Gujarat Politics: ନିର୍ବାଚନରେ ​​କିଏ ପାଇବ ଟିକେଟ୍? କିପରି ଲାଭ ପାଇବ ବିଜେପି?
Advertisement

Gujarat Politics: ନିର୍ବାଚନରେ ​​କିଏ ପାଇବ ଟିକେଟ୍? କିପରି ଲାଭ ପାଇବ ବିଜେପି?

Gujarat Assembly Election 2022: ୨୦୨୨ ଗୁଜୁରାଟ ନିର୍ବାଚନରେ କେଉଁ ମାନଦଣ୍ଡ ଆଧାରରେ ବିଜେପି ଟିକେଟ ବାଣ୍ଟିବ ତାହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। 

Gujarat Politics: ନିର୍ବାଚନରେ ​​କିଏ ପାଇବ ଟିକେଟ୍? କିପରି ଲାଭ ପାଇବ ବିଜେପି?

Gujarat Election 2022: ଚଳିତ ବର୍ଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ହେଲେ ଏହି ନିର୍ବାଚନରେ କାହାକୁ ମିଳିବ ଟିକେଟ୍? କିପରି ଲାଭ ପାଇବ ବିଜେପି? ତାହାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା। ହେଲେ ଏଥର କାହାକୁ ଏବଂ କେଉଁ ଆଧାରରେ ବିଜେପି ଟିକେଟ ମିଳିବ ତାହାର ଉତ୍ତରପ ରଖଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳର ଚାଣକ୍ୟ ଭାବେ ଜଣାଶୁଣା ଅମିତ ଶାହ।

ବିଜେପି (BJP) ଏଥର ୨୫% ନୂଆ ଚେହେରାଙ୍କୁ ଟିକେଟ ଦେବ। ପ୍ରାର୍ଥୀଙ୍କ ଜିତିବାର ସମ୍ଭାବନାକୁ ବିଚାର କରାଯିବ। ଟିକେଟ୍ ପାଇବା ପାଇଁ ପ୍ରାର୍ଥୀଙ୍କ ଲାଗି ଏକମାତ୍ର ମାନଦଣ୍ଡ ହେଉଛି ନିର୍ବାଚନ ଜିତିବାର ସମ୍ଭାବନା।  ନିର୍ବାଚନରେ କିଏ ହେବ ଦଳୀୟ ପ୍ରାର୍ଥୀ ତାହା ଦଳର ସଂସଦୀୟ ବୋର୍ଡ (BJP Parliamentary Board) ସ୍ଥିର କରିବ। ହେଲେ ଏଥର ଦଳ ଅତି କମରେ ୨୫ ପ୍ରତିଶତ ନୂଆ ଚେହେରାକୁ ଟିକେଟ୍ ଦେବ। ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Election 2022) ବିଜେପି ୪୫-୪୬ ଜଣ ନୂଆ ଚେହେରାକୁ ଟିକେଟ୍ ଦେବା ଉପରେ ବିଚାର କରୁଛି। 

ରବିବାର ସନ୍ଧ୍ୟାରେ ଭଦୋଦରା ଠାରେ ଏକଥା କହିଛନ୍ତି ବିଜେପି ଚାଣକ୍ୟ (BJP Chanakya) ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ (Union Minister Amit Shah)। ଏଥର କେଉଁ ମାନଦଣ୍ଡ ଆଧାରରେ ଦଳୀୟ ଟିକେଟ ବଣ୍ଟନ କରାଯିବା ତାହାର ସ୍ପଷ୍ଟ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ। ଏନେଇ ସେ କେହିଛନ୍ତି ଯେ ଯଦି ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ଦଳର ଜିତିବାର କ୍ଷମତା ଥାଏ, ତାହେଲେ ଦଳ ୩-୪ ଥର ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇପାରିବ। ରାଜ୍ୟରେ ମୋଟ ୧୮୨ ବିଧାନସଭା ଆସନ ରହିଛି। ଗତ ଥରର ବିଧାନସଭା ନିର୍ବାଚନରେ (Gujarat Assembly Election 2017) ​​ବିଜେପି ୯୯ ସିଟ୍ ପାଇଥିଲା। ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଆୟୋଗ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। 

ଆମ ଆଦମୀ ପାର୍ଟି (Aam Aadmi Party) ଗୁଜୁରାଟ ନିର୍ବାଚନ ୨୦୨୨ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏନେଇ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ଯେ ଅତୀତରେ ଭୋଟ୍ ବାଣ୍ଟିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସ୍ୱାଧୀନ ପ୍ରାର୍ଥୀ ଛିଡା଼ କରିଥିଲେ। ଯାହା ଏଥର ଆପ୍ ଦ୍ୱାରା ବଦଳାଯିବ। ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ​​ଗମ୍ଭୀର ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ଆପ୍ (AAP) ନିର୍ବାଚନରେ ଗମ୍ଭୀରତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବ। 

Also Read: Mission Gujarat: ଗଡ଼ ଦଖଲ ପାଇଁ ବିଜେପି କରିଛି ଆକ୍ସନ ପ୍ଲାନ, ନୂଆ ରଣନୀତି ଘୋଷଣା କଲା ଦଳ

ଆପ୍, କଂଗ୍ରେସ ଭୋଟବ୍ୟାଙ୍କ (Congress Votebank) ଉପରେ ନଜର ପକାଇଛି। ଯାହା ବିଜେପି ପାଇଁ ଲାଭଦାୟକ ହେବ। ଗତ ୨୦୧୭ ନିର୍ବାଚନରେ ​​ବିଜେପି ୫ ହଜାରରୁ କମ ଭୋଟ ବ୍ୟବଧାନରେ ପ୍ରାୟ ୩୫ ଆସନରେ ଜିତିଥିଲା। ହେଲେ ୨୦୨୨ ନିର୍ବାଚନରେ ଆମ ଆଦମୀ ପାର୍ଟିର ଉପସ୍ଥିତି ରହିଥିବାରୁ ଏହି ଆସନରେ ଦଳର ବିଜୟ ବ୍ୟବଧାନ ବୃଦ୍ଧି ପାଇବ। ଗୁଜୁରାଟ ନିର୍ବାଚନରେ ବିଜେପି-କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେବ। ବିଜେପି ସରକାର ଗଠନ କରିବା ପାଇଁ ଲୋକେ ଭୋଟ୍ ଦେବେ। କଂଗ୍ରେସ  ବିରୋଧୀ ଦଳ ଆସନରେ ବସିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ।