LPL ଇତିହାସର ସବୁଠାରୁ ଧୀମା ପଚାଶ କରିବାରେ ରେକର୍ଡ କଲେ ବାବର ଆଜମ
Advertisement
Article Detail0/zeeodisha/odisha1806041

LPL ଇତିହାସର ସବୁଠାରୁ ଧୀମା ପଚାଶ କରିବାରେ ରେକର୍ଡ କଲେ ବାବର ଆଜମ

LPL 2023: ଶ୍ରୀଲଙ୍କାରେ ବର୍ତ୍ତମାନ ଲଙ୍କା ପ୍ରିମିୟର ଲିଗ୍ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ଯ ବାବର ଆଜମ ଖେଳୁଛନ୍ତି । ବର୍ତ୍ତମାନ ବାବର ଆଜମ (Babar Azam) ଲଙ୍କା ପ୍ରିମିୟର ଲିଗରେ (Lanka Premier League) ସବୁଠାରୁ ଧୀମା ଅର୍ଦ୍ଧ ଶତକ କରିବାରେ ରେକର୍ଡ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Babar Azam records the slowest fifty: କଲମ୍ବୋ ଷ୍ଟ୍ରାଇକର୍ସ ଓପନର୍ ବାବର ଆଜମ (Babar Azam) ଲଙ୍କା ପ୍ରିମିୟର ଲିଗ୍ (LPL) ଇତିହାସରେ ସବୁଠାରୁ ଧୀମା ଅର୍ଦ୍ଧଶତକ ହାସଲ କରିଛନ୍ତି । ବି-ଲୁଭ କ୍ୟାଣ୍ଡି ବିପକ୍ଷରେ LPL 2023 ମ୍ୟାଚରେ ବାବର ୪୮ଟି ବଲରୁ ୫୦ ରନ କରିଥିଲେ । LPL ରେ ପୂର୍ବ ଧୀମା ଅର୍ଦ୍ଧଶତକ ଅବୀସ୍କା ଫର୍ନାଣ୍ଡୋଙ୍କ ଦ୍ୱାରା ଜାଫ୍ନା କିଙ୍ଗ୍ସ ପାଇଁ LPL 2022 ରେ ଡାମବୁଲା ଆରୁ ବିପକ୍ଷରେ ୪୭ ବଲରୁ କରି ଏହି ରେକର୍ଡ ନିଜ ନାମରେ କରିଥିଲେ ।

ଲଙ୍କା ପ୍ରିମିୟର ଲିଗ୍ (LPL 2023) ର ତୃତୀୟ ମ୍ୟାଚ୍ ରେ କଲମ୍ବୋ ଷ୍ଟ୍ରାଇକର୍ସ ବି-ଲୁଭ୍ କ୍ୟାଣ୍ଡିଙ୍କୁ ୨୭ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କଲମ୍ବୋ ଷ୍ଟ୍ରାଇକର୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲେ । ଏହାର ଉତ୍ତରରେ ବି-ଲୁଭ କ୍ୟାଣ୍ଡିଙ୍କ ଦଳ ୮ ୱିକେଟ୍ ହରାଇ ମାତ୍ର ୧୩୦ ରନ୍ କରିପାରିଥିଲା । ବାବର ଆଜାମ ନିଜର ଏହି ଧିମା ଅର୍ଦ୍ଧଶତକ ସହ ମଧ୍ୟ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।

କଲମ୍ବୋ ଷ୍ଟ୍ରାଇକର୍ସ ଅଧିନାୟକ ନିରୋଶନ ଡିକୱେଲା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ତେବେ ଡିକୱେଲା ନିଜେ ମାତ୍ର ୪ ରନ୍ ସ୍କୋର କରିବା ପରେ ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ । ବାବର ଆଜାମ ଗୋଟିଏ ପଟେ ରହି ୪ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୨ ବଲରେ ୫୯ ରନ ଖେଳିଥିଲେ । ନୁୱାନିଡୁ ଫର୍ନାଣ୍ଡୋ ମଧ୍ୟ ୩୧ ବଲରୁ ୨୯ ରନ୍ କରିଥିଲେ । ଯଦିଓ ଲୋ-ଅର୍ଡର ବ୍ୟାଟ୍ସମ୍ୟାନ୍ମାନେ ଅଧିକ ଯୋଗଦାନ ଦେଇପାରିନଥିଲେ ଓ ଏହି କାରଣରୁ ଦଳ କେବଳ ୧୫୭ ସ୍କୋରରେ ପହଞ୍ଚିପାରିଥିଲା ​​। କାଣ୍ଡି ତରଫରୁ ୨୯ ରନ୍ ଦେଇ ଇସୁରୁ ଉଦାନା ୩ ୱିକେଟ୍ ନେଇଥିଲେ ।

ଭାରତୀୟ ବ୍ୟାଟିଂ କମ୍ପାନୀର ଲୋଗୋ ଥିବା ଜର୍ସି ପିନ୍ଧିବାକୁ ମନା କରିଦେଇଥିଲେ ବାବର 
ଆସନ୍ତୁ ଆପଣଙ୍କୁ କହିବା ଯେ କଲମ୍ବୋ ଷ୍ଟ୍ରାଇକର୍ସର ଜର୍ସିରେ ଦୁଇଟି ଭାରତୀୟ ବ୍ୟାଟିଂ କମ୍ପାନୀର ନାମ ଥିଲା । ବାବର ଆଜାମଙ୍କ ବ୍ୟତୀତ ଏହି ଦୁଇ କମ୍ପାନୀର ଲୋଗୋ ଦଳର ଅନ୍ୟ ଖେଳାଳିଙ୍କ ଜର୍ସିରେ ଥିଲା । କିନ୍ତୁ ବାବରଙ୍କ ଜର୍ସିରେ ଏହା ନାହିଁ । ସେ ବ୍ୟାଟିଂ କମ୍ପାନୀର ଲୋଗୋ ପିନ୍ଧିବାକୁ ମନା କରିଦେଇଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ଜର୍ସିରେ ଇଣ୍ଡିଆନ୍ ବ୍ୟାଟିଂ କମ୍ପାନୀର କୌଣସି ଲୋଗୋ ନଥିଲା।  ତାଙ୍କର ଏହି ଇସାରା ବର୍ତ୍ତମାନ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଥମ ମ୍ୟାଚରେ ଫ୍ଲପ ହୋଇଥିଲେ ବାବର ଆଜାମ 
ଲଙ୍କା ପ୍ରିମିୟର ଲିଗ୍ ୨୦୨୩ ର ପ୍ରଥମ ମ୍ୟାଚ୍ ରେ ପାକିସ୍ତାନର ତାରକା ବ୍ୟାଟ୍ସମ୍ୟାନ୍ ବାବର ଆଜାମଙ୍କର ବହୁତ ଆଶା ଥିଲା । କାରଣ ସେ ଜଣେ ବଡ ଖେଳାଳି ଓ ତାଙ୍କର ଖେଳ ଅଲଗା । କିନ୍ତୁ ବାବର ପ୍ରଶଂସକ ଓ ଦଳର ଆଶା ପୂରଣ କରିପାରିନଥିଲେ । ସେ ନିଜେ ପ୍ରଥମ ମ୍ୟାଚରେ ଫ୍ଲପ ହୋଇଥିଲେ । ବାବର ଆଜାମ ମାତ୍ର ୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଅ ପାଭିଲିୟନକୁ ଫେରିଥିଲେ ।

ଏହା ବି ପଢ଼ନ୍ତୁ: IND Vs IRE: ଆୟର୍ଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳର ନେତୃତ୍ୱ ନେବେ ଜସପ୍ରୀତ ବୁମ୍ରା

ଏହା ବି ପଢ଼ନ୍ତୁ: Sania Mirza-Shoaib Malik: ଛାଡପତ୍ର ଦେବେ ସାନିଆ ମିର୍ଜା ଓ ଶୋଏବ ମଲିକ? ଇନଷ୍ଟାଗ୍ରାମ ବାୟୋରେ ସ୍ପଷ୍ଟ ହେଲା ମାମଲା