Ganesh Chaturthi 2023: ଏହି ସ୍ଥାନର ଶ୍ରୀ ଗଣପତିଙ୍କ ମନ୍ଦିର ଖୁବ ପ୍ରସିଦ୍ଧ, ପୂଜା ସମୟରେ ହୁଏ ଅସମ୍ଭାଳ ଭିଡ
Advertisement
Article Detail0/zeeodisha/odisha1872979

Ganesh Chaturthi 2023: ଏହି ସ୍ଥାନର ଶ୍ରୀ ଗଣପତିଙ୍କ ମନ୍ଦିର ଖୁବ ପ୍ରସିଦ୍ଧ, ପୂଜା ସମୟରେ ହୁଏ ଅସମ୍ଭାଳ ଭିଡ

Ganesh Chaturthi 2023:  ଆମ ଦେଶରେ ଅନେକ ସ୍ଥାନ ଅଛି ଯେଉଁଠି ପ୍ରଭୁ ଶ୍ରୀ ଗଣେଶଙ୍କର ମନ୍ଦିର ରହିଛି । ମନ୍ଦିରର ବିଶେଷତା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

Ganesh Chaturthi 2023: ଏହି ସ୍ଥାନର ଶ୍ରୀ ଗଣପତିଙ୍କ ମନ୍ଦିର ଖୁବ ପ୍ରସିଦ୍ଧ, ପୂଜା ସମୟରେ ହୁଏ ଅସମ୍ଭାଳ ଭିଡ

Ganesh Chaturthi 2023: ଚଳିତ ବର୍ଷ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ସେପ୍ଟେମ୍ୱର ୧୯ ତାରିଖରେ ପାଳନ କରାଯିବ । ପୂଜା କରିବା ପାଇଁ ଶୁଭ ସମୟ (Good time) ସେପ୍ଟେମ୍ୱର ୧୮ ତାରିଖ ସନ୍ଧ୍ୟା ସମୟରୁ ଆରମ୍ଭ ହେବାକୁ ଯାଉଛି । ଗଣେଶ ପୂଜା ସମୟରେ ଅନେକ ସ୍ଥାନରେ ପ୍ରଭୁ ଗଜାନନଙ୍କ ବିଶାଳ ମୂର୍ତ୍ତି ପୂଜା କରାଯାଇଥାଏ । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ । ଆଜି ଆପଣଙ୍କୁ ଜଣାଇବୁ ଦେଶରେ କେଉଁ ସ୍ଥାନ ଗୁଡିକରେ ଗଣେଶ ପୂଜା ଅତ୍ୟନ୍ତ ଖାସ୍ ଓ କେଉଁଠାରେ ରହିଛି ଶ୍ରୀ ଗଣେଶଙ୍କ ଭବ୍ୟ ମନ୍ଦିର (Temple) ।

ରାଜସ୍ଥାନର ତ୍ରିନାଥ ଗଣେଶ ଜୀ ମନ୍ଦିର
ରାଜସ୍ଥାନରେ ଥିବା ଏହି ମନ୍ଦିରଟି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବରେ ବିବେଚନା କରାଯାଇଥାଏ । ରାଣ୍ଟମ୍ବୋର ଜାତୀୟ ଉଦ୍ୟାନ ନିକଟରେ ରହିଛି ତ୍ରିନାଥ ଗଣେଶ ଜୀ ମନ୍ଦିର । ଏହି ମନ୍ଦିରର ଏକ ସ୍ୱତନ୍ତ୍ରତା ରହିଛି । ଦୂର ଦୂରାନ୍ତରୁ ଅନେକ ଭକ୍ତ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ଭକ୍ତମାନେ ମନ୍ଦିରରେ ଥିବା ଶ୍ରୀ ଗଣେଶ ଭଗବାନଙ୍କୁ ଚିଠି ପଠାନ୍ତି । ସ୍ଥାନୀୟ ପୋଷ୍ଟ ଅଫିସର ପୋଷ୍ଟମ୍ୟାନ ଚିଠି ଗୁଡିକୁ ମନ୍ଦିରରେ ଆଣି ପହଞ୍ଚାଇଥାନ୍ତି । ବିଶ୍ୱାସ ରହିଛି ଯେ, ଚିଠିରେ ମନ କଥା ଲେଖି ପ୍ରଭୁ ଗଣେଶଙ୍କୁ ଜଣାଇଲେ ନିଜର ମନ ସ୍କାମନା ପୂରଣ ହୋଇଥାଏ । ଲୋକମାନେ ଏଠାକୁ ଆସି ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ମନ୍ଦିରର ଇତିହାସ ପ୍ରାୟ ୮ ଶହ ବର୍ଷ ପୁରୁଣା । ଏହି ଭବ୍ୟ ମନ୍ଦିରଟି ପିଙ୍କ୍ ସିଟି ଜୟପୁରରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ । ଆପଣ ରାଜଧାନୀ ଦିଲ୍ଲୀରୁ ସହଜରେ ଏହି ସ୍ଥାନରେ ପହଞ୍ଚି ପାରିବେ ।

ଗଡ଼ ଗଣେଶ ମନ୍ଦିର, ଜୟପୁର
ଜୟପୁର ସହରରେ ଥିବା ଭଗବାନ ଗଣେଶଙ୍କ ଏହି ମନ୍ଦିରଟିରେ ମଧ୍ୟ ଅନେକ ଖାସ୍ ରହସ୍ୟ ରହିଛି । ଏହି ମନ୍ଦିରରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ମନୁଷ୍ୟ ଶରୀର ପରି ଗଢାଯାଇଛି । ଜୟପୁରର ପାହାଡ ଅଞ୍ଚଳରେ ଅବସ୍ଥିତ ଏହି ମନ୍ଦିରରେ ଭଗବାନ ଗଣେଶଙ୍କର କୌଣସି ମୂର୍ତ୍ତି ନାହିଁ। ଯାହା ସୂଚନା ରହିଛି, ଏହି ମନ୍ଦିରଟିକୁ ରାଜସ୍ଥାନର ରାଜା ସାୱାଇ ଜୟ ସିଂ ପ୍ରତିଷ୍ଠା କରାଇଥିଲେ । ଯଦି ଏହି ମନ୍ଦିରକୁ ଆପଣ ଦର୍ଶନ କରିବାକୁ ଯିବାକୁ ଚାହୁଁଛନ୍ତି ତେବେ ଦିଲ୍ଲୀରୁ ଟ୍ରେନ୍ ଯୋଗେ ଆପଣ ସହଜରେ ଯାଇପାରିବେ ।

ଆନ୍ଧ୍ରପ୍ରଦେଶର କନିପକମ୍ ଗଣେଶ ମନ୍ଦିର
ଏହି ସ୍ଥାନରେ ରହିଥିବା ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତ୍ତି ଜଳରେ ରହିଛି । ସେହି କାରଣରୁ କନିପକମରେ ବିଘ୍ନ ବିନାଶକଙ୍କୁ ଜଳ ଦେବତା ଭାବରେ ମଧ୍ୟ ପୂଜା କରାଯାଇଥାଏ । ଏହି ମନ୍ଦିରରେ ଦିନକୁ ଦିନ ଭଗବାନ ଗଣେଶଙ୍କ ପ୍ରତିମାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପ୍ରସିଦ୍ଧ ମନ୍ଦିରଟି ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ସୂଚନା ରହିଛି ।

ଚିନ୍ତାମଣି ଗଣେଶ ମନ୍ଦିର, ଇନ୍ଦୋର
ଏହି ପ୍ରସିଦ୍ଧ ମନ୍ଦିରର ଇତିହାସ ଖୁବ୍ ପ୍ରାଚୀନ ବୋଲି କୁହାଯାଏ । ପାଖାପାଖି ୩ ଶହ ବର୍ଷ ହେବ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ଲୋକେ କୁହନ୍ତି । ଏହା ହେଉଛି ଦେଶର ଏକମାତ୍ର ମନ୍ଦିର ଯେଉଁ ମନ୍ଦିରରେ ଗୋଟିଏ ସ୍ଥାନରେ ଦୁଇଟି ଗଣେ, ମୂର୍ତ୍ତି ପୂଜା କରାଯାଇଥାଏ । ଏଥି ସହ ଏହି ମନ୍ଦିରର ପରମ୍ପରା ଖୁବ ଅନନ୍ୟ ତଥା ନିଆରା । ମନ୍ଦିରକୁ ଆସୁଥିବା ଭକ୍ତଙ୍କ ମନରେ ଏହା ବିଶ୍ୱାସ ରହିଛି ଯେ, ଚିନ୍ତାମଣି ମନ୍ଦିରରେ ଭଗବାନ ଗଣେଶଙ୍କୁ କଦଳୀ ଅର୍ପଣ କରି ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । ଆଉ ଏକ ବିଶେଷ କଥା ଏହା ଯେ, ଭଗବାନ ଗଣେଶଙ୍କ ବ୍ୟତୀତ ଏହି ମନ୍ଦିରରେ ସଂକଟ ମୋଚନ ହନୁମାନ, ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା କରାଯାଇଥାଏ ।

ସେହିପରି ଅନ୍ୟ ଏକ ମନ୍ଦିର ହେଉଛି ହସନମ୍ୱା ମନ୍ଦିର । ଯେଉଁଠାରେ ବର୍ଷକୁ ମାତ୍ର ୭ ଦିନ ପାଇଁ ଭକ୍ତମାନେ ପ୍ରଭୁ ଗଜାନନଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏଥିସହ ଚିଠି ଲେଖି ମନର ଇଚ୍ଛା ଜଣାଇଥାନ୍ତି ।

Also Read- Ganesh Chaturthi 2023: ୩ ହଜାର ନଡ଼ିଆରେ ୧୨ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି