୍କ ଚୟନକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ବ୍ୟତୀତ ଚୟନ କମିଟିକୁ ବରଖାସ୍ତ କରିବାକୁ ମଧ୍ୟ ଦାବି କରାଯାଇଥିଲା।