ନିର୍ବାଚନ ପରେ ଏକଜୁଟତା ହୋଲି ଖେଳିଲା ଯାଦବ ପରିବାର
Advertisement

ନିର୍ବାଚନ ପରେ ଏକଜୁଟତା ହୋଲି ଖେଳିଲା ଯାଦବ ପରିବାର

ନେତାଜୀ ପ୍ରତିବର୍ଷ ଜନସାଧାରଣଙ୍କ ସହ ହୋଲି ପର୍ବ ଆୟୋଜନ କରୁଛନ୍ତି।

ନିର୍ବାଚନ ପରେ ଏକଜୁଟତା ହୋଲି ଖେଳିଲା ଯାଦବ ପରିବାର

ଲକ୍ଷ୍ନୌ: ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ରଙ୍ଗର ପର୍ବ ହୋଲି ପାଳନ କରିବାକୁ ନିଜ ପୈତୃକ ଗ୍ରାମ ଇଟାୱା ଜିଲ୍ଲାର ସୈଫଇ ଠାରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଲୋକ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ଅଭିବାଦନ ଜଣାଇଥିଲେ। ସୈଫଇସ୍ଥିତ ମହୋତ୍ସବ ମୈଦାନ ମଞ୍ଚରେ ସମଗ୍ର ଯାଦବ ପରିବାର ଏକାଠି ହେବା ସହ ଫୁଲର ହୋଲି ଖେଳିଛି।

ମଞ୍ଚରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ରାଜ୍ୟ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ.ରାମ ଗୋପାଳ ଯାଦବ, ଦଳର ସଭାପତି ଅଖିଳେଶ ଯାଦବ ଏବଂ ପ୍ରଗତିଶୀଶଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବ ଏକାଠି ହୋଇଥିବାର ନଜର ଆସିଥିଲେ। ମଞ୍ଚରେ ପହଞ୍ଚିବା ପରେ ଶିବପାଲ, ରାମ ଗୋପାଳଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ସୈଫେଇ ମହୋତ୍ସବ ମୈଦାନ ଠାରେ ଆୟୋଜିତ ହୋଲି କାର୍ଯ୍ୟକ୍ରମରେ ମୁଲାୟମ ସିଂହ ଯାଦବ ମଞ୍ଚରେ ପହଞ୍ଚି ଉପସ୍ଥିତ ଲୋକଙ୍କ ଉପରେ ଫୁଲ ପକାଇବା ସହ ହୋଲି ଖେଳିଥିଲେ। ହୋଲି ଅବସରରେ ସେ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। 

Also Read: ନିର୍ବାଚନ ପରେ ଏକଜୁଟତା ହୋଲି ଖେଳିଲା ଯାଦବ ପରିବାର   

ସୈଫେଇ ମହୋତ୍ସବ ମୈଦାନ ଠାରେ ହୋଲି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ଦ୍ୱାରା "ନେତାଜୀ ଜିନ୍ଦାବାଦ" ନାରା ଦିଆଯାଇଥିଲା। ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ନେତା ରାମ ସିଂହ ଶାକ୍ୟ କହିଛନ୍ତି ଗତ ୨୦୧୬ ବର୍ଷରେ ପୁତୁରା ଅଖିଲେଶ ଯାଦବ ଏବଂ ତାଙ୍କ ଚାଚା ଶିବପାଲ ଯାଦବଙ୍କ ମଧ୍ୟରେ ବିବାଦ ହେବା ପରେ ଅଲଗା ହୋଲି ଉତ୍ସବ ଆୟୋଜନ କରାଯାଇଥିଲା। ହେଲେ ଚଳିତ ବର୍ଷ ଉଭୟେ ଏକାଠି ହେବା ପରେ ପୁରା ପରିବାର ହୋଲି ପାଳନ କରିବାକୁ ଏକାଠି ହୋଇଥିଲା। 

ନେତାଜୀ ପ୍ରତିବର୍ଷ ଜନସାଧାରଣଙ୍କ ସହ ହୋଲି ପର୍ବ ଆୟୋଜନ କରୁଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପରେ ଅଖିଳେଶ ଯାଦବ ଏବଂ ଶିବପାଲ ଯାଦବଙ୍କ ଆଗମନ ସହିତ ସୈଫେଇ ମହୋତ୍ସବ ମୈଦାନ ଠାରେ ହୋଲି ଅବସରରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିର୍ବାଚନ ପରେ ହୋଲି ଉତ୍ସବରେ ବହୁ ସଂଖ୍ୟାରେ ଦଳୀୟ ସମର୍ଥକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Also Read: 'ଯେଉଁଠି ରଙ୍ଗ ଖେଳାଯାଉଛି ସେଠାକୁ ଯାଆନ୍ତୁ ନାହିଁ ମୁସଲିମ'

ହୋଲି ଅବସରରେ ସୈଫଇ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡକ୍ଟର ରାମ ଗୋପାଳ ଯାଦବ ଏବଂ ଶିବପାଲ ଯାଦବ ଗୁରୁବାର ଏଠାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜନତା ସେମାନଙ୍କ ସମର୍ଥନରେ ନାରାବାଜି କରି ସେମାନଙ୍କୁ ସ୍ୱାଗତ କରିଥିଲେ।