BAN vs ENG: ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କଲା ବାଂଲାଦେଶ, ନେଲା ଦେଢ଼ ବର୍ଷ ପୂର୍ବ ପୁରୁଣା ମ୍ୟାଚର ପ୍ରତିଶୋଧ
Advertisement

BAN vs ENG: ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କଲା ବାଂଲାଦେଶ, ନେଲା ଦେଢ଼ ବର୍ଷ ପୂର୍ବ ପୁରୁଣା ମ୍ୟାଚର ପ୍ରତିଶୋଧ

ENG vs BAN: ଗୁରୁବାର ଦିନ ଚାଟୋଗ୍ରାମରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରେ ବାଂଲାଦେଶ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକୁ ସ୍ତବ୍ଧ କରିଦେଇଛି ।

ସୌ: ସୋସିଆଲ ମିଡିଆ

BAN vs ENG 1st T20: କ୍ରିକେଟରେ କେବେ କ'ଣ ଘଟିବ ତାହା କୁହାଯାଇପାରିବ ନାହିଁ । ବାଂଲାଦେଶ (Bangladesh) ଯାହାର ଯାତ୍ରା ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ ସଂଘର୍ଷ ସହ ସମାପ୍ତ ହୋଇଥିଲା, ସେହି ଦଳ ବର୍ତ୍ତମାନ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ (England) ପରାସ୍ତ କରିଛି ​​। ହଁ ଆଜ୍ଞା, ଗୁରୁବାର ଦିନ ଚାଟୋଗ୍ରାମରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ (ENG 1st T20) ବାଂଲାଦେଶ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ବାହାରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ ୧୮ ଓଭରରେ ୬ ୱିକେଟ୍ ହରାଇ ଏହି ମ୍ୟାଚ୍ ଜିତିନେଇହାଛି । ଏହା ସହ ବାଂଲାଦେଶ ନିଆରା ବିଜୟର ରେକର୍ଡ ସୃଷ୍ଟି କରିଛି ।

ବାଂଲାଦେଶ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଦ୍ୱିପାକ୍ଷିକ ଟି-୨୦ ସିରିଜ ଖେଳୁଛି । ଏହାର ପୂର୍ବ ମ୍ୟାଚ୍‌ରେ ମଧ୍ୟ ବାଂଲାଦେଶ ବିଜୟ ହାସଲ କରିଥିଲା । ବିଶେଷ କଥା ହେଉଛି ବାଂଲାଦେଶ ଓ ଇଂଲଣ୍ଡ ମଧ୍ୟରେ ଏହା କେବଳ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ । ଏହାପୂର୍ବରୁ, ଅକ୍ଟୋବର ୨୦୨୧ ରେ ବାଂଲାଦେଶ ଇଂଲଣ୍ଡ ବିପକ୍ଷରେ କେବଳ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଥିଲା । ଯେଉଁମ୍ୟାଚକୁ ଇଂଲଣ୍ଡ ୮ ୱିକେଟରେ ଜିତି ନେଇଥିଲା । ଏହିପରି ଭାବରେ ବାଂଲାଦେଶ କ୍ରିକେଟ୍ ଜଗତକୁ ପ୍ରାୟ ଦେଢ଼ ବର୍ଷ ପୁରୁଣା ମ୍ୟାଚର ପ୍ରତିଶୋଧ ନେଇଛି ।

ବାଂଲାଦେଶର ଏହି ଅନନ୍ୟ ବିଜୟ ପଛରେ ଅନେକ ସମନ୍ୱୟ ସୃଷ୍ଟି ହେଉଛି । ୮ ବର୍ଷ ପରେ ରୋନି ତାଲୁକଦାର ଦଳକୁ ଫେରିଥିବା ବେଳେ, ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଅପୁଲ ଚନ୍ଦିକା ହାଥୁରିସିଂହା ମଧ୍ୟ ମୁଖ୍ୟ କୋଚ୍ ଭାବରେ ଦଳ ସହ ଯୋଗ ଦେଇଛନ୍ତି । ସେ ଶ୍ରୀଲଙ୍କା ଜାତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ୍ ମଧ୍ୟ ରହି ସାରିଛନ୍ତି । ହାଥୁରିସିଂହା ପୂର୍ବରୁ ୨୦୧୪ ରୁ ୨୦୧୭ ମଧ୍ୟରେ ବାଂଲାଦେଶ ଜାତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବରେ କାର୍ଯ୍ୟରତ ଥିଲେ । ଏହି ମ୍ୟାଚ୍‌ରେ ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ତାହିଦ୍ ହ୍ରିଡେ ବାଂଲାଦେଶ ପାଇଁ ଡେବ୍ୟୁ କରିଥିଲେ ।

ଇଂଲଣ୍ଡ ଦଳ ବଡ଼ ସ୍କୋର କରିପାରି ନଥିଲା । ହାସନ ମହମୁଦ ୪ ଓଭରରେ ୨/୨୬ ନେଇଥିବାବେଳେ ଶାକିବ-ଅଲ-ହାସନ, ମୁସ୍ତାଫିଜୁର ରହମାନ, ତସ୍କିନ୍ ଅହମ୍ମଦ ଏବଂ ନାସୁମ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହା ପରେ ଟାର୍ଗେଟକୁ ପିଛାକରି ନଜମୁଲ ହୁସେନ୍ ଶାନ୍ତୋ ୩୦ ଟି ବଲରେ ୫୧ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ, ୮ ବର୍ଷ ପରେ ଦଳକୁ ଫେରିଥିବା ରୋନି ତାଲୁକଦାର ୧୪ ଟି ବଲରେ ୨୧ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଶାକିବ ଅଲ ହାସନ ୨୪ ବଲରେ ୩୪ ରନ ସ୍କୋର କରିଥିଲେ ଓ ଆଫିଫ ହୁସେନ ୧୩ ଟି ବଲରେ ୧୫ ରନ୍ ସ୍କୋର କରି ଦଳକୁ ବିଜୟ ପ୍ରଦାନ କରିଥିଲେ ।

ଏହା ବି ପଢ଼ନ୍ତୁ: IND vs AUS: ପ୍ରଥମ ଦିନିକିଆରୁ ବାଦ ପଡିବେ ରୋହିତ! ନୂଆ ଖେଳାଳି ହେବେ କ୍ୟାପଟେନ୍, ଟିମ୍ ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍