କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସମୀକ୍ଷା
Advertisement
Article Detail0/zeeodisha/odisha2296142

କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସମୀକ୍ଷା

କଳିଙ୍ଗ ଷ୍ଟାଡିୟମ୍ ରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କ୍ରୀଡ଼ା ଉପରେ ତର୍ଜମା କରିଛନ୍ତି। କ୍ରୀଡ଼ା ପାଇଁ ବିଗତ ଦିନରେ କି କି  ପଦକ୍ଷେପ ନିଆଯାଇଛି ଓ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା ମଧ୍ୟ କ୍ରୀଡ଼ା ମନ୍ତ୍ରୀ । 

କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସମୀକ୍ଷା

ଭୁବନେଶ୍ବର: କ୍ରୀଡ଼ା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। କଳିଙ୍ଗ ଷ୍ଟାଡିୟମ୍ ରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କ୍ରୀଡ଼ା ଉପରେ ତର୍ଜମା କରିଛନ୍ତି। କ୍ରୀଡ଼ା ପାଇଁ ବିଗତ ଦିନରେ କି କି  ପଦକ୍ଷେପ ନିଆଯାଇଛି ଓ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା ମଧ୍ୟ କରିଛନ୍ତି। 

କ୍ରୀଡ଼ା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଓଡ଼ିଶା ପ୍ରାଦେଶିକ ସ୍ଥରରେ ଭଲ କରୁଛି ଆନ୍ତର୍ଜାତୀୟ ସ୍ତରରେ ପରିଚୟ ତିଆରି କରିବାକୁ ଆବଶ୍ୟକ ରହିଛି। ବିଭାଗ ଲକ୍ଷ୍ୟ ରଖିଛି ଯେତେବେଳେ ଓଡ଼ିଶା ଶତବାର୍ଷିକ ପୂରଣ କରିବ, ସେତେବେଳେ ଓଡ଼ିଶା ବିଶ୍ଵ କ୍ରୀଡ଼ା ଜଗତରେ କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ହେବ। ଆଜିଠୁ ପ୍ରୋଗ୍ରାମ ମୋଡରେ ନୁହେଁ ପ୍ରୋଜେକ୍ଟ ମୋଡରେ ଯିବୁ। ବିଶ୍ଵ ଯୋଗ ଦିବସ କିଭଳି ବଡ଼ ଆକାରରେ ପାଳନ ହୋଇପାରିବ ସେ ବିଷୟରେ ଆଜି ଆଲୋଚନା ହୋଇଛି। ଭିତ୍ତିଭୂମି ଉନ୍ନତିର ଆହୁରି ଆବଶ୍ୟକତା ରହିଛି। ଭିତ୍ତିଭୂମି ପହଞ୍ଚିଛି କିନ୍ତୁ ଭଲ ଭାବେ ତୃଣମୂଳସ୍ଥରରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ। ଆଗକୁ ପୁଙ୍ଖାନୁପୁଙ୍ଖ ଏହାର ସମୀକ୍ଷା ହେବ ବୋଲି କହୁଛନ୍ତି।